କେଜ୍ରିଓ୍ଵାଲଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲେ ରାଷ୍ଟ୍ରପତି, ରାମଲୀଳା ମଇଦାନରେ ୬ ବିଧାୟକ ବି ନେବେ ମନ୍ତ୍ରୀ ପଦର ଶପଥ

ନୂଆଦିଲ୍ଲୀ ୧୫।୨:  ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେଲେ ଅରବିନ୍ଦ କେଜ୍ରିଓ୍ବାଲ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦିନ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ନିଯୁକ୍ତ କରିଛନ୍ତି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଅଧିସୂଚନା ଜାରି  କରାଯାଇଛି । ଆସନ୍ତାକାଲି ଦିନ ଦିଲ୍ଲୀର ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିଓ୍ବାଲ ।  

ଫେବୃଆରୀ ୧୬ ତାରିଖ ଦିନ ସକାଳ ୧୦ଟା ସମୟରେ ଦିଲ୍ଲୀର ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ଅରବିନ୍ଦ କେଜ୍ରିଓ୍ବାଲ। କେଜ୍ରିଓ୍ବାଲଙ୍କ ସହିତ ୬ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେବେ । ଶପଥ ନେବାକୁ ଥିବା ୬ଜଣଙ୍କ ମଧ୍ୟରେ ମନୀଷ ସିସୋଦିଆ, ସତେନ୍ଦ୍ର ଜୈନ୍‌,ଗୋପାଳ ରାୟ, କୈଳାଶ ଗେହଲୋତ, ଇମରାନ୍‌ ହୁସେନ, ରାଜେନ୍ଦ୍ର ଗୌତମ ସାମିଲ ଅଛନ୍ତି ବୋଲି ସୂଚନା ରହିଛି ।

ତେବେ ଅରବିନ୍ଦ କେଜ୍ରିଓ୍ବାଲ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ପ୍ରଥମ ଥର ପାଇଁ ୨୦୧୩ରେ ୪୮ଦିନ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପରେ ସେ ଇସ୍ତଫା ଦେଇଦେଇଥିଲେ । ସେହିପରି ୧୪ଫେବୃଆରୀ ୨୦୧୫ରେ ୨ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ୫ବର୍ଷ ପୂରଣ କରିଛନ୍ତି ।

ଗତ ୧୧ଫେବୃଆରୀ ଦିନ ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ଫଳାଫଳ ଘୋଷଣା କରାଯାଇଥିଲେ । ଏଥିରେ ଆମ ଆଦମୀ ପାର୍ଟି (ଆପ) ନିକଟରେ ସର୍ବାଧିକ ଆସନ ଗ୍ରହଣ କରି ନିର୍ବାଚନରେ ଦିଲ୍ଲୀବାସୀଙ୍କ ହୃଦୟ ଜିତିଛି । ଧାନସଭା ନିର୍ବାଚରେ ୭୦ରୁ ୬୨ଟି ଆସନରେ ଆମ୍‌ ଆଦମୀ ପାର୍ଟି ବିଜୟୀ ହୋଇଛି। ସେହିପରି ଭାରତୀୟ ଜନତା ପାର୍ଟି (ବିଜେପି)ର ୮ ଜଣ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କଂଗ୍ରେସ ନିର୍ବାଚନରେ ଖାତା ବି ଖୋଲିପାରି ନ ଥିଲା ।  

ସୂଚନାଯୋଗ୍ୟ ଯେ, ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି ରାମଲୀଳା ମଇଦାନ । ରାମଲୀଳା ମଇଦାନରେ ବ୍ୟାପକ ଆୟୋଜନ କରାଯାଉଛି । ୪ ଦିନ ହେବ ଏଠାରେ କାମ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରିଛନ୍ତି କେଜ୍ରିଓ୍ଵାଲ ।

   ସମ୍ବନ୍ଧିତ ଖବର


ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

୧୩ ବର୍ଷିୟା ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ – ୨ ଗିରଫ

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

ରୁଚି ସୋୟାର ମ୍ୟାନେଜିଂ ଡାଇରେକ୍ଟର ହେଲେ ରାମଦେବଙ୍କ ଭାଇ ରାମଭରତ, ବାର୍ଷିକ ନେବେ ଏତେ ଟଙ୍କା…

କ୍ଷମତା ବାହାରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌, ଏମିତି କାହିଁକି କହିଲେ ICCର ନୂତନ ଅଧ୍ୟକ୍ଷ