PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଗଛରେ ଓଢଣୀ ଲଗାଇ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ !

ପାପଡାହାଣ୍ଡି (ଆପ୍ର)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବତାସର ଜଙ୍ଗଳରୁ ପ୍ରେମୀ ଯୁଗଳଙ୍କ  ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନାଅନୁଯାୟୀ ମୃତ ଯୁବତୀ ଚେରଚେଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଦଭଟ୍ଟା ଗ୍ରାମର ସୁକୁମନ ଭତରା ଙ୍କ ଝିଅ ସାବିତ୍ରୀ ଭତରା (୧୮) ବୋଲି ଜଣାପଡିଛି ।

ଏନେଇ ମୃତ ଯୁବତୀଙ୍କ ଜେଜେ ବାପା କେଶବ ଭତରା ପାପଡାହାଣ୍ଡି ଥାନାରେ ଏତଲା ଦାୟର କରିଛନ୍ତି. ଏତଲା ଅନୁସାରେ ଆଜି ସକାଳୁ ଜଙ୍ଗଲ ମଧ୍ୟରେ ନିଜ ନାତୁଣୀ ସାବିତ୍ରୀ ଏକ ଅଜଣା ଯୁବକ ସହ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଖବର ପାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣଙ୍କ ଡାବୁଗାଁ ବ୍ଲକ ବଡକଇଲାରୀ ଗ୍ରାମର ବୁଦୁରା ଭତରା ରପୁଅ  ବିଷ୍ଣୁ ଭତର (୧୯) ବୋଲି ଜଣାପଡିଛି ।
ଉଭୟ ଦୁହେଁ ଦୁହେଁ କୁ ଭଲ ପାଉଥିଲେ. ଝିଅ ସାବିତ୍ରୀ ଫୋନ ଯୋଗେ  କାହା ସହ କଥା ହେବା ଜାଣିବାରୁ  ପରିବାର ଲୋକ ଝିଅ ଠାରୁ ମୋବାଇଲ ନେଇଯାଇଥିଲେ. ଏହା ପରେ  ରାତ୍ରି ଶୋଇବା  ସମୟରେ  ଝିଅ ସାବିତ୍ରୀ ଘରୁ କେଉଁ ଆଡ଼ ଚାଲିଯାଇଥିଲା । ଘର ଲୋକ ଖୋଜାଖୋଜି ପରେ ପାଇନଥିଲେ. ଆଜି ସକାଳେ   ଝିଅ ର ଜେଜେବାପା ଜାଣିବା ପରେ   ଏତଲା ଦାୟର କରିଥିଲେ । ଏନେଇ ପାପଡାହାଣ୍ଡି ପୋଲିସ କେଶ ନଂ୧୭/୨୧ରେ ଏକ ଅପମୃତ୍ୟୁ ମାମଲା  ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି ।