ହାତ ଧରିବେ ପ୍ରତ୍ଯୁଷା, ୨୩ ତାରିଖରେ କଂଗ୍ରେସରେ ମିଶିବେ…

source:odishasuntimes.com
ଭୁବନେଶ୍ୱର ୨୧/୩: କଂଗ୍ରେସରେ ଯୋଗଦେବେ ପ୍ରତ୍ଯୁଷା ରାଜେଶ୍ୱରୀ । ଆସନ୍ତା ୨୩ ତାରିଖରେ କଂଗ୍ରେସରେ ଯୋଗଦେବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ । ନୟାଗଡରେ ଏକ ସାଧାରଣ ସଭାରେ କଂଗ୍ରେସର ଓଡିଶା ରାଜ୍ୟ ଅସ୍ଥାୟୀ ପ୍ରଭାରୀ ଟି.ଏସ୍ ସିଂହଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିବେ ବୋଲି ସ୍ଥିର ହୋଇଛି ।
ଗତକାଲି ମଧ୍ୟ ପ୍ରତ୍ଯୁଷା ରାହୁଲଙ୍କୁ ଚିଠି ଲେଖି କଂଗ୍ରେସରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ନୟାଗଡ ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଥିବା ପୂର୍ବରୁ ପ୍ରକାଶ କରିସାରିଛନ୍ତି । ଅନ୍ଯପଟେ ପ୍ରତ୍ଯୁଷାଙ୍କ ଦଳରେ ଯୋଗଦେବାନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ୨୩ କିମ୍ବା ୨୪ରେ ସେ ଆନୁଷ୍ଠାନିକ ଭାବେ ଦଳରେ ଯୋଗଦେବାନେଇ ସୂଚନା ଦେଇଛନ୍ତି ନିରଞ୍ଜନ । ତେବେ ପ୍ରତ୍ଯୁଷା କେଉଁଠୁ ପ୍ରାର୍ଥୀ ହେବେ ସେନେଇ କିଛି ସ୍ପଷ୍ଟ ହୋଇନି । ଟିକଟ ନମିଳିବାରୁ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରତ୍ୟୁଷା ।