PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

୧୦୫ ବର୍ଷ ବୟସରେ ସାକ୍ଷରତା ପରୀକ୍ଷା ପାସ୍ କରିଥିବା ଭାଗିରଥୀ ଅମ୍ମାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ତିରୁଅନନ୍ତପୁରମ, ୨୪/୦୭ : ଭାରତୀୟ ନାରୀ ଶକ୍ତିର ନିଦର୍ଶନ ଦେଉଥିବା କେରଳର ଭାଗିରଥୀ ଅମ୍ମାଙ୍କର ୧୦୭ ବର୍ଷରେ ପରଲୋକ ଘଟିଛି। ତାଙ୍କର ପରଲୋକରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି। ୧୦୫ ବର୍ଷ ବୟସରେ ଭାଗିରଥୀ ଅମ୍ମା କେରଳର ସାକ୍ଷରତା ମିଶନ ଦ୍ଵାରା ଆୟୋଜିତ ଚତୁର୍ଥ ଶ୍ରେଣୀ ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ୨୭୫ ନମ୍ବରରୁ ୨୦୫ ନମ୍ବର ରଖି ରେକର୍ଡ ସୃଷ୍ଟି କରିଥିଲେ। ଗଣିତରେ ସେ ପୂର୍ଣ୍ଣ ସଂଖ୍ୟା ରଖିଥିଲେ।

ରାଷ୍ଟ୍ରପତି ରାମାନଥ କୋବିନ୍ଦ ଭାଗିରଥୀ ଅମ୍ମାଙ୍କ ପରଲୋକରେ ଶୋକ ପ୍ରକାଶ କରି ଟ୍ଵିଟ୍ କରିଛନ୍ତି।

ଭାଗିରଥୀ ଅମ୍ମା ପାରିବାରିକ ସମସ୍ୟା କାରଣରୁ ୯ ବର୍ଷ ବୟସରେ ପାଠ ଛାଡିଥିଲେ। ହେଲେ ପାଠ ପଢିବାକୁ ନେଇ ତାଙ୍କର ଆଶା ମଉଳି ନଥିଲା। ଯାହାକି ପରବର୍ତ୍ତୀ ସମୟରେ ସେ ୧୦୫ ବର୍ଷ ବୟସରେ ତାଙ୍କର ସ୍ଵପ୍ନ ପୂରଣ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ରେ ଭାଗିରଥୀ ଅମ୍ମାଙ୍କ କଥା କହିଥିଲେ। ଅମ୍ମା ୧୦ ଶ୍ରେଣୀ ପରୀକ୍ଷା ଦେବାକୁ ଚାହୁଁଥିଲେ। ହେଲେ ଏହା ସମ୍ଭବ ହୋଇପାରିଲା ନାହିଁ। ତାଙ୍କର ୧୨ ଜଣ ନାତି ନାତୁଣୀ ଓ ଅଣନାତି ଓ ପଣନାତି ଅଛନ୍ତି। ମହିଳା ସଶକ୍ତିକରଣର ଉଦାହରଣ ପାଲଟିଥିବା ଅମ୍ମାଙ୍କୁ ସରକାର ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ କରିଥିଲେ।

ସମ୍ବନ୍ଧିତ ଖବର