ଅବାଞ୍ଛିତ ଗର୍ଭଧାରଣକୁ ରୋକିବ ଏହି କନଟ୍ରାସେପ୍ଟିଭ ଜୁଏଲାରୀ, ମହିଳାଙ୍କୁ ଖାଇବାକୁ ପଡିବନି ପ୍ରତିଦିନ ଔଷଧ

ନୂଆଦିଲ୍ଲୀ,୧୨।୪: ଅବାଞ୍ଛିତ ଗର୍ଭ ଧାରଣକୁ ରୋକିବା ପାଇଁ ଏବେ ମହିଳାଙ୍କୁ ଗର୍ଭନିରୋଧକ ବଟିକା ଖାଇବାକୁ ଆଉ ପଡିବନି। କାରଣ ଗର୍ଭନିରୋଧ ବଟିକା ଖାଇବା ଫଳରେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଏହା ଖରାପ ପ୍ରଭାବ ପକାଉଛି। ଏହାଦ୍ବାରା ମହିଳାଙ୍କ ହର୍ମୋନର ସନ୍ତୁଳନ ବିଗିଡି ଯାଇଥାଏ। କିନ୍ତୁ ଏବେ ବୈଜ୍ଞାନିକମାନେ ଗର୍ଭନିରୋଧକ ବଟିକାର ଏକ ବିକଳ୍ପ ଖୋଜି ବାହାର କରିପାରିଛନ୍ତି। ହଁ ଆଜ୍ଞା ମହିଳାମାନେ ବିନା ଗର୍ଭନିରୋଧକ ବଟିକାର ବ୍ୟବହାର ନକରି ଅବାଞ୍ଛିତ ଗର୍ଭଧାରଣାରୁ ବର୍ତ୍ତିପାରିବେ।  ବୈଜ୍ଞାନିକମାନେ ଏକ ଅଦ୍ଭୁତ ଧରଣର କନଟ୍ରାସେପ୍ଟିଭ ଜୁଏଲାରୀ ବା ଗର୍ଭନିରୋଧକ ଗହଣା  ତିଆରି କରିଛନ୍ତି। ଏହି ଜୁଏଲାରୀକୁ ଇୟରରିଙ୍ଗ, ମୁଦି, ହାର ଆଦି ଭାବରେ ପିନ୍ଧି ଗର୍ଭଧାରଣା ରୋକି ପାରିବେ।

source: https://aajtak.intoday.in

ବୈଜ୍ଞାନିକଙ୍କ ଦ୍ବାରା ତିଆରି ହୋଇଥିବା ଏହି ଜୁଏଲାରୀରେ କନଟ୍ରାସେପଟିଭ ହର୍ମୋନର ଏକ ପ୍ୟାଚ ଲଗାଯାଇଛି। ଏହି ଜୁଏଲାରୀ ପିନ୍ଧିବା ଫଳରେ ଏଥିରେ  କନଟ୍ରାସେପ୍ଟିଭ ହର୍ମୋନ ଶରୀରର ଚର୍ମ ଦ୍ବାରା ମିଶିଯାଇଥାଏ। ଏହି ରିପୋର୍ଟକୁ କନଟ୍ରୋଲଡ ରିଲିଜର ଜର୍ନାଲରେ ପ୍ରକାଶିତ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି, ଏହି ଜୁଏଲାରୀର ପ୍ରାରମ୍ଭିତ ଯାଞ୍ଚରୁ ଜଣାପଡିଛି ଯେ କନଟ୍ରାସେପଟିଭ ଜୁଏଲାରୀ ମହିଳାଙ୍କ ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ କନଟ୍ରାସେପସନ ହର୍ମୋନ ବାହାର କରିଥାଏ। ଯାହାକି ଗର୍ଭଧାରଣକୁ ବନ୍ଦ କରିବାରେ ସହାୟକ ହୋଇଥାଏ। ତେବେ ମଣିଷ ଉପରେ ଏପର୍ଯ୍ୟନ୍ତ ଏହି ଜୁଏଲାରୀକୁ ବ୍ୟବହାର କରାଯାଇନାହିଁ, ଖୁବ୍ ଶୀଘ୍ର ଏହାକୁ ପରୀକ୍ଷା କରାଯିବ ବୋଲି ଜଣାପଡିଛି।

source: https://aajtak.intoday.in

ବୈଜ୍ଞାନିକଙ୍କ ମତରେ ଜୁଏଲାରୀକୁ ଗର୍ଭନିରୋଧକ କରିବାର ଉଦେଶ୍ୟ ହେଉଛି ମହିଳଙ୍କୁ ପ୍ରତିଦିନ ଗର୍ଭନିରୋଧକ ବଟିକା ଖାଇବାଠାରୁ ମୁକ୍ତି ଦେବା। ଏହି ଜୁଏଲାରୀ ଦ୍ବାରା   ଗର୍ଭନିରୋଧ ହେବା ସହ ଶରୀରରେ ଥିବା ଅନ୍ୟ ରୋଗର ମଧ୍ୟ ଚିକିତ୍ସା ହୋଇଯିବ।ଆମେରିକାର ଜର୍ଜିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ମାର୍କ ପ୍ରୁଷ୍ଟନିଜ କହିଛନ୍ତି, ‘ଆଜିକାଲି ଗର୍ଭନିରୋଧକର ଯେତେବେଳେ ବିକଳ୍ପ ରହିଛି ତାହା ମହିଳାଙ୍କ ଆବଶ୍ୟକତାକୁ ପୂରଣ କରିବାର ସମ୍ଭାବନା ବଢାଉଛି। ମହିଳାମାନେ ଜୁଏଲାରୀ ପ୍ରତି ସବୁବେଳେ ଆକର୍ଷିତ ରହିଥିବାରୁ ଏହା ତାଙ୍କ ପାଇଁ ଦିନଚର୍ଯ୍ୟାର ଏକ ଅଂଶ। ତେଣୁ ଏହି ଟେକ୍ନୋଳୋଜି  ଦ୍ବାରା ଔଷଧ ଖାଇବାରୁ ସେମାନେ ମୁକ୍ତି ପାଇପାରିବେ। ଏହି ଜୁଏଲାରୀରେ ଟ୍ରାନ୍ସଡର୍ମଲ ପ୍ୟାଚ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି, ଯାହାକି ପୂର୍ବରୁ ଧୂମ୍ରପାନ ଅଭ୍ୟାସ ଛାଡିବା, ମେନୋପୋଜ୍ ରୋକିବା ସହିତ ଅନ୍ୟ ରୋଗର ଔଷଧ ଭାବରେ ବ୍ୟବହାର କରାଯାଇଥାଏ। କିନ୍ତୁ ପୂର୍ବରୁ ଏହାକୁ କୌଣସି ଜୁଏଲାରୀରେ ବ୍ୟବହାର କରାଯାଇନଥିଲା।

source: https://aajtak.intoday.in

ବୈଜ୍ଞାନିକମାନେ ଗର୍ଭନିରୋଧକ ଜୁଏଲାରୀକୁ ପଶୁମାନଙ୍କ ଉପରେ ପରୀକ୍ଷା​‌କରିସାରିଛନ୍ତି। ପରୀକ୍ଷା ସମୟରେ ହର୍ମୋନ ପ୍ୟାଚ ଇୟରରିଙ୍ଗକୁ ପଛପଟକୁ ଲଗାଯାଇଥିଲା। ଏହା ସହ ଲେଭୋନୋର୍ଜିଷ୍ଟ୍ରଲ ହର୍ମୋନକୁ ପ୍ୟାଚ ବିନା ଥିବା ଏକ ମୂଷାର ଚର୍ମରେ ବ୍ୟବହାର କରାଯାଇଥିଲା। ଯାଞ୍ଚର ଫଳାଫଳ ଭାବରେ ସାମନାକୁ ଆସିଥିଲା ଯେ, ଇୟରରିଙ୍ଗ ବାହାର କରିବା ପରେ ବ୍ଲଡଷ୍ଟ୍ରିମରେ ପ୍ୟାଚ ପର୍ଯ୍ୟାପ୍ତ ମାତ୍ରାରେ ହର୍ମୋନ ବାହାର କରୁଥିଲା। ଏହି ହର୍ମୋନ ପ୍ୟାଚ ୩ଟି ପରସ୍ତର ସାହାର୍ଯ୍ୟରେ ତିଆରି କରାଯାଇଛି। ପ୍ରଥମ ପରସ୍ତରେ ଅଠାଳିଆ ପଦାର୍ଥ ଲଗାଯାଇଥିଲା, ଯାହାକି ଇୟରରିଙ୍ଗ କିମ୍ବା ଅନ୍ୟ କୌଣସି ଜୁଏଲାରୀ ସହିତ ଲଗାଯାଇଥାଏ। ପ୍ୟାଚ ମାଧ୍ୟମରେ ମଧ୍ୟମ ପରସ୍ତକରୁ ସଲିଡ ଫର୍ମରେ କନଟ୍ରାସେପଟିଭ ଡ୍ରଗ ରହିଛି। ଏହାପରେ ତୃତୀୟ ଓ ଶେଷ ପରସ୍ତରେ ଅଠାଳିଆ ପଦାର୍ଥ ରହିଛି, ଯାହାକି ଚର୍ମ ସହିତ ଲାଗି ରହିଛି ହର୍ମୋନ ଛାଡିଥାଏ। ପ୍ୟାଚରେ ଥିବା କନଟ୍ରାସେପଟିଭ ଡ୍ରଗ୍ ଚର୍ମ ଜରିଆରେ ବ୍ଲଡ ଷ୍ଟ୍ରିମରେ ଯାଇ  ଏହାପରେ ସମ୍ପୂର୍ଣ୍ଣ ଶରୀରରେ ପହଁଞ୍ଚି ଯାଇଥାଏ।  

   ସମ୍ବନ୍ଧିତ ଖବର


କୃଷି ଆଇନକୁ ବିରୋଧ: ମେଣ୍ଟ ପାଇଁ ଅଡୁଆ, ଏନ୍‌ଡିଏ ଛାଡ଼ିବାକୁ ଧମକ ଦେଲା ଆରଏଲ୍‌ପିର

କରୋନା ସ୍ଥିତି ସମୀକ୍ଷା ପାଇଁ ୪ରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି

ନାକ ମାଧ୍ୟମରେ ମସ୍ତିଷ୍କରେ ପ୍ରବେଶ କରିପାରେ କରୋନା ଭାଇରସ୍‌ – ଅଧ୍ୟୟନ

ଆଜି ବିଶ୍ୱ ଏଡ୍‌ସ ନିରାକରଣ ଦିବସ: ଅସୁରକ୍ଷିତ ଯୌନ ସମ୍ପର୍କରୁ ୮୮% ସଂକ୍ରମିତ, ରାଜ୍ୟରେ ୫୨ ହଜାର ଆକ୍ରାନ୍ତ

ଆପଣ ଏହି ସିଜିନ୍‌ରେ ବିବାହ କରୁଛନ୍ତି କି ? ଏହି ଘରୋଇ ଟିପ୍ସରେ ଆପଣ ନିଜର ଚେହେରାରେ ଚମକ ଆଣି ପାରିବେ

ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର