ହୋମ କ୍ୱାରେଣ୍ଟାଇନ୍‌ରେ ରହିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ- କରୋନା ପଜେଟିଭ୍‌ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିଲେ ।

ନୀଳଗିରି – ନୀଳଗିରି ଵିଧାୟକ ସୁକାନ୍ତ ନାୟକ କରୋନା ପଜିଟିଭ ଜଣା ପଡିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ହୋମ କ୍ୟାରେଣ୍ଟେନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।ନୀଳଗିରି ବ୍ଲକ ଛତ୍ରପୁର ଠାରେ କେଭିଆଇସି ତରଫରୁ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଢଙ୍ଗୀଙ୍କ ସହ ନୀଳଗିରି ବିଧାୟକ ଉପସ୍ଥିତ ଥିଲେ।

କେଭିଆଇସି ଡାଇରେକ୍ଟର ସମେତ କିଛି ଅଧିକାରୀ ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ପରେ ବିଧାୟକଙ୍କ ସହ ମିଶି ପ୍ରତାପ ଷଢଙ୍ଗୀ ମହୁବାକ୍ସ ଓ ମହୁମାଛି ପ୍ରଦାନ କରିଥିଲେ। ତାଙ୍କୁ କରୋନା ସଂକ୍ରମଣ ଖବର ପାଇବା ପରେ ସରକାର ଙ୍କ ନିୟମ ଅନୁସାରେ ସେ ଦିଲ୍ଲୀ ସରକାରୀ ବାସଭବନରେ କ୍ୟାରେଣ୍ଟନରେ ରହିଥିବା ଟୁଇଟ ମାଧ୍ୟମରେ ଏହା ସୂଚନା ଦେଇଛନ୍ତି।

ସେହିପରି ନୀଳଗିରିବାସୀ ଆତଙ୍କିତ ନହେବା ସହ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ନିଜ ଆଡୁ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇବା ସହ ହୋମ କ୍ୟାରେଣ୍ଟେନ ରେ ରହିବାକୁ ପରାମର୍ଶ ଦେଇଛନ୍ତି।ସେ ଜିଲ୍ଲାପାଳ ଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରି କିପରି ନୀଳଗିରି ରେ ପରିସ୍ଥିତି ର ମୁକାବିଲା କରିବା ସହ ଅଧିକରୁ ଅଧିକ ସ୍ୱାବ ଟେଷ୍ଟ କରିହେବ ଏନେଇ ନିର୍ଦେଶ ଦେଇଥିବା ସୁଚନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


ଯୁବତୀଙ୍କ ସହ ବାଥ୍‌ରୁମ୍‌ ଭିଡିଓ କଲ୍‌ରେ ଉଲଗ୍ନ ହୋଇଥିଲେ ଯୁବକ – ଏବେ ଟଙ୍କା ଦେବା ପାଇଁ ମିଳୁଛି ଧମକ

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଲିଫ୍ଟ ମାଗିଥିବା ମହିଳା ଥିଲେ ପ୍ରେତାତ୍ମା- ଅଙ୍ଗେ ନିଭେଇଥିବା କଥା

ଏକ କୋଟି ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ତହସିଲ୍‌ଦାର ଗିରଫ- ତେଲେଙ୍ଗାନାରେ ବିଲ୍ଡରଙ୍କଠାରୁ ନେଉଥିଲେ ଲାଞ୍ଚ

ରାଜ୍ୟର ବରିଷ୍ଠ ପୁଲିସ୍‌ ସ୍ତରରେ ଅଦଳବଦଳ

ଭାରତର ପ୍ରଥମ ବେସରକାରୀ ମହାକାଶଯାନ ଗବେଷଣା କମ୍ପାନୀ ସ୍କାଏ ରୁଟ୍‌ ସଫଳ ଭାବେ କଲା ଅପର୍‌ ଷ୍ଟେଜ୍‌ ରକେଟ୍‌ ଇଞ୍ଜିନ୍‌ର ପରୀକ୍ଷଣ