ଫେସବୁକରେ ଯୁବତୀଙ୍କ ପ୍ରେମରେ ପଡିଲେ ଅଜା,ପ୍ରେମିକାକୁ ପାଇବାକୁ ୧୫ ମାସର ନାତିକୁ କଲେ ଅପହରଣ

ପ୍ରୟାଗରାଜ,୨୫।୯: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପୋଲିସ ଏକ ଅପହୃତ ୧୫ ମାସର ଶିଶୁକୁ ଉଦ୍ଧାର କରିଛି। ଉଦ୍ଧାର ପରେ ଶିଶୁଟିର ଅପହରଣ ସମ୍ପର୍କରେ ପୋଲିସ ଯେତେବେଳେ ଖୁଲାସା କରିଥିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶିଶୁଟିକୁ ବାହାର ଲୋକ ନୁହେଁ ଖୋଦ୍ ତା’ ର ଅଜା କରିଥିଲେ ଅପହରଣ। ଅପହରଣର କାରଣ ଥିଲା ଆହୁରି ଚକିତ କରିଦେବା ଭଳି କଥା। ତାହା ହେଲା ଶିଶୁଟିର ଅଜା ବୃଦ୍ଧ କାରଳରେ ନିଜର ପ୍ରେମିକାକୁ ପାଇବାକୁ ଏଭଳି କରିଥିଲେ।  ଦୁଇ ଦିନ ପୂର୍ବେ ୧୫ ମାସର ଏହି ଶିଶୁଟିର ଅପହରଣ କରୋଲି ଅଞ୍ଚଳରୁ ହୋଇଥିଲା। ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ଶିଶୁଟିକୁ ଉଦ୍ଧାର କରିବା ସହ ଅଜା ଏବଂ ତାଙ୍କର ସାଥୀଙ୍କୁ ଗିରଫ କରିଛି।

ଅଭିଯୁକ୍ତ ଅଜା ନହ୍ଲେ ସାଉଦି ଆରବରେ ରହୁଥିଲେ ଓ ଫେସବୁକରେ ତାଙ୍କର ପ୍ରେମ ସମ୍ପର୍କରେ କରେଲିର ଜଣେ ଯୁବତୀଙ୍କ ସହ ହୋଇଥିଲା। ନହ୍ଲେ ପୂର୍ବରୁ ବିବାହିତ ଥିଲେ, କିନ୍ତୁ ନିଜର ପ୍ରେମିକାକୁ ବିବାହ କରିବାକୁ ରାଜି କରିନେଇଥିଲେ। ଏହା ଭିତରେ ସାଉଦି ଆରବରୁ ଭାରତ ଆସି ନିଜର ଭଉଣା ସଲମାନକୁ କହିଥିଲେ ଝିଅଟିର ପାଖକୁ ବିବାହ ପ୍ରସ୍ତାବ ଦେବାକୁ। କିନ୍ତୁ ନହ୍ଲେର ଫେସବୁକ୍ ଫ୍ରେଣ୍ଡ ତଥା ପ୍ରେମିକା ସହ ଭଣଜା ସଲମାନଙ୍କର ବନ୍ଧୁତ୍ବ ହୋଇଯାଇଥିଲା।

ଏହାପରେ ନହ୍ଲେ ସହିତ ତାଙ୍କର ଫେସବୁକ୍ ପ୍ରେମିକା ଦୂରେଇ ଯାଇଥିଲେ। ଏଥିରେ ରାଗିଯାଇ ନହ୍ଲେ ନିଜର ଭଣଜା ସଲମାନଠାରୁ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ। ସେ ନିଜ ଭଉଣା ସଲମାନଙ୍କ ୧୫ ମାସର ପୁତୁରା ଜିୟାନକୁ ୨୨ ସେପ୍ଟେମ୍ବରରେ ଅପହରଣ କରିନେଇଥିଲେ ଓ ସଲମାନଙ୍କୁ ଫୋନ କରି ନିଜର ଫେସବୁକ୍ ଫ୍ରେଣ୍ଡକୁ ବୁଝାଇ ସୁଝାଇ ତାଙ୍କୁ ଫେରାଇବାକୁ ଦାବି କରିଥିଲେ। ଯଦି ଏପରି ନକରେ ତେବେ ଶିଶୁଟିକୁ ହତ୍ୟା କରିବାର ଧମକ ଦେଇଥିଲେ।

ଶିଶୁଟିର ଅପହରଣ ସୂଚନା ପିଲାର ବାପା ମନସୁର ଅଲ୍ଲୀଙ୍କୁ ଜଣାପଡିଥିଲା। ଏହାପରେ ସେ ତୁରନ୍ତ ପୋଲିସ ଷ୍ଟେସନ୍ ଆସି  ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଏହାପରେ ପୋଲିସ ସର୍ଭିଲାନ୍ସ ଓ କ୍ରାଇମବ୍ରାଞ୍ଚର ସହାୟତାରେ ୪୮ ଘଣ୍ଟା ଭିତରେ ଶିଶୁଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।  ପୋଲିସ ନହ୍ଳେ ଓ ତାଙ୍କ ସାଥୀଙ୍କୁ ଗିରଫ କରି ସାରିଛି। ଏବେ ନିଜର କୃତକର୍ମ ପାଇଁ ଅଜା ନହ୍ଳେ କ୍ଷମା ମାଗୁଛନ୍ତି।

   ସମ୍ବନ୍ଧିତ ଖବର


କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ବିହାର ନିର୍ବାଚନୀ ପ୍ରତିଶ୍ରୁତିରେ କରୋନା ଭାକ୍‌ସିନ୍‌ – ମାଗଣାରେ ଲୋକଙ୍କୁ କୋଭିଡ୍‌-୧୯ ଟିକା ମିଳିବା ନେଇ ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

୬ଦିନ ପର୍ଯ୍ୟନ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କଲେ ୧୫ ଦୁର୍ବୃତ୍ତ: ପୋଲିସ ଚୁପ୍, ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ

ମେଡିକାଲରୁ ଡିସଚାର୍ଜ ହେଲେ କପିଲ ଦେବ, ଚେତନ ଶର୍ମା କହିଲେ..

ନିର୍ବାଚନ ବିଜ୍ଞାପନରୁ ନୀତୀଶ କୁମାରଙ୍କ ଚେହେରା ଗାଏବ , କେବଳ ରହିଛି ପିଏମ୍‌ ମୋଦିଙ୍କ ଫଟୋ !

ଦଶାନନ ରାବଣଙ୍କର ଏହି ସ୍ଥାନରେ ଅଛି ଶହେ ବର୍ଷ ତଳର ପୁରୁଣା ମନ୍ଦିର, ବର୍ଷକୁ ଥରେ ମିଳିଥାଏ ଦର୍ଶନ