ବଲିଉଡରେ ଏଣ୍ଟ୍ରି ମାରିବେ ପ୍ରଣୀଥା

ବର୍ତ୍ତମାନ ବଲିଉଡ୍‌ରେ ଦକ୍ଷିଣ ସୁନ୍ଦରୀଙ୍କ ପ୍ରବେଶ ହେବାରେ ଦେଖାଯାଉଛି । ନିକଟରେ ଦକ୍ଷିଣର ଲୋକପ୍ରିୟ ଅଭିନେତ୍ରୀ କର୍ତ୍ତି ସୁରେଶ ବଲିଉଡ୍‌ରେ ପ୍ରବେଶ କରିବା ନେଇ ଚର୍ଚ୍ଚାରେ ଥିବାବେଳେ, ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀ ହିନ୍ଦୀ ଫିଲ୍ମ ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି । ସେ ହେଲେ ଅଭିନେତ୍ରୀ ପ୍ରଣୀଥା ସୁଭାଷ । ଅଭିଷେକ ଦୁଧୈୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଭୁଜ: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ସେ ଅଭିୟନ କରିବେ । ଏହି ଫିଲ୍ମ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ହେବ । ପ୍ରଣୀଥାଙ୍କ ସହ ଏହି ଫିଲ୍ମରେ ଅଭିନେତା ଅଜୟ ଦେବଗନ, ସଞ୍ଜୟ ଦତ୍ତ, ଅଭିନେତ୍ରୀ ପରିଣୀତି ଚୋପ୍ରା, ସୋନାକ୍ଷୀ ସିହ୍ନା, ରାଣା ଡାଗୁବତୀ ଓ ଆମ୍ମି ଭିର୍କ ଆଦି ଲୋକପ୍ରିୟ କଳାକାର ନଜର ଆସିବେ ।

ପ୍ରଣୀଥା ଜଣେ ସୁପରିଚିତ ତେଲଗୁ ଓ ତାମିଲ ଅଭିନେତ୍ରୀ । ତାଙ୍କ ଲୋକପ୍ରିୟ ଫିଲ୍ମମାନଙ୍କ ମଧ୍ୟରୁ ବାଭା, ଆଟାରିଣ୍ଟିକି ଡେୟାର୍‌ଡ, ମାସୁ ଏଙ୍ଗିରା, ମାସିଲାମଣି, ଇନାକୁ ଭାଇଥା ଆଦିମାଇଗା ଆଦି ରହିଛି । ନିକଟରେ ତାଙ୍କର ଏକ ସଙ୍ଗୀତଭିତ୍ତିକ ଭିଡିଓ ଅଭିନେତା ଆୟୁଷମାନ ଖୁରାନାଙ୍କ ସହ ରିଲିଜ୍‌ ହୋଇଥିଲା । ଭୁଜ ଫିଲ୍ମଟି ଆଇଏଏଫ୍‌ ୱିଙ୍ଗ କମାଣ୍ଡର୍‌ ବିଜୟ କାର୍ଣ୍ଣିକଙ୍କ ଚରିତ୍ରରେ ଅଭିନେତା ଅଜୟ ଦେବଗନ ନଜର ଆସିବେ । ଯିଏ ୧୯୧୭ରେ ହୋଇଥିବା ଭାରତ-ପାକ୍‌ ଯୁଦ୍ଧ ସମୟରେ ଭୁଜ ଏୟାର୍‌ପୋର୍ଟ ଇନ୍‌ଚାର୍ଜରେ ଥିଲେ । ସେହି ସମୟରେ ପାକ୍‌ ଆକ୍ରମଣ କାରଣରୁ ଭୁଜର ଏୟାର୍‌ଷ୍ଟ୍ରିପ୍‌ ଭାଙ୍ଗିଯାଇଥିଲା । କମାଣ୍ଡର୍‌ ବିଜୟଙ୍କ ଉଦ୍‌ବୋଧନ ପ୍ରଭାବରେ ସ୍ଥାନୀୟ ଗାଁର ୩୦୦ ମହିଳା ଏକଜୁଟ ହୋଇ ଏୟାର୍‌ଷ୍ଟ୍ରିପ୍‌ ପୁନଃଗଠନ କରିଥିଲେ । ଏହାପରେ ଭାରତର ଆର୍ମି ଅଫିସର୍‌ମାନେ ସେହି ଏୟାର୍‌ଷ୍ଟ୍ରିପ୍‌ରେ ଲ୍ୟାଣ୍ଡ କରିଥିଲେ ।

   ସମ୍ବନ୍ଧିତ ଖବର


ଅକ୍ଷୟଙ୍କ ପୁଣି ଆଉ ଏକ ରେକର୍ଡ

ଡ୍ରଗ୍ସ ମାମଲା: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ୍

ଭାରତୀ ଓ ତାଙ୍କ ସ୍ବାମୀଙ୍କୁ ‘ବେଲ୍‌ ନା ଜେଲ’, ଆଜି ହେବ ଶୁଣାଣି

ପ୍ରଯୋଜକଙ୍କ ନାଁରେ ଅଭିଯୋଗ , ଅଭିନେତ୍ରୀ କହିଲେ – ମୁଁ ବହୁତ ଆଘାତ ପାଇଛି

ଡ୍ରଗ୍ସ ସପ୍ଲାୟରର ମହା ଖୁଲାସା ! ସେକ୍ସ ଇଚ୍ଛା ବଢ଼ାଇବା ଓ ସ୍ଲିମ୍‌ ହେବାକୁ ଅଭିନେତ୍ରୀମାନେ ନେଉଛନ୍ତି ଏହି ନିଶା

ଡ୍ରଗ୍ସ ମାମଲା : କମେଡିଆନ ଭାରତୀ ସିଂହ ଓ ପତି ହର୍ଷଙ୍କୁ ପଠାଗଲା ନ୍ୟାୟିକ ହେପାଜତ , କାଲି ହେବ ଜାମିନ୍‌ ଶୁଣାଣି