ପୁଣି ଜନନୀ ଯନ୍ତ୍ରଣାର ଦୟନୀୟ ଚିତ୍ର: ୩ କିମି ବୁହାହେଲେ ଗର୍ଭବତୀ

ଖଡ଼ିଆଳ ୨୭/୧୨: ନୂଆପଡ଼ା ଜିଲ୍ଲାରେ ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଦୟନୀୟ ଚିତ୍ର । ଗାଁକୁ ଭଲ ରାସ୍ତା ନଥିବାରୁ ଦୀର୍ଘ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କପରଗଡ଼ ଗାଁରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏଭଳି ସାଂଘାତିକ ଚିତ୍ରକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଖଡ଼ିଆଳ ବ୍ଲକ କିରିକିଟା ପଞ୍ଚାୟତ କପରଗଡ଼ ଗାଁ ପାହାଡ଼ ଉପରେ ଅବସ୍ଥିତ । ଗାଁକୁ ଭଲ ରାସ୍ତା ନାହିଁ । ପାହାଡ଼ିଆ ରାସ୍ତା ହିଁ ଏକମାତ୍ର ଭରସା ।

ଗୁରୁବାର ଗାଁର ଉମାଶଙ୍କର ମାଝୀଙ୍କ ସ୍ତ୍ରୀ ଘରମଣୀଙ୍କ ଗର୍ଭଯନ୍ତ୍ରଣା ହେବାରୁ ଆଶା ଓ ଏଏନ୍‌ଏମଙ୍କ ସହ ଆମ୍ବୁଲାନ୍ସ ଡାକିଥିଲେ । ରାସ୍ତା ଖରାପ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରି ନଥିଲା । ତେଣୁ ଗାଁ ଲୋକେ ଏକ ଷ୍ଟ୍ରେଚରରେ ଘରମଣୀଙ୍କୁ ଦୀର୍ଘ ୩ କିମି ବୋହି ଆଣିଥିଲେ । ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଷ୍ଟ୍ରେଚରରେ ଗର୍ଭବତୀଙ୍କୁ ବୋହିନେବା ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।

   ସମ୍ବନ୍ଧିତ ଖବର


ନିଶାରେ ମା’କୁ ମାଡ଼ ମାରି ପୁଅ ଗିରଫ

ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ପାର୍କରେ ଟିକ୍‌ଟକ୍: ବାଥରୁମ୍‌ରେ ଡ୍ରେସ୍ ଚେଞ୍ଜ କରି କରୁଥିଲେ ଭିଡିଓ ସୁଟ୍, ଉଠାଇ ନେଲା ପୁଲିସ

ବଢ଼ୁଛି ‘ଓୟୋ’ର କାରସାଦି: ରାତିରାତି ବଦଳିଲା ନିୟମ, ଚିନ୍ତାରେ ବିଲ୍ଡିଂ ମାଲିକ ଓ କର୍ମଚାରୀ…

ସ୍ନାନଯାତ୍ରା ଦର୍ଶନ ନେଇ ମାମଲା: ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

‘ସୁନା କୂଅ’ର ଜଳ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି