ଲକଡାଉନ୍ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ବାହାଘର,ଫାର୍ମ ହାଉସରେ ହେବ ସମସ୍ତ ଆୟୋଜନ

ବେଙ୍ଗାଲୁର,୧୫।୪: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ବାମୀଙ୍କର ହେବାକୁ ଯାଉଛି ବାହାଘର। କରୋନା ଲକଡାଉନ ଭିତରେ କୁମାରସ୍ବାମୀ ଆସନ୍ତା ୧୭ ଅପ୍ରେଲରେ ପୁଅର ବାହାଘର କରୁଛନ୍ତି। ତେବେ ସେ ଧୂମଧାମରେ ବାହାଘର ନକରି ଅତି ସାଧାରଣ ଭାବରେ ପାଳନ କରିବେ। କିଛି ଫିଲ୍ମରେ ଅଭିନୟ କରିସାରିଥିବା ନିଖିଲ ଏବେ ଯୁବ ଜନତା ଦଳ(ସେକ୍ୟୁଲାର)ର ଅଧ୍ୟକ୍ଷ ଅଛନ୍ତି।

ଲକଡାଉନ କାରଣରୁ ତାଙ୍କ ବାହାଘରରେ ୧୦-୧୫ ଜଣ ଲୋକ ଯୋଗଦେବେ।  ଏହି ସମସ୍ତେ ବର ଏବଂ କନ୍ୟା ପକ୍ଷର ହିଁ ରହିବେ। ବିବାହ କାର୍ଯ୍ୟକ୍ରମ କୁମାରସ୍ବାମୀଙ୍କ ଫାର୍ମ ହାଉସରେ ଆୟୋଜନ କରାଯିବ। କୁହାଯାଉଛି ଯେ, ଲକଡାଉନ୍ ପୂର୍ବରୁ କୁମାରସ୍ବାମୀଙ୍କ ପରିବାର ବଡ ବିବାହ ସମାରୋହର ପ୍ରସ୍ତୁତିରେ ଲାଗିଥିଲେ। ଏଥିପାଇଁ ବିବାହ ମଣ୍ଡପକୁ ନେଇ ପ୍ରସ୍ତୁତି ଚାଲିଥିଲା। ଯେଉଁଥିରେ କୁମାରସ୍ବାମୀ ଓ ତାଙ୍କର ପତ୍ନୀ ଅନୀତାଙ୍କ ବିଧାନସଭା ଅଞ୍ଚଳରୁ ପ୍ରତିନିଧିତ୍ବ କରୁଥିବା ବହୁ ଲୋକ ସାମିଲ ହେବାର ଥିଲେ।

କିନ୍ତୁ କରୋନା ପାଇଁ ଲକଡାଉନ୍ ହୋଇଥିବାରୁ କୁମାରସ୍ବାମୀ ପୁଅର ବାହଘରକୁ ସାଧାରଣ ଭାବରେ ପାଳନ କରିବେ। ଆଗକୁ ସ୍ଥିତି ଠିକ୍ ରହିଲେ ଏକ ସାର୍ବଜନିକ କାର୍ଯ୍ୟକ୍ରମ ଆୟୋଜନ କରିବେ। ଯାହାଫଳରେ ତାଙ୍କର ବନ୍ଧୁବାନ୍ଧବ ଏବଂ ଅତିଥିମାନେ ନବବିବାହିତ ଦମ୍ପତ୍ତିଙ୍କୁ ଆର୍ଶିବାଦ ଦେଇପାରିବେ। କୁମାରୁସ୍ବାମୀ ନିଜେ ବାହାଘରକୁ ସାଧାରଣ ଭାବରେ କରିବା ନେଇ ସଙ୍କେତ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ନିଖିଲ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି। ନିଖିଲ ୨୦୧୯ରେ ମାଣ୍ଡ୍ୟା ଆସନରୁ ନିର୍ବାଚନ ଲଢି ହାରି ଯାଇଥିଲେ।

   ସମ୍ବନ୍ଧିତ ଖବର


ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା