ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ବାଲେଶ୍ୱର: ପ୍ରଥମେ କଲେଜ ଫଙ୍କସନରେ ଦେଖା । ପରେ ବନ୍ଧୁତା । ବନ୍ଧୁତା ରୂପ ନେଲା ପ୍ରେମରେ । ଶେଷରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଲେ । ବିଭିନ୍ନ ମନ୍ଦିରରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକଜଣକ ପ୍ରେମିକା ମଥାରେ ସିନ୍ଦୂର ଦେଲା । ପରେ ତିନିବର୍ଷରୁ ଊଦ୍ଧ୍ୱର୍ ସମୟ ସେମାନେ ଏକତ୍ର ବସବାସ କଲେ । ଏବେ କିନ୍ତୁ ପ୍ରେମିକାକୁ ପ୍ରତାରଣା କରିଛି ପ୍ରେମିକ । ପ୍ରେମିକା ନିରାଶ ହେବା ପରେ ସୋମବାର ନ୍ୟାୟ ପାଇଁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିବା ଘଟଣା ଏବେ ଚର୍ଚ୍ଚାର କାରଣ ପାଲଟିଛି । ପ୍ରେମିକଜଣକ ପୁଲିସ୍‌ କନେଷ୍ଟବଳ । ଏହି କାରଣରୁ ପୁଲିସ୍‌ ନିକଟରୁ ନ୍ୟାୟ ମିଳୁନଥିବା ପ୍ରେମିକାଜଣକ ଅଭିଯୋଗ କରିଛି ।

ଘଟଣାରୁ ପ୍ରକାଶ³ ଅଭିଯୋଗକାରିଣୀ ଯୁବତୀଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଗୋହିରାଡିହା ଗ୍ରାମରେ । ଆଦିବାସୀ  ସମ୍ପ୍ରଦାୟର ଏହି ଯୁବତୀଙ୍କ ବୟସ ୨୩ ବର୍ଷ । ଏକ କଲେଜ  ଫଙ୍କସନରେ ତାଙ୍କ ସହ ରେମୁଣାର ଥାନାରେ କାର୍ଯ୍ୟରତ କନେଷ୍ଟବଳ ପଦ୍ମନ ସାଉଁନ୍ତାଙ୍କ ସହ ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାରେ ଲାଗିଥିଲା । ଏହି ସମ୍ପର୍କ ପ୍ରେମରେ ରୂପ ନେଇଥିଲା ।

ପଦ୍ମନ ବିବାହର ପ୍ରତିଶ୍ରୁତି ଦେଇଥିଲା । ତା କଥା ମାନି ଯୁବତୀଜଣକ ଘର ଛାଡ଼ି ପଦ୍ମନ ସହ ପଳାଇ ଆସିଥିଲା । ପଦ୍ମନ ଯୁବତୀଙ୍କ ସହ ତିନିବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ସ୍ଥାନରେ ଶାରୀରିକ ସମ୍ପର୍କ ରଖିଥିଲା । କେବଳ ଏତିକି ନୁହେଁ, ଯୁବତୀର ବିଶ୍ୱାସ ଜମାଇବା ପାଇଁ ସେ ଚାନ୍ଦିପୁରର ରାଧାକୃଷ୍ଣ ମନ୍ଦିରଠାରୁ ଆରମ୍ଭ କରି ବିଭିନ୍ନ ମନ୍ଦିରରେ ସିନ୍ଦୂର ପିନ୍ଧାଇଥିଲା । ମାତ୍ର ଏବେ ପଦ୍ମନ ତାଙ୍କୁ ବିବାହ କରିବାକୁ ମନା କରିଦେଉଥିବା ଯୁବତୀ  ଜଣକ ନିଜ ଅଭିଯୋଗ ପତ୍ର ଉଲ୍ଲେଖ କରିଛନ୍ତି । ନିରାଶ ହେବା ପରେ ଯୁବତୀ ଜଣକ ରେମୁଣା ଥାନାରେ ଲିଖିତ ଅଭିଯୋଗ କରିଥିଲା । ମାତ୍ର ପଦ୍ମନ ପୁଲିସ୍‌ରେ ଚାକିରି କରୁଥିବାରୁ ସେଠାକାର ଆଇଆଇସି ତାଙ୍କୁ ସହଯୋଗ କରି ନ ଥିଲେ । ଏମିତିକି ତା ଅଭିଯୋଗ ମଧ୍ୟ ରଖି ନ ଥିଲେ । ଅପରପକ୍ଷରେ ପଦ୍ମନକୁ ବାରମ୍ବାର ସୁରକ୍ଷା ଦେଇ ଆସୁଥିଲେ । ରେମୁଣା ଥାନାରୁ ନିରାଶ ହେବା ପରେ ଯୁବତୀଜଣକ ଏସ୍‌ପିକୁ ଭେଟିବାକୁ ଆସି ନିଜର ଦୁଃଖ କାହାଣୀ ବର୍ଣ୍ଣନା କରିଥିଲେ । ନ୍ୟାୟ ନ ମିଳିଳେ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ଅପରପକ୍ଷରେ ଏନେଇ ପଦ୍ମନ ସହ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କର ୨ଟି ଯାକ ମୋବାଇଲ ନମ୍ବର ବନ୍ଦ ଥିଲା । ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଏହି ଘଟଣା ବିଷୟରେ ପୂର୍ବାଞ୍ଚଳ ରେଞ୍ଜ ଆଇଜି ଦୀପ୍ତେଶ ପଟ୍ଟନାୟକ ଜାଣିବା ପରେ ଯୁବତୀଙ୍କ ସହ ଆଲୋଚନା କରିଥିଲେ । ଏହି ଘଟଣାର ତୁରନ୍ତ ସମାଧାନ ସହ ଯୁବତୀଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ନୟାଗଡ଼ରେ ନକଲି ନୋଟ୍‌ ଦେଇ କିଣୁଥିଲା ଗାଡ଼ି, ଧରା ପଡ଼ିଗଲା ଅଭିଯୁକ୍ତ

ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ସ୍ତ୍ରୀ ସାମ୍ନାରେ କୁକୁଡା ସହ ଯୌନସମ୍ପର୍କ ରଖି ୩ ବର୍ଷ ଜେଲ ଗଲେ ଯୁବକ, ପତ୍ନୀ ତିଆରି କରିଥିଲେ ଭିଡିଓ…