PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଆତ୍ମହତ୍ୟା କଲା ପ୍ରେମିକ, ଜୋର ଜବରଦସ୍ତ ଶବ ସହ ପ୍ରେମିକାର ବିବାହ କରାଇଦେଲେ ପ୍ରେମିକଙ୍କ ପରିବାର ଲୋକେ

କୋଲକାତା, ୩୧।୫ : ପ୍ରେମିକ ଆତ୍ମହତ୍ୟା କରିବାରୁ ଶବ ସହ ବିବାହ କରାଇଦେଲେ ପ୍ରେମିକଙ୍କ ପରିବାର ଲୋକେ। ଏହି ଘଟଣାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗର ବର୍ଦ୍ଧୱାନ ସହରରେ।

ସୂଚନା ମୁତାବକ, ପଶ୍ଚିମବଙ୍ଗ ବର୍ଦ୍ଧୱାନ ସହରର କାଣ୍ଟାପୁକୁର ଅଞ୍ଚଳର ଜଣେ ଯୁବକ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଦୁହିଁଙ୍କ ଧର୍ମ ଭିନ୍ନ ଭିନ୍ନ ଥିଲା। ଦୁହିଁଙ୍କ ପରିବାର ଏହି ବିବାହ ପାଇଁ ରାଜି ଥିଲେ। ହେଲେ ଯୁବତୀଙ୍କ ମାଆ ଏହି ବିବାହ ପାଇଁ ରାଜି ନଥିଲେ। ଯାହାକୁ ନେଇ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଫଳରେ ଯୁବକ ଜଣଙ୍କ ଯୁବତୀଙ୍କୁ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଏହାପରେ ଯୁବତୀଙ୍କୁ ହ୍ଵାଟସଆପରେ ତାଙ୍କର ଏକ ଫଟୋ ପଠାଇ ଆତ୍ମହତ୍ୟା କରିଦେଇଥିଲେ। ଯୁବକଙ୍କ ଆତ୍ମହତ୍ୟା ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ତେବେ ଶବ ବ୍ୟବଚ୍ଛେଦ ହୋଇ ମୃତଦେହ ଫେରିବା ପରେ ଆରମ୍ଭ ହୋଇଥିଲା ଆସଲ ବିବାଦ। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଉକ୍ତ ଯୁବତୀ ଓ ତାଙ୍କ ମାଆଙ୍କ ସହ ମାରପିଟ୍ କରିଥିଲେ। ଏପରିକି ଯୁବକଙ୍କ ମୃତଦେହ ନିକଟକୁ ମାଆ-ଝିଅଙ୍କୁ ଉଠାଇ ଆଣିଥିଲେ। ଏହାପରେ ମୃତ ଯୁବକଙ୍କ ଆଙ୍ଗୁଠି ସାହାଯ୍ୟରେ ଜୋର ଜବରଦସ୍ତ ଯୁବତୀଙ୍କ ମଥାରେ ସିନ୍ଦୂର ଲଗାଇ ଦେଇଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯୁବକ ଜଣଙ୍କ ଆତ୍ମହତ୍ୟା କରିବେ ବୋଲି ଯୁବତୀ ଜାଣିଥିଲେ। ସେ ଚାହିଁଥିଲେ ଉଚିତ୍ ସମୟରେ ତାଙ୍କ ମାଆଙ୍କ ସହ ଯୋଗାଯୋଗ କରିପାରିଥାନ୍ତେ ଏବଂ ଯୁବକଙ୍କ ଜୀବନ ବଞ୍ଚିଯାଇଥାନ୍ତା। କିନ୍ତୁ ଯୁବତୀ ଏଭଳି କଲେ ନାହିଁ।

ସମ୍ବନ୍ଧିତ ଖବର