ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ବିଜେଡିରୁ ଇସ୍ତଫା ଦେଲେ ପ୍ରଶାନ୍ତ, ରଘୁନାଥପାଲ୍ଲୀରୁ ଥିଲେ ଆଶାୟୀ ପ୍ରାର୍ଥୀ

ରାଉରକେଲା ୨୦/୩: ବିଜେଡି ଛାଡ଼ିଲେ ପ୍ରଶାନ୍ତ ସେଠୀ । ବିଜୁ ଶ୍ରମିକ ସାମୁଖ୍ୟର  ରାଜ୍ୟ ସମ୍ପାଦକ ଥିଲେ ପ୍ରଶାନ୍ତ । ସେ ରଘୁନାଥପାଲ୍ଲୀ ବିଧାନସଭା ଟିକଟ ପାଇଁ ଥିଲେ ଆଶାୟୀ ଥିଲେ । ଟିକେଟ  ନମିଳିବାରୁ ଦଳ ଛାଡିଥିବା ସୂଚନା ମିଳିଛି । ତେବେ ସେ କଂଗ୍ରେସ ରେ ମିଶିବେ ବୋଲି ଅନୁମାନ  କରାଯାଉଛି ।

{"id":8425}

ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଇସ୍ତଫା ପର୍ବ ଲାଗିରହିଛି । ଟିକେଟ ନମିଳିବା ପରେ ବିଭିନ୍ନ ଦଳରୁ ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକଟ କରି ଦଳ ଛାଡିବାରେ ଲାଗିପଡିଛନ୍ତି । ପୂର୍ଣ୍ଣଚନ୍ଦ୍ର ଓ ପ୍ରତ୍ଯୁଷାଙ୍କ ପରେ ଏବେ ରଘୁନାଥପଲ୍ଲୀ ବିଧାନସଭା ଟିକେଟ ପାଇଁ ଆଶାୟୀ ଥିବା ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଦଳରୁ ଇସ୍ତଫା ଦେଇଛନ୍ତି । ରଘୁନାଥପଲ୍ଲୀ ବିଧାନସଭା ପ୍ରାର୍ଥୀ ଭାବେ ସୁବ୍ରତ ତରାଇଙ୍କୁ ଟିକେଟ ମିଳିବା ପରେ ଅସନ୍ତୁଷ୍ଟ ଥିଲେ ପ୍ରଶାନ୍ତ । ଆଜି ସେ ଦଳରୁ ଇସ୍ତଫା ଦେଇଦେଇଛନ୍ତି । ତେବେ ସେ କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

ଦଳ ତାଙ୍କୁ ବାରମ୍ବାର ଅବହେଳା କରିଆସୁଥିବା ସେ ଅଭିଯୋଗ କରିଛନ୍ତି । ୨୦୦୯ରେ ସେ ଆଶାୟୀ ପ୍ରାର୍ଥୀ ଥିଲେ ମାତ୍ର ତାଙ୍କୁ ଟିକେଟ ମିଳିଲାନି । ୨୦୧୪ରେ ମଧ୍ୟ ଆଶାୟୀ ପ୍ରାର୍ଥୀ ଥିଲେ ମାତ୍ର ପୁଣି ଟିକେଟ ପାଇବାରୁ ବଞ୍ଚିତ ହେଲେ ପ୍ରଶାନ୍ତ । ଏହାପରେ ମଧ୍ଯ ସେ ଦଳପାଇଁ କାମ କରିଚାଲିଲେ । ଆଉ ଏବେ ଟିକେଟ ନମିଳିବାରୁ ମର୍ମାହତ ହୋଇ ସେ ଇସ୍ତଫା ଦେଇଥିବା କହିଛନ୍ତି । ତେବେ ସେ କଂଗ୍ରେସରେ ଯୋଗଦେବେ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.