୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ନୂଆଦିଲ୍ଲୀ, ୧୯/ ୧୦: ଦୃଢ଼ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ। ଏହାକୁ ପ୍ରମାଣିତ କରିଛନ୍ତି ଜଣେ ଗର୍ଭବତୀ ମହିଳା। ମିଚେଲ୍‌ ମାଇଲର ନାମକ ଜଣେ ବ୍ୟକ୍ତି ୟୁଟ୍ୟୁବରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ କି ତାଙ୍କ ପତ୍ନୀ ଦୌଡ଼ୁଥିବାର ଦେଖିବାକୁ ମିଳିଛି। ସେ କହିବା ମୁତାବିକ, ତାଙ୍କ ପତ୍ନୀଙ୍କ ସହ ଏକ ସର୍ତ୍ତ ଲଗାଇଥିଲେ ଯେ, ୮ ମିନିଟରେ ଏକ ମାଇଲ ଦୈଡ଼ିବା ପାଇଁ । ହେଲେ ତାଙ୍କ ପତ୍ନୀ ମାତ୍ର ୫ ମିନିଟ୍‌ ୨୫ ସେକେଣ୍ଡରେ ଦୌଡ଼ି ଥିଲେ। ସବୁଠାରୁ ବଡ଼ କଥା ହେଉଛଇ ମିଚେଲଙ୍କ ପତ୍ନୀ ୯ ମାସର ଗର୍ଭବତୀ। ଗର୍ଭବତୀ ଥାଇ ବି ସେ ୫ ମିନିଟ୍‌ ୨୫ ସେକେଣ୍ଡରେ ଦାୈଡ଼ି ଚର୍ଚ୍ଚାରେ।

ମିଚେଲ ତାଙ୍କ ସର୍ତ୍ତ ହାରି ଯାଇଥିଲେ ଏବଂ ତାଙ୍କ ପତ୍ନୀଙ୍କୁ ୧୦୦ ଡଲାର ଦେଇଥିଲେ। ସେ ଆହୁରି କହିଛନ୍ତି ଯେ, ମୁଁ ଖୁସି ଯେ ମୁ ମୋ ସ୍ତ୍ରୀଠୁ ହାରିଛି। ମହିଳାଙ୍କ ଜଣଙ୍କ ଭିଡିଓ ଭାଇରାଲ ହେବା ପରେ ଲୋକ ମାନେ ମହିଳାଙ୍କ ଦୌଡ଼କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏମିତି ଏକ ସୋସିଆଲ ମିଡିଆଲ ୟୁଜର କହିଛନ୍ତି ଯେ ମହିଳା ଜଣଙ୍କ ଗର୍ଭବତୀ ନୁହନ୍ତି। ନହେଲେ ସେ ଏତେ ସ୍ପିଡରେ ଦୌଡ଼ି ପାରି ନଥାନ୍ତେ। ଆଉ ଜଣେ ମହିଳାଙ୍କୂୁ ଆଇରନ୍‌ ଲେଡି ବୋଲି କହିଛନ୍ତି।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଭାରତ ବିସ୍ମୟ ବାଳକ- ବୟସ ମାତ୍ର ୪ ବଜାଉଛନ୍ତି ତାଳରେ ଢୋଲ:ଦେଖନ୍ତୁ ଶୁଣନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…