PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଜୀଅନ୍ତା ଜଳିଗଲେ ଗର୍ଭବତୀ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କଲେ ସ୍ବାମୀ

ଗୋପବନ୍ଧୁନଗର ୨୯/୧୨: ସକାଳ ପ୍ରାୟ ୯ଟା । ହଠାତ୍‌ ଘର ଭିତରୁ ଶୁଣାଗଲା ପୋଡ଼ିଗଲି… ପୋଡ଼ିଗଲି…। ପଡ଼ୋଶୀ ଦେଖିଲେ ଗର୍ଭବତୀ ପତ୍ନୀକୁ ଦରପୋଡ଼ା ଅବସ୍ଥାରେ ସ୍ୱାମୀ ବାଲେଶ୍ୱର ଡାକ୍ତରଖାନାକୁ ନେଇଗଲେ । ମହିଳାଙ୍କ ଗୁରୁତର ଅବସ୍ଥା ଦେଖି ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଇଛନ୍ତି । ଏହି ଘଟଣା ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକର ସାଇଁକୁଳାଠାରେ ଘଟିଥିବାବେଳେ ଏହା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ଖବର ଲେଖା ହେବା ଯାଏ ହୋଇନାହିଁ ।

ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲାର ପାଣିଶୁଳିଆର ମୂଳ ବାସିନ୍ଦା ହେଲେ ପ୍ରହଲ୍ଳାଦ ଗିରି (୬୫) । ସେ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗର ବ୍ଲକର ସାଇଁକୁଳାଠାରେ ଘରଡିହ କିଣି ସପରିବାର ରହିଆସୁଥିଲେ । ପ୍ରହ୍ଲାଦଙ୍କ ପୁଅ ଇନ୍ଦ୍ରଜିତ ଗିରି ଦେଢ଼ ବର୍ଷ ତଳେ ରାସଗୋବିନ୍ଦପୁର ଥାନା ଅଧୀନ କରଞ୍ଜପଡ଼ା ଅଞ୍ଚଳର ନିବେଦିତାଙ୍କୁ ବିବାହ କରିଥିଲେ । ନିବେଦିତା ଏବେ ୯ ମାସର ଗର୍ଭବତୀ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଇନ୍ଦ୍ରଜିତ ନିବେଦିତାଙ୍କ ଉପରେ ଅନେକ ସମୟରେ ବିଭିନ୍ନ କାରଣରୁ ଅତ୍ୟାଚାର କରନ୍ତି ।

ଆଜି ସକାଳେ ନିବେଦିତା ପୂର୍ବରୁ ମାଡ଼ ଯୋଗୁ ଦେହ ବଥା କରିବାରୁ ଘର ସମ୍ମୁଖରେ ଥିବା ସରକାରୀ ଡାକ୍ତରଖାନାକୁ ଯାଇଥିଲେ । ସଂପୃକ୍ତ ଡାକ୍ତରଖାନାର ଫାର୍ମାସିଷ୍ଟ ଆମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରି କହିଛନ୍ତି, ଇନ୍ଦ୍ରଜିତ ଡାକ୍ତରଖାନାରେ ପହଞ୍ଚି ନିବେଦିତାଙ୍କ ଚୁଟିକୁ ଧରି ଘରକୁ ଘୋଷାଡ଼ି ନେଇଥିଲେ । କିଛି ସମୟ ପରେ ନିବେଦିତାଙ୍କ ଶରୀରରେ ନିଆଁ ଲାଗିବା ନେଇ ତାଙ୍କ ଚିତ୍କାର ଶୁଭିଥିଲା ।’ ନିବେଦିତା ନିଜେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି କି, ପରିବାର ଲୋକେ ତାଙ୍କୁ ନିଆଁ ଲଗାଇ ଦେଇ ହତ୍ୟା ଉଦ୍ୟମ କରିଛନ୍ତି ତାହା ଅସ୍ପଷ୍ଟ । ଆଜିର ଘଟଣା ପରେ ସ୍ଥାନୀୟ ଲୋକେ ଶ୍ୱଶୁର ପ୍ରହଲ୍ଲାଦ ଗିରିଙ୍କୁ ନିସ୍ତୁକ ମାଡ଼ ମାରି ଗଛରେ ବାନ୍ଧି ଦେଇଥିଲେ । ଖୁଣ୍ଟା ଥାନାର ଭାରପ୍ରାପ୍ତ ଅଧିକାରୀ ସୌମ୍ୟରଂଜନ ଭୋଳ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ଜାଣିବାକୁ ମିଳିଛି । ପୁଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ବୋଲି ଭାରପ୍ରାପ୍ତ ଥାନାଧିକାରୀ କହିଛନ୍ତି ।