କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ – କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି।ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୌସୁମି ଅଧିବେଶନରେ ସଂସଦରେ ଗୃହୀତ କୃଷି ବିଧେୟକ ଉପରେ ମୋହର ମାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧେୟକ ଗୃହୀତ ହେବାକୁ ଭାରତୀୟ କୃଷି ଇତିହାସରେ ଐତିହାସିକ ଦିନର ଆଖ୍ୟା ଦେଇଥିଲେ। ସେ ଏହାରି ଉପରେ ଜୋର ଦେଇଥିଲେ ଯେ, ଏହି ବିଧେୟକ କୃଷି କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆଣିବ। ଏଥିରେ କୃଷକଙ୍କ ଆୟ ଦ୍ଵିଗୁଣ କରିବାର ପ୍ରୟାସକୁ ଆହୁରି ମଜବୁତ କରିବ।

କୃଷକ ଓ ସମସ୍ତ ବିରୋଧୀ ଦଳ ଏହି  ବିଧେୟକ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ହେଲେ ତାଙ୍କ ଅପିଲ୍ ପ୍ରଭାବହୀନ ରହିଛି। ରାଷ୍ଟ୍ରପତି ଜାମ୍ମୁ-କାଶ୍ମୀର ସରକାରୀ ଭାଷା ବିଲ୍‌ ୨୦୨୦କୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ଏଥିସହ ଏହି ବିଧେୟକ ଆଇନରେ ପରିଣତ ହୋଇଛି।

   ସମ୍ବନ୍ଧିତ ଖବର


କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା

ଏନ୍‌ଆଇସିକୁ ଅଜଣା ଆରୋଗ୍ୟ ସେତୁ ଆପ୍‌ କିଏ ବନେଇଛି, ମନ୍ତ୍ରାଳୟ ସହ ଅନେକ ଲୋକଙ୍କୁ ନୋଟିସ୍‌ ପଠାଇଲା ସୂଚନା ଆୟୋଗ

ପରିବାର ଲୋକଙ୍କୁ ଭେଟିବା ପାଇଁ ୨୬ ଦିନରେ ୬୦ କିଲୋମିଟର ଦୌଡିଲା ପୋଷା କୁକୁର- ପଢନ୍ତୁ ସଂଘର୍ଷର କାହାଣୀ