୩ଟି ପୁଅର ମା’କୁ ପ୍ରେମରେ ଫସାଇ ଶାରୀରିକ ଶୋଷଣ କଲେ ପ୍ରତାରକ ପ୍ରେମିକ, ପତ୍ନୀର ମାନ୍ୟତା ଦେଲେ କିନ୍ତୁ ଘରକୁ ନ ନେଇ ହତ୍ୟାଧମକ ଦେଇ ବନ୍ଧା ହେଲେ ଡିଇଓ

ମନମୁଣ୍ଡା,୨୯/୧୧: ଜଣେ ଅବିବାହିତ ଯୁବକ ଜଣେ ବିବାହିତା ମହିଳାକୁ ପ୍ରେମ କରି ପତ୍ନୀର ମାନ୍ୟତା ଦେବା ପରେ ସ୍ୱାମୀର ପ୍ରତାରଣା, ନିର୍ଯାତନା ଓ ହତ୍ୟା ଧମକ ଦେଇଥିବା ଭଳି ଏକ ଅଭିଯୋଗ ମନମୁଣ୍ଡା ଥାନାରେ ହୋଇଛି ।

ପୀଡ଼ିତାଙ୍କ ଅଭିଯୋଗ ମତେ ସେ ବିବାହିତା ଓ ତାଙ୍କ ୩ ଟି ପୁଅ ଅଛନ୍ତି । ସେ ମନମୁଣ୍ଡା ଥାନା ଦପଲା ପଞ୍ଚାୟତ ଅଞ୍ଚଳର କୌଣସି କାମ କରିବାକୁ ଆସିଥିଲେ । ସେହି ସମୟରେ ଦପଲା ସେବା ସମବାୟ ସମିତିର ଡିଇଓ ଅଶୋକ ବଗର୍ତ୍ତି ଓ ମହିଳାଙ୍କସହ ପ୍ରେମ ସଂପର୍କ ଗଢି ଉଠିଥିଲା । ଶାରୀରିକ ସଂପର୍କ ରଖିବା ପରେ ତାକୁ ପତ୍ନୀ ଭାବେ ଗ୍ରହଣ କରିଥିଲେ । ପରବର୍ତ୍ତି ସମୟରେ ଅଶୋକ ଉକ୍ତ ମହିଳା ଠାରୁ ୮୦ ହଜାର ଟଙ୍କା ମଧ୍ୟ ନେଇଥିଲା । କିଛିଦିନ ପରେ ଅଶୋକ ସେହି ମହିଳାଙ୍କୁ ଛାଡ଼ି ଦେଇଥିବାରୁ ମହିଳା ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ ।

ଚାକିରି ହରାଇବା ଭୟ ଓ କେସରୁ ବଞ୍ଚିବା ପାଇଁ ଅଶୋକ ଥାନାରେ ମହିଳାଙ୍କ ସହ ସାଲିସ ହୋଇ ପୁଣି ଥରେ ନେଇଥିଲା। କିନ୍ତୁ ସେ ମହିଳାଙ୍କୁ ନିଜ ଘରକୁ ନେବା ପରିବର୍ତ୍ତେ ପଟା ଭାଡ଼ିରେ ଏକ ଘର ଭଡ଼ାରେ ନେଇ ସେଠାରେ ରଖିଥିଲା । ଅଶୋକ ସହ ଉକ୍ତ ଘରେ ୨ ଦିନଏକାଠି ରହିବା ପରେ ତାକୁ ଏକୁଟିଆ ଛାଡ଼ି ଚାଲିଯାଇଥିଲା । ଏବଂ ମହିଳା କୌଣସି କଥା ବୁଝିନଥିଲା । ଏକିଟିଆ ଭଡ଼ା ରହିବାକୁ ମନା କରିଦେଇଥିଲା ଭଡ଼ା ମାଲିକ । ଅର୍ଥାଭାବରୁ ମହିଳା ଖାଇବା ଓ ରହିବାରେ ଅସୁବିଧା ହେବାରୁ ଘର ଛାଡ଼ିବାକୁ ମାଲିକ କହିଥିଲା ।

ଅନ୍ୟପଟେ ଘଟଣା ଥାନାକୁ ନ ଜଣାଇବାକୁ ଅଶୋକ ମହିଳାଙ୍କୁ ତାଗିଦ କରିଥିଲା । ଧଦି କରେ ତେବେ ଗୁଣ୍ଡା ଲଗାଇ ହତ୍ୟା କରିବ ବୋଲି ଧମଦେଇ ଥିଲା । ଅନ୍ୟ ଉପାୟ ନପାଇ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ଅଶୋକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।