ବିଜେଡିରୁ ଇସ୍ତଫା ଦେଲେ ବିଜେପି ନେତା ଦାମ ରାଉତଙ୍କ ଝିଅ ପ୍ରୀତିନନ୍ଦା

ଭୁବନେଶ୍ୱର ୧୬/୩: ବିଜେଡିରୁ ଇସ୍ତଫା ଦେଲେ ବିଜେପି ନେତା ଦାମ ରାଉତଙ୍କ ଝିଅ ତଥା ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ । ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି ପ୍ରୀତିନନ୍ଦା । ଦଳ ସଭାପତିଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନିଜର ବ୍ଯକ୍ତିଗତ କାରଣରୁ ଦଳ ଛାଡିଥିବା ସେ କହିଛନ୍ତି । ତେବେ ସେ କେଉଁ ଦଳରେ ମିଶିବେ ସେନେଇ କିଛି ସୂଚନା ମିଳିନି । ତେବେ ୨ ଦିନ ତଳେ ବରିଷ୍ଠ ନେତା ଦାମ ରାଉତ ବିଜେପିରେ ମିଶିଥିଲେ । ଏହାପରେ ଆଜି ଝିଅ ପ୍ରୀତିନନ୍ଦାଙ୍କ ଇସ୍ତଫା ପରେ ସେ ମଧ୍ୟ ବିଜେପିରେ ମିଶିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି ।