କଶ୍ମୀରରେ ଚାଲିଛି ବଡ଼ ଧରଣର ପ୍ରସ୍ତୁତି: ଜରୁରୀ କାଳୀନ ଭିତ୍ତିରେ ଖାଦ୍ୟ ଏବଂ ଔଷଧ ବଣ୍ଟନ ନିର୍ଦେଶ

ଶ୍ରୀନଗର,୨୪।୨: ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଲଗାତାର ଭାବରେ ବିବାଦ ଜାରି ରହିଛି। ବିଚ୍ଚିନ୍ନତାବାଦୀ ନେତାଙ୍କ ଗିରଫ ପରେ ସୋମବାର ଅନୁଚ୍ଛେଦ ୩୫ଏ ଉପରେ ହେବାକୁ ଥିବା ଶୁଣାଣି ମଧ୍ୟରେ କଶ୍ମୀରରେ ଯୁଦ୍ଧ ବିମାନ ଉଡିବା ଆରମ୍ଭ ହୋଇଯାଇଛି। ଗତ ଶନିବାର ବିଳମ୍ବିତ ସନ୍ଧ୍ୟାରେ ସ୍ବାସ୍ଥ୍ୟ, ଖାଦ୍ୟ, ଔଷଧ ଏବଂ ରାଶନ ବିତରଣରେ ଜରୁରୀକାଳୀ ଆଦେଶ ଜାରି ହେବାପରେ କଶ୍ମୀରରେ କୌଣସି ବଡ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପ୍ରସ୍ତୁତି ଚାଲିଛି ବୋଲି ଅନୁମାନ କରାଯାଉଛି।

ଲଗାତାର ଭାବରେ କଶ୍ମୀରରେ ଅନୁଚ୍ଛେଦ ୩୫ଏ ଭଙ୍ଗ କରିବା ଓ ପାକିସ୍ତାନ ବିରୋଧରେ ଯୁଦ୍ଧର ଘୋଷଣା କରିବା ଖବର ଜାରି ରହିଛି। ଏହା ମଧ୍ୟରେ କଶ୍ମୀରର କମିଶନର ବସିର ଅହମ୍ମଦ ଖାନ୍ , ଉପକମିଶନର ଓ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକରେ କହିଛନ୍ତି କଶ୍ମୀରରେ ଖାଦ୍ୟ ସାମଗ୍ରୀ, ଇନ୍ଧନ, ରୋଷେଇ ଗ୍ୟାସ୍ ଏବଂ ଅନ୍ୟ ଆବଶ୍ୟକୀୟ ବସ୍ତୁ ଯେଉଁଭଳି ଅଭାବ ନରହିବ ସେନେଇ ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି କଶ୍ମୀରରେ କେଉଁଠି ମଧ୍ୟ ଏସବୁ ଜିନିରେ ଅଭାବ ନହେଉ। ଏହା ସହ କୁହାଯାଇଛି ରବିବାର ସମସ୍ତ ରାଶନ କେନ୍ଦ୍ର ଖୋଲା ରଖାଯାଉ।