ରାଉରକେଲା: ୯ ମାସର ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ, ୩ ଜଣଙ୍କ ନାଁରେ ମାମଲା ରୁଜୁ

ରାଉରକେଲା ୨୬।୯: ରାଉରକେଲାରେ ଜଣେ ଗର୍ଭବତୀ ମହିଳାଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ ହୋଇଛି । ଏନେଇ ବନ୍ଧମୁଣ୍ଡା ଥାନାରେ ମାମଲା ରୁଜୁ କରାଯାଇଛି । ଦେଶୀ ମଦ ଭାଟି ମ୍ୟାନେଜର ମୁକେଶ ଯାଦବ, ମ୍ୟାନେଜର ରବୀନ୍ଦ୍ର ଯାଦବ ଏବଂ କର୍ମଚାରୀ ଛୋଟୁ ସିଂ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ୯ ମାସର ଗର୍ଭବତୀ। ସଂପୃକ୍ତ ମହିଳାଙ୍କ ସ୍ବାମୀ ଜେଲରେ ଥିବାବେଳେ ଗତ ଜୁଲାଇ ୨୯ତାରିଖରେ ଘରେ ପଶି ଗଣଦୁଷ୍କର୍ମ ଉଦ୍ୟମ କରିଥିଲେ। ଉକ୍ତ ଘଟଣା ସଂପର୍କରେ କାହା ଆଗରେ ନ କହିବାକୁ ମହିଳାଙ୍କୁ ଧମକ ଦିଆଯାଇଥିଲା । ତେବେ ସ୍ବାମୀ ଜେଲରୁ ଫେରିବା ପରେ ମହିଳା ଜଣଙ୍କ ସମସ୍ତ ଘଟଣା ସମ୍ପର୍କରେ ପ୍ରଥମେ ସ୍ବାମୀଙ୍କୁ ଜଣାଇଥିଲେ। ମହିଳାଙ୍କ ସ୍ବାମୀ କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେ ଆସି ଆଜି ବନ୍ଧମୁଣ୍ଡା ଥାନାରେ ମାମଲା ରୁଜୁ କରିଛନ୍ତି । ମୁକେଶ ଯାଦବକୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

୫ ଟଙ୍କାକୁ ନେଇ ବିବାଦ, ସେଲ୍ସମ୍ୟାନଙ୍କୁ ଗୁଳି

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ମଜାର ଭିତରେ ଚାଲିଥିଲା ସେକ୍ସ ରାକେଟ୍, ସ୍ଥାନୀୟ ଲୋକ ଚଢାଉ କରି ଧରିଲେ କାଲେ ବାବାକୁ

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା