ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଭଦ୍ରକ: କ୍ୱାରେଣ୍ଟାଇନରୁ ଫେରିଲେ ୧୫୧ ଜଣ, ଘରେ ସଙ୍ଗରୋଧରେ ରହିବେ ୭ ଦିନ

ଭଦ୍ରକ ୨୫/୫: ୧୪ ଦିନ କ୍ୱାରେଣ୍ଟାଇନରେ ରହି ଘରକୁ ଫେରିଲେ ପ୍ରବାସୀ । ସରକାରୀ ନିୟମ ଅନୁଯାୟୀ ସମସ୍ତେ ପୁଣି ୭ ଦିନ ଘରେ ହୋମ କ୍ଵରେଣ୍ଟାଇନରେ ରହିବେ । ପ୍ରବାସୀମାନେ ବିଭିନ୍ନ ରାଜ୍ୟରୁ ଭଦ୍ରକ ଫେରିଥିଲେ । ଭଣ୍ଡାରିପୋଖରୀ ସରକାରୀ ଆଇଟିଆଇରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ପରେ ସେମାନଙ୍କୁ  ତିହିଡି ବ୍ଲକକୁ ପଠାଯାଇଥିଲା । ବ୍ଲକ ତରଫରୁ ଗୁଆମାଳ ପଞ୍ଚାୟତର କ୍ୱାରେଣ୍ଟାଇନ କେନ୍ଦ୍ରରେ ସମସ୍ତଙ୍କ ରଖାଯାଇଥିଲା । ସରକାରଙ୍କ ନୂଆ ଗାଇଡ଼ଲାଇନ ଅନୁଯାୟୀ ୧୪ ଦିନ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା ପରେ ୧୫୧ ଜଣ ପ୍ରବାସୀ ନିଜ ନିଜ ଘରକୁ ଫେରିଛନ୍ତି । ସେମାନେ ପୁଣି ୭ ଦିନ ହୋମ କ୍ଵରେଣ୍ଟାଇନରେ ରହିବେ । ବ୍ଲକ ତରଫରୁ କ୍ୱାରେଣ୍ଟାଇନରୁ ଫେରିଥିବା ପ୍ରବାସୀଙ୍କ ଘର ସାମନାରେରେ ଷ୍ଟିକର ଲଗାଯିବା ସହ ସ୍ୱାସ୍ଥ୍ୟକର୍ମୀ ମାନେ ସର୍ଭେ କରିବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.