ଦେବାଳୟରେ ପ୍ରସାଦ ସେବନ ବ୍ୟବସ୍ଥା ଠପ୍‌, ହଜାର ହଜାର ଲୋକ ପ୍ରଭାବିତ

ଭୁବନେଶ୍ୱର,୩୦ ।୯: ଦେବାଳୟ । ବ୍ରହ୍ମ ମୁହୂର୍ତ୍ତରୁ ସୂର୍ଯ୍ୟାସ୍ତ ଯାଏ ହେଉଥିଲା ଚଳଚଞ୍ଚଳ । ଖାଲି ଯେ ପ୍ରଭୁଙ୍କ ଦର୍ଶନ ପାଉଥିଲେ ଭକ୍ତ ତାହା ନୁହେଁ, ପ୍ରସାଦ ସେବନ ପାଇଁ ମଧ୍ୟ ଖଟିଖିଆ ଦିନ ମଜୁରିଆଙ୍କ ସହ ଧନୀକ ଶ୍ରେଣୀଙ୍କ ଭିଡ଼ ଲାଗି ରହୁଥିଲା । ପ୍ରସାଦ ବିକ୍ରି ଲବ୍ଧ ଅର୍ଥରୁ ପରିଚାଳନା କମିଟିର ଆୟ ହେଉଥିଲା । ମନ୍ଦିର ସହ ଜଡ଼ିତ ଥିବା ପୂଜାରୀ ରୋଷେଇଆଙ୍କ ଜୀବିକା ମଧ୍ୟ ଚଳୁଥିଲା । ହେଲେ କରୋନା ସବୁ ବରବାଦ୍‌ କରିଦେଇଛି । ନା ଦେବାଳୟର ଘଣ୍ଟି ଶୁଭୁଛି, ନା ପ୍ରସାଦର ସୁଆଦ ଭକ୍ତଙ୍କ ପାଟିରେ ବାଜୁଛି ।

ଭୁବନେଶ୍ୱରରେ ମଧ୍ୟାହ୍ନର ପ୍ରସାଦ ବିକ୍ରି ଏକ ବଡ଼ ବ୍ୟବସାୟ । ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ହଜାର ହଜାର ଲୋକ ସମ୍ପୃକ୍ତ ଥାଆନ୍ତିି । ଭୁବନେଶ୍ୱରର ପ୍ରତି ଅଞ୍ଚଳରେ କିଛି ନା କିଛି ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥାଏ । ଯାହା ଭୁବନେଶ୍ୱରକୁ ଆସୁଥିବା ଅନେକ ପରିବାରଙ୍କୁ ସୁହାଇଲା ଭଲି ଦର ଥାଏ । ସେଥିପାଇଁ ରାଜଧାନୀର କେଉଁ ମନ୍ଦିରରେ ପ୍ରସାଦ ବିକ୍ରି ହୁଏ ତ ଆଉ କେଉଁଠି ୧୦/୧୨ ପ୍ରକାରର ବ୍ୟଞ୍ଜନ ଭକ୍ତଙ୍କୁ ପରସା ଯାଏ, ଯାହାର ବହୁତ ଚାହିଦା ରହିଥାଏ । ହେଲେ କରୋନା ପରଠାରୁ ହୋଟେଲ ବନ୍ଦ ସାଙ୍ଗକୁ ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ବନ୍ଦ ରହିଛି ।

ସରକାର ପାର୍ସଲ ପାଇଁ ଅନୁମତି ଦେଇଥିଲେ ମଧ୍ୟ କିଛି ମନ୍ଦିରକୁ ଛାଡ଼ିଦେଲେ ଅନ୍ୟ ମନ୍ଦିରରେ ରୋଷେଇ ହେଉନାହିଁ । ଅନନ୍ତ ବାସୁଦେବ ମନ୍ଦିର ପରି କିଛି ମନ୍ଦିର ଘରକୁ ପାର୍ସଲ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ଯାହା ସମୁଦ୍ରକୁ ସଙ୍ଖେ ପରି । ଯଦିଓ ସେମାନେ ପ୍ରସାଦ ଦେବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଲୋକ ଆସୁନାହାନ୍ତି । ସେହିପରି ଅନେକ ଆନନ୍ଦ ବଜାରରେ ପ୍ରସାଦ ନଖାଇ ଘରକୁ ପ୍ରସାଦ କାହିଁକି ଆଣିବୁ ସେହି ଚିନ୍ତାରେ କିଣୁନାହାନ୍ତି ।

   ସମ୍ବନ୍ଧିତ ଖବର


କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ରାଲିରେ ଏନଡିଏକୁ ରାହୁଲଙ୍କ ଟାର୍ଗେଟ, କହିଲେ- ପୁଣିଥରେ ମୋଦି-ନୀତୀଶ ଆସିଲେ ପକୁଡି ଖୁଆଇ ଦେବ…

ଯୌନକର୍ମୀଙ୍କୁ ରାସନ୍ ନଦେବା ନେଇ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ଭୋଡାଫୋନ୍‌ ଆଇଡିଆ, ନାସ୍‌କମ୍‌ ଫାଉଣ୍ଡେସନ ପକ୍ଷରୁ ‘ମାଇଁଅମ୍ୱର’ ଆପ୍‌

କଣ’ ଭାରତରେ ମାଗଣାରେ ମିଳିବ କରୋନା ଟିକା ? ଏମିତି ଜବାବ ରଖିଲା ସରକାରୀ ପ୍ୟାନେଲ…