PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଉତ୍ତରପ୍ରଦେଶରେ ପ୍ରତାରଣା ବିଞ୍ଜାରପୁରରେ ପହଞ୍ଚିଲା ବିବାହିତା ପ୍ରେମିକା- ପ୍ରତାରକ ଫେରାର

pic-livehindustan.com

ବିଞ୍ଝାରପୁର (ଆପ୍ର): ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଯୁବକ ସୁଶାନ୍ତ ବାରିକ ଉତ୍ତରପ୍ରଦେଶର ଜଣେ ୩୨ବର୍ଷିୟା ବିଧବା ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିବା ପରେ ସେଠାରେ ତାଙ୍କୁ ପ୍ରତାରଣା କରି ଓଡ଼ିଶା ଫେରି ଆସିଥିଲା । ପ୍ରତାରକ ସ୍ୱାମୀକୁ ଖୋଜି ଖୋଜି ୟୁପିର ଏହି ମହିଳା ଶେଷରେ ସ୍ୱାମୀ ସୁଶାନ୍ତ ଠିକଣାରେ ପହଞ୍ଚିଛନ୍ତି । ମହିଳାଜଣଙ୍କ ବିଞ୍ଝାରପୁର ଥାନାରେ ଅଭିଯୋଗ କରିବା ସହିତ ପୁଲିସକୁ ନ୍ୟାୟ ଭିକ୍ଷା କରିଛନ୍ତି । ଏହି ମହିଳାଙ୍କର ୪ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ରହିଛି । ମହିଳାଜଣକ ଓଡ଼ିଶାରେ ପହଞ୍ଚି ବିଞ୍ଝାରପୁର ଥାନାରେ ଅଭିଯୋଗ କରିବା ସମ୍ପର୍କରେ ସୁଶାନ୍ତ ଖବର ପାଇ ଫେରାର ହୋଇଯାଇଛି ।

ନ୍ୟାୟ ପାଇଁ ମହିଳା ଜଣଙ୍କ ଦୁଇ ଦିନ ପୂର୍ବରୁ ସୁଶାନ୍ତ ଘରେ ପହଞ୍ଚିଥିଲେ । ସେ ପହଞ୍ଚିବା ବେଳକୁ ଘରେ ତାଲା ପକାଇ ସୁଶାନ୍ତର ପରିବାର କେଉଁଆଡ଼େ ଚାଲିଯାଇଥିଲେ । ସେଠାରେ ମହିଳାଙ୍କୁ ନେଇ ସାମାନ୍ୟ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ଖବର ପାଇ ବିଞ୍ଝାରପୁର ଥାନା ପୁଲିସ ମହିଳାଙ୍କୁ ସେଠାରୁ ଆଣି ଥାନାରେ ପଚରାଉଚରା ପରେ ସ୍ୱଧାରଗୃହରେ ଛାଡ଼ିଥିଲା । ମହିଳାଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରି ପୁଲିସ ସୁଶାନ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାପଡ଼ିଛି । ଏ ନେଇ ପୁଲିସ ମାମଲା ରୁଜୁ କରିବା ସହିତ ଘଟଣାକୁ ଗୁରୁତ୍ୱର ସହିତ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି । ମହିଳାଜଣଙ୍କ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଓଡ଼ିଶା ଛାଡ଼ିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ଖୁବଶୀଘ୍ର ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଅମରେନ୍ଦ୍ର ଦାଶ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର