PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ଭାରତୀୟ ମହିଳା ହକି ଟିମ୍‌ ଜର୍ମାନୀ ଠାରୁ ୨-୦ରେ ହାରିଲା
  • ||
  • ଆନନ୍ଦପୁର : ଗାଧୋଇବା ବେଳେ ଅଘଟଣ, କେନାଲରେ ବୁଡ଼ି ଯୁବକ ମୃତ
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ଆତଙ୍କରାଜ, ୨ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ନୂଆଦିଲ୍ଲୀ: ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ, ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ
  • ||
  • କୋରାପୁଟ: ଭ୍ୟାନରୁ ୧.୮ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ଜୟପୁର ସଦର ପୋଲିସ, ଜଣେ ଗିରଫ
  • ||
  • ସମ୍ବଲପୁର: ବଲାଙ୍ଗୀର ଏନ୍‌ଏଚ୍‌ ଲୁଟ ଘଟଣା, ୬ କୁଖ୍ୟାତ୍ ଟ୍ରକ୍ ଲୁଟେରାଙ୍କୁ ଗିରଫ କଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ
  • ||
  • ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨ ଗେଟ୍‌, ମୋଟ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା
  • ||
  • ଭୁବନେଶ୍ୱର : ତୃତୀୟ ଲହରୀ ଆସିବାର ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ, ସ୍ଥିତି ଦେଖି ଅନ୍‌ଲକ୍‌ ନିଷ୍ପତ୍ତି : ଡିଏମ୍‌ଇଟି
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର ସଦନରେ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ ୪ଟି ଦମକଳ ଗାଡ଼ ନିୟୋଜିତ
  • ||
  • ସାଲେପୁର: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ସ୍ଵାମୀ-ସ୍ତ୍ରୀ ଗୁରୁତର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କରୋନା ପଜିଟିଭ ଚିହ୍ନଟ
  • ||
  • ଭୁବନେଶ୍ୱର: ଖୋଲିଲା ସ୍କୁଲ, ପାଠପଢ଼ା ଆରମ୍ଭ କଲେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ
  • ||
  • ଭୋଗରାଇ : ନଦୀ ଘାଟକୁ ପାଣି ଆଣିବାକୁ ଯାଇ ଭାସିଗଲା ନାବାଳକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • କାର୍ଗିଲ ବିଜୟ ଦିବସ : ପାକିସ୍ତାନକୁ ଧୂଳି ଚଟାଇ କାର୍ଗିଲ ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲେ ଭାରତର ବୀର ଯବାନ
  • ||
  • ଭୁବନେଶ୍ୱର : ଆଜି ବାଲେଶ୍ୱରକୁ ଛାଡ଼ି ସବୁଠି ଟିକାକରଣ, ରାଜ୍ୟର ୧୩୦୨ କେନ୍ଦ୍ରରେ ଦିଆଯିବ ଟିକା
  • ||
  • ଆଠଗଡ଼ : ଶ୍ରାବଣ ମାସର ପ୍ରଥମ ସୋମବାର, ଭକ୍ତଶୂନ୍ୟ ବାବା ଧବଳେଶ୍ଵରଙ୍କ ପୀଠ
  • ||
  • ଅନଗୁଳ : ବିଳମ୍ବିତ ରାତିରେ ଘର ପୋଡ଼ିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୬୩୭ ଜଣ କରୋନା ପଜିଟିଭ୍
  • ||

ଦିନକ ପରେ ଖଣ୍ଡଗିରି ମେଳା, ଲାଗିଲାଣି ଗହଳିଚହଳି

ଭୁବନେଶ୍ୱର,୧୦ା୨(ବ୍ୟୁରୋ): ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାକୁ ଆଉ ଦୁଇ ଦିନ ରହିଲା । ମେଳା ପାଇଁ ସମଗ୍ର ଖଣ୍ଡଗିରି ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଛି । ଏବେଠୁ ଗହଳିଚହଳି ଲାଗିଲାଣି । ବାହାର ରାଜ୍ୟର ବେପାରୀମାନେ ଡେରା ପକାଇଲେଣି । ଅପେରା ପାର୍ଟିଗୁଡ଼ିକ ରାସ୍ତାକଡ଼ରେ ବ୍ୟାନର୍‌ ଟଙ୍ଗାଇବା ସହ ନିଜ ନିଜର ଟେଣ୍ଟ୍‌କୁ ଆକର୍ଷଣୀୟ କରି ଗଢ଼ି ତୋଳିବାରେ ଲାଗି ପଡ଼ିଛନ୍ତି । ସ୍ଥାନୀୟ ଅଞ୍ଚଳର ଦୋକାନୀମାନେ ନିଜ ନିଜର ଦୋକାନକୁ ସଜାଇ ସାରିଲେଣି । ସେହିପରି ମେଳାରେ ସାଧୁସନ୍ଥଙ୍କ ଭିଡ଼ ଜମିବ । ଦୂରଦୂରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଏଠାରେ ଭଜନ କୀର୍ତ୍ତନ ଓ ଯଜ୍ଞ ଆରମ୍ଭ କରିବେ । ଏଥିପାଇଁ ସେମାନଙ୍କ ଚେଲା ଚାମୁଣ୍ଡାମାନେ ଆଗୁଆ ଆସି ସ୍ଥାନ ନିରୁପଣ କରି ସେଠାରେ ପ୍ରସ୍ତୁତି ଚଳାଇଛନ୍ତି । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୂଜାଙ୍କ ନିକଟରେ ଅଖଣ୍ଡ ଦୀପ ଲାଗିବା ସହିତ ଗୁମ୍ଫା ସଲଗ୍ନ ଶ୍ରୀ ଶ୍ରୀ ହନୁମାନଜୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ ଦିନ ବ୍ୟାପୀ ଶ୍ରୀରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଆରମ୍ଭ ହେବ । ୯ ଦିନ ବ୍ୟାପୀ ଏଠାରେ ବିଶ୍ୱଶାନ୍ତି ଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

ଡେରା ପକାଇଲେଣି ବେପାରୀ
ଖଣ୍ଡଗିରି ମେଳାକୁ ପ୍ରତ୍ୟେହ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ପର୍ଯ୍ୟଟକ ଆସିବେ । ମେଳା ଉପଲକ୍ଷେ ମୀନାବଜାର ଠାରୁ ଆରମ୍ଭ କରି ସର୍କସପାର୍ଟି, ମନୋହରି ଦୋକାନ, ଜଳଖିଆ ଦୋକାନ, ବାଉଁଶ ତିଆରି ସାମଗ୍ରୀ, କାଠ ସାମଗ୍ରୀ, ମାଟିପାତ୍ର ଓ ବିଭିନ୍ନ ଅଞ୍ଚଳର କାରୀଗରି ଜିନିଷର ହାଟ ବସିବ । ଏଥିଲାଗି ବେପାରୀମାନେ ତତ୍ପର ହୋଇ ପଡ଼ିଲେଣି । ବିଏମ୍‌ସିରୁ ପିଣ୍ଡିମାନ କିଣି ଦୋକାନ ସଜାଇବା ଆରମ୍ଭ କରିଦେଲେଣି । ଯାଜପୁରର ବାସୁଦେବ ଏଣ୍ଟରପ୍ରାଇଜର୍ସ ପକ୍ଷରୁ ମୀନାବଜାର ପାଇଁ ସଜବାଜ ଆରମ୍ଭ କରି ସାରିଲାଣି । ଏଥର ଚକ୍ରି ଦୋଳି ସାଙ୍ଗକୁ ବ୍ରେକ୍‌ ଡ୍ୟାନ୍ସ, ପିଲାମାନଙ୍କ ପାଇଁ ଡ୍ରାଗନ୍‌ ଟ୍ରେନ୍‌, ଚାନ୍ଦ୍‌ତାରା, କୁନିକୁନି ପିଲାଙ୍କ ପାଇଁ ଘୋଡ଼ା ଓ କାର୍‌ ଚକ୍ରି ଖେଳ ଆଦିର ବନ୍ଦୋବସ୍ତ କରାଯାଇଛି । ସେହିପରି ଆଠଗଡ଼ର ବଳିଆ ବେହେରା ଓ ତାଙ୍କ ମା’ ବାଉଁଶ ତିଆରି କୁଲା, ଡାଲା, ବାଉଁଶିଆଠାରୁ ଆରମ୍ଭକରି ବିଞ୍ଛଣା ପର୍ଯ୍ୟନ୍ତ ସବୁକିଛି ଆଣି ଆସିଛନ୍ତି । ପ୍ରତିବର୍ଷ ମେଳାରୁ ସେ କିଛି ଲାଭ ପାଉଥିବା ବେଳେ ଚଳିତବର୍ଷ ଅଧିକ ଜିନିଷ ଆଣି ଆସିଥିବା କହିଛନ୍ତି । ଧୀରେଧୀରେ ବେପାରୀମାନେ ଏଠାରେ ଭିଡ଼ ଜମାଇବାରେ ଲାଗିଛନ୍ତି ।

ପିଣ୍ଡିରେ କଳାବଜାରୀ
ବିଏମ୍‌ସି ପକ୍ଷରୁ ଏଥର ମେଳାରେ ବ୍ୟବସାୟୀ ମାନଙ୍କଠାରୁ ପିଣ୍ଡି ପିଛା ୬ହଜାର ୫ଶହ ଟଙ୍କା ଲେଖାଏଁ ଆଦାୟ କରାଯାଇଛି । କିନ୍ତୁ ବିଏମ୍‌ସିର କିଛି ଅସାଧୁ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳର କିଛି ଲୋକ ବିଏମ୍‌ସିରୁ ପିଣ୍ଡିମାନ କିଣି ବାହାରୁ ଆସିଥିବା ବ୍ୟବସାୟୀମାନଙ୍କୁ ଚଢ଼ା ଦରରେ ପିଣ୍ଡି ବିକୁଥିବା ଅଭିଯୋଗ ହୋଇଛି । ପିଣ୍ଡି ପିଛା ୧୨ ହଜାରରୁ ଆରମ୍ଭ କରି ୧୫ ହଜାର ଟଙ୍କା ଲେଖାଏଁ ବିକୁଛନ୍ତି । ଫଳରେ ମେଳାକୁ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନେ ବାଧ୍ୟ ହୋଇ ଏହି ଦଲାଲ୍‌ଙ୍କ ଠାରୁ ଚଢ଼ା ଦରରେ ପିଣ୍ଡି କିଣିବାକୁ ବାଧ୍ୟ ହେଉଛନ୍ତି ।

ଯାହାଙ୍କ ମେଳା ତାଙ୍କୁ ଉପେକ୍ଷା
ଖଣ୍ଡଗିରି ମେଳା କହିଲେ ଠାକୁର ଅନନ୍ତ କେଶରୀ ଦେବଙ୍କ ଯାତ୍ରାକୁ ବୁଝାଇଥାଏ । ଠାକୁର ଅନନ୍ତ କେଶରୀ ଜାଗମରା ନାଗାମଠ ନିକଟରୁ ଶୋଭାଯାତ୍ରାରେ ଆସି ରାଣୀହଂସପୁରରେ ବିଜେ ହେବାପରେ ଏହି ମେଳା ଆରମ୍ଭ ହୋଇଥାଏ । ଏଥିପାଇଁ ଜାଗମରା ଗ୍ରାମ୍ୟ କମିଟି ସମସ୍ତ ପ୍ରକାର ପ୍ରସ୍ତୁତ କରି ସାରିଛି । ରାଜଧାନୀର ଏହି ବଡ଼ ମେଳାରୁ ବିଏମ୍‌ସି ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରୁଛି । ସ୍ଥାନୀୟ ଦୋକାନୀଙ୍କ ଠାରୁ ଆରମ୍ଭ କରି ଉଠାଦୋକାନୀ, ଅପେରା ପେଣ୍ଡାଲ ଏପରିକି ରାସ୍ତାଘାଟକୁ ମଡ଼ାଇ ବିଏମ୍‌ସି ବ୍ୟବସାୟୀଙ୍କ ଠାରୁ ଟଙ୍କା ଆଦାୟ କରୁଛି । କିନ୍ତୁ ଯାହାଙ୍କ ପାଇଁ ଏହି ମେଳା ତାଙ୍କ ଶୋଭାଯାତ୍ରା ପାଇଁ ବିଏମ୍‌ସି ଉପେକ୍ଷା କରୁଥିବା ଅଭିଯୋଗ ହେଉଛି । ଠାକୁର ଅନନ୍ତ କେଶରୀଙ୍କ ଶୋଭାଯାତ୍ରା ପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ବିଏମ୍‌ସି ଠାକୁରଙ୍କ ଶୋଭାଯାତ୍ରା ପାଇଁ ମାତ୍ର ୭୦ ହଜାର ଟଙ୍କା ଅନୁଦାନ ଦେଉଛି । ଗତବର୍ଷ ଗ୍ରାମ୍ୟ କମିଟି ପକ୍ଷରୁ ଅନୁଦାନ ଅର୍ଥ ବଢ଼ାଇବାକୁ ଦାବି ହେବାରୁ ବିଏମ୍‌ସି ଅନୁଦାନ ବଢ଼ାଇ ମାତ୍ର ୬୦ ହଜାର ଟଙ୍କା ଦେଇଥିଲା । ଚଳିତ ବର୍ଷ ୨ ଲକ୍ଷ ଟଙ୍କା ଦାବି ହୋଇଥିଲେ ମଧ୍ୟ ମାତ୍ର ୧୦ ହଜାର ବଢ଼ାଇ ଅନୁଦାନ ପରିମାଣକୁ ୭୦ ହଜାର ଟଙ୍କାକୁ ବୃଦ୍ଧି କରିଛି । ତେବେ ଯାହାଙ୍କ ମେଳାରୁ ବିଏମ୍‌ସି ଏତେ ଟଙ୍କା ଆଦାୟ କରୁଛି ତାଙ୍କ ଶୋଭାଯାତ୍ରାକୁ ବିଏମ୍‌ସି ଉପେକ୍ଷା କରୁଛି ବୋଲି ସ୍ଥାନୀୟ କର୍ପୋରେଟର ରଘୁନାଥ ମହାନ୍ତି ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର