ପଟ୍ଟାମୁଣ୍ଡାଇ ପୌରପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ପରିମଳ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ୧୦ କୋଟି ଟଙ୍କା ବିନିଯୋଗ କରାଯିବ : ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର ୧୨/୯:  ପଟ୍ଟାମୁଣ୍ଡାଇ ପୌରପରିଷଦ ଅଞ୍ଚଳରେ ପରିମଳ ବ୍ୟବସ୍ଥାର ପୁନରୁଦ୍ଧାର କରାଯିବା ପାଇଁ ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହୋଇଛି, ଯେଉଁଥିରେ ୧୦ କୋଟି ଟଙ୍କା ବିନିମୟରେ ମାର୍ଶାଘାଇ ଡ୍ରେନେଜ୍‌ ଡିଭିଜନ୍‌ ଜରିଆରେ ଗୋବରୀ ଡ୍ରେନେଜ୍‌ କଟ୍‌ର ପୁନରୁଦ୍ଧାର କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି ।

ଆଜି ପଟ୍ଟାମୁଣ୍ଡାଇ ପୌରପରିଷଦ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଲୋକସେବା ଭବନଠାରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଜେନା କହିଲେ ଯେ, ପଟ୍ଟାମୁଣ୍ଡାଇ ବଜାରସ୍ଥିତ ପୋଲଠାରୁ ବକ୍‌ତାରପୁର ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନ୍‌ଟି କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଜନ ଜରିଆରେ ନିର୍ମାଣ କରାଯିବ । ଓ ୨୦ଟି ୱାର୍ଡରେ ଥିବା ସଂଯୋଗୀକରଣ ଡ୍ରେନ୍‌ଗୁଡ଼ିକ ପୌରପରିଷଦ ଜରିଆରେ ହେବ । ପଟ୍ଟାମୁଣ୍ଡାଇ ଐତିହ୍ୟସଂପନ୍ନ କଚେରୀ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଓୟୁଡ଼ିଆଇ ଫଣ୍ଡ(ଓଡ଼ିଶା ଅର୍ବାନ୍‌ ଇନ୍‌ଫ୍ରାଷ୍ଟକଚର ଡେଭଲପ୍‌ ଫଣ୍ଡ)ରୁ ୧.୫ କୋଟି ମଂଜୁର କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିଭଳି ଯଜ୍ଞ ପଡ଼ିଆରେ ବହୁତଳ ମାର୍କେଟ୍‌ କମ୍ପ୍ଲେକ୍ସ ପାଇଁ ୩ କୋଟି, ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ୧.୫ କୋଟି ସ୍ମାର୍ଟ ଶ୍ମଶାନ ପାଇଁ ୭୫ ଲକ୍ଷ ଟଙ୍କା ମଂଜୁର ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପୌରପରିଷଦର ନୂଆ ଗୃହ ନିର୍ମାଣ, ବସ୍ତି ନିକଟରେ ପରେଡ୍‌ ପଡ଼ିଆର ଉନ୍ନତିକରଣ, ପଟ୍ଟାମୁଣ୍ଡାଇ ବଜାର ଚତୁର୍ପାଶ୍ୱରେ ରିଙ୍ଗରୋଡ଼ ନିର୍ମାଣ, ଏଲ୍‌ଇଡି ଷ୍ଟି୍ରଟ୍‌ ଲାଇଟ୍‌ ବ୍ୟବସ୍ଥା ଓ ୨୦ଟି ଯାକ ୱାର୍ଡରେ କଂକ୍ରିଟ୍‌ ରାସ୍ତା ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ଦେବା ସହ ଡିପିଆର୍‌ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ସେପେଫମ୍ବର ୩୦ ତାରିଖ ସୁଦ୍ଧା ଅଳଭା ଜଳ ବିଶୋଧନାଗାର ପ୍ରକଳ୍ପର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରି ଅକେଫାବର ପ୍ରଥମ ସପ୍ତାହରେ ମନ୍ତ୍ରୀ ଲୋକାର୍ପଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା ।

ବୈଠକରେ ରାଜନଗର ବିଧାୟକ ଶ୍ରୀ ଧ୍ରୁବ୍‌ ସାହୁ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ, କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ରାଉତ, ପଟ୍ଟାମୁଣ୍ଡାଇ ପୌରପରିଷଦର ନିର୍ବାହୀ ଯନ୍ତ୍ରୀ ଶ୍ରୀ ସଂପଦ ସ୍ୱାଇଁ, ତହସିଲଦାର ଶ୍ରୀ ଶରତ ଗିରି, ଜନସ୍ୱାସ୍ଥ୍ୟ, ଡ୍ରେନେଜ୍‌ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନଙ୍କ ସମେତ ପୌରପରିଷଦର ବରିଷ୍ଠ ନେତୃବୃନ୍ଦ ଶ୍ରୀ କିଶୋର କୁମାର ସାହୁ, ଖଗେଶ୍ୱର ଲେଙ୍କା, ହେମନ୍ତ କୁମାର ସାହୁ, ମିଟୁ ମନୋଜ ନାୟକ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ