PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ବିଜେପି ସାଂସଦଙ୍କୁ ମାଡ଼ ମାରି ସାର୍ଟ ଚିରିଦେଲେ କଂଗ୍ରେସ କର୍ମୀ

pic- .livehindustan.com

ଲକ୍ଷ୍ନୌ: ବିଜେପି ସାଂସଦଙ୍କୁ କଂଗ୍ରେସ କର୍ମୀଙ୍କ ନିସ୍ତୁକ ମାଡ଼। ଉତ୍ତର ପ୍ରଦେଶ ପ୍ରତାପଗଡ଼ ବିଜେପି ସାଂସଦ ସଂଗମଲାଲ ଗୁପ୍ତାଙ୍କୁ ଶନିବାର କଂଗ୍ରେସ କର୍ମୀମାନେ ମାର୍‌ପିଟ କରିଛନ୍ତି। ମାରପିଟ୍‌ରେ ସାଂସଦଙ୍କ ସାର୍ଟ ମଧ୍ୟ ଚିରିଯାଇଥିବା ଦେଖିବାକୁ ମିଳିଛି।

ଖବର ଅନୁସାରେ, ଶୁକ୍ରବାର ସାଂଗୀପୁର ବ୍ଲକ ପରିସରରେ ଆୟୋଜିତ ଗରିବ କଲ୍ୟାଣ ମେଳାରେ ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ତିୱାରୀ ଓ ବିଜେପି ସାଂସଦ ସଂଗମଲାଲ ଗୁପ୍ତାଙ୍କ ସମର୍ଥକଙ୍କ ମଧ୍ୟରେ କୌଣସି କଥାକୁ ନେଇ ମାର୍‌ପିଟ ଆରମ୍ଭ ହୋଇଥିଲା। ଏଥିରେ ବିଜେପି ସାଂସଦଙ୍କୁ ମଧ୍ୟ ମାଡ଼ ମରାଯାଇଛି।

ସରକାରଙ୍କ ପକ୍ଷରୁ ଶନିବାର ସବୁ ବ୍ଲକ୍‌ରେ ଗରିବ କଲ୍ୟାଣ ମେଳାର ଆୟୋଜନା କରାଯାଇଥିଲା। ସାଂଗିପୁରରେ ମଧ୍ୟ ମେଳାର ଆୟୋଜନା କରାଯାଇଥିଲା। ଦିନ ଦୁଇଟା ବେଳେ କଂଗ୍ରେସ ନେତା ପ୍ରମୋଦ ତିୱାରୀ ଓ ରାମପୁର ଖାସ ବିଧାୟକ ଆରାଧନା ମିଶ୍ର(ମୋନା) କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାର ୫ ମିନିଟ ପରେ ସଂଗମଲାଲ ଗୁପ୍ତା ମଧ୍ୟ ତାଙ୍କ ସମର୍ଥକଙ୍କ ସହ ମେଳାରେ ପହଞ୍ଚିଥିଲେ। ସଂଗମଲାଲ ପହଞ୍ଚିବା ପରେ ଘଟଣା ସ୍ଥଳରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାର୍‌ପିଟ୍ ହୋଇଥିଲା। ଏମିତିକି ସାଂସଦଙ୍କ ମଧ୍ୟରେ ମାଧ୍ୟ ଠେଲାପେଲା ହୋଇଥିଲା। ଏହାପରେ ବିଜେପି ସାଂସଦ ସେଠାରୁ ଫେରିଆସିଥିଲେ। ମାର୍‌ପିଟ୍‌ ଯୋଗୁ କାର୍ଯ୍ୟକ୍ରମ ବନ୍ଦ କରିଦିଆଯାଇଥିଲା।