ପାକ୍‌ କର୍ମଚାରୀଙ୍କ ଉପରେ ଚୀନ୍‌ ମାଲିକଙ୍କ କଟକଣା : ଡ୍ୟୁଟି ସମୟରେ ନମାଜ ପାଠ ମନା

ନୂଆଦିଲ୍ଲୀ,୧।୭ : ପାକିସ୍ତାନରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମୁସଲମାନ ଧର୍ମଗୁରୁ ଅଭିଯୋଗ କରୁଛନ୍ତି ଯେ ପାକିସ୍ତାନରେ ନିୟୋଜିତ ଥିବା ଚୀନ୍‌ କଂପାନିର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା ପାକ୍‌ ନାଗରିକଙ୍କ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଉଛନ୍ତି । ଏପରିକି ପାକ୍‌ କର୍ମଚାରୀମାନଙ୍କୁ ଡ୍ୟୁଟି ସମୟରେ ନମାଜ ପାଠ କରିବା ଉପରେ ରୋକ ଲଗାଯାଇଛି । ଏହି ନିର୍ଦ୍ଦେଶ ନମାନିଲେ ଚାକିରିରୁ ବାହାର କରିଦେବାକୁ ଧମକ ଦିଆଯାଉଛି ।

ଉକ୍ତ ଧର୍ମଗୁରୁ କହିଛନ୍ତି ଯେ ଆମେ ନମାଜ ପାଠକୁ ଏଡାଇପାରିବା ନାହିଁ । ପାକ୍‌ କର୍ମଚାରୀମାନେ ଚାକିରି ଚାଲିଯିବା ଭୟରେ ଏପରି ନିର୍ଦ୍ଦେଶ ବିରୋଧରେ ମୁହଁ ଖୋଲୁନାହାନ୍ତି । କିନ୍ତୁ ଏହା ଆମମାନଙ୍କ ପାଇଁ ଆତ୍ମସମ୍ମାନର ପ୍ରଶ୍ନ ହୋଇଗଲାଣି । ତେଣୁ ସମସ୍ତେ ଏହା ବିରୋଧରେ ମୁହଁ ଖୋଲିବା ଉଚିତ୍‌ ଏବଂ ଚୀନ୍‌ ମାଲିକଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ଉଚିତ୍‌ ।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି

ଖୁବ୍ ଶୀଘ୍ର ଲଞ୍ଚ୍ ହେବ ଇଲେକ୍ଟ୍ରିକ୍ ଭେଇକିଲ୍ Mahindra Atom, ଜାଣନ୍ତୁ ଦାମ୍ ଓ ଫିଚର୍ସ

ହୃଦୟ ବିଦାରକ ଦୃଶ୍ୟ: ଯନ୍ତାରେ ଭୋକିଲା ଶିଶୁକୁ ସାପ ଓ ୭୦୦ ଜୀବଙ୍କ ମଧ୍ୟରେ ରଖିଥିଲେ ମାଆ ଓ ସାବତବାପ- ପୁଲିସ କଲା ଉଦ୍ଧାର