୨୦ ଥର କରୋନା ଟେଷ୍ଟ କଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ ୨୧/୧୦: କରୋନା ସଂକ୍ରମଣ ଯୋଗୁଁ ଏଥର ଆଇପିଏଲ୍ ଦୁବାଇରେ ଆୟୋଜିତ କରାଯାଇଛି । ବଲିଉଡ ଅଭିନେତ୍ରୀ କିଙ୍ଗ୍ସ ଇଲେଭନ ପଞ୍ଜାବର ଓନର ପ୍ରୀତି ଜିଣ୍ଟା ମଧ୍ୟ ଏବେ ନିଜ ଟିମକୁ ଚିୟର କରିବା ପାଇଁ ଦୁବାଇରେ ଅଛନ୍ତି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବହୁତ ସତର୍କତା ଅବଲମ୍ବନ କରାଯାଉଛି । ଏନେଇ ସମସ୍ତ ଖେଳାଳୀ ତଥା ଟିମ ସମ୍ପର୍କିତ ସମ୍ପସ୍ତଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଥିଲା ।

ପ୍ରୀତି ଜିଣ୍ଟା ମଧ୍ୟ ସବୁ ନିୟମ ମାନୁଛନ୍ତି । କରୋନା ସଂକ୍ରମଣରୁ ରକ୍ଷା ପାଇଭା ପାଇଁ ପ୍ରୀତି ଲଗାତର କରୋନା ଟେଷ୍ଟ କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁବାଇ ଯିବା ପରେ ପ୍ରୀତି ଜିଣ୍ଟା ୨୦ ଥର କରୋନା ଟେଷ୍ଟ କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ଯନ୍ତ ସବୁ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି ।

୨୦ ଥର କରୋନା ଟେଷ୍ଟ
ପ୍ରୀତି ଜିଣ୍ଟା ୨୦ ଥର କରୋନା ଟେଷ୍ଟ କରିଛନ୍ତି । ଯଦି ଦେଖିବା ତେବେ ବହୁତ କମ୍ ଲୋକ କରୋନା ଟେଷ୍ଟ କରୁଛନ୍ତି । ତେବେ ବାରମ୍ବାର ପରୀକ୍ଷା କରୁଥିବା କିଛି ଲୋକ ମଧ୍ୟ ଅଛନ୍ତି ଏବଂ ପ୍ରୀତି ଜିଣ୍ଟା ସେମାନଙ୍କ ମଧ୍ୟରୁ ଜଣେ । ସେ ଏବେ ନିଜ ଟିମ୍ ସହିତ ବହୁତ ମସ୍ତି କରୁଥିବା ନଜର ଆସୁଛନ୍ତି । ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି ଏବଂ ଟିମର ଖେଳାଳୀଙ୍କ ସହିତ ଫଟୋ ପୋଷ୍ଟ କରନ୍ତି । ତେବେ ପ୍ରୀତି ଜିଣ୍ଟା ନିଜ ହେଲ୍ଦ ପାଇଁ ବହୁତ ଧ୍ୟାନ ରଖନ୍ତି । ଦୁବାଇରେ ୱର୍କ ଆଉଟ୍ କରି ସେ ଫଟୋ ଓ ଭିଡିଓ ସେୟାର କରନ୍ତି । କେବଳ ସେତିକି ନୁହେଁ, ସେ  ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଗୁରୁତ୍ୱ ଦିଅନ୍ତି । ସେ ଦୁବାଇରେ ୱର୍କ ଆଉଟ୍ କରିବା ସମୟରେ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି ।