ଜେଇଇ ପରୀକ୍ଷାର୍ଥୀଙ୍କୁ ମାଗଣାରେ ସବୁ ସୁବିଧା ଯୋଗାଇ ଦିଆଯିବ, କଟକଣା ହେବ କୋହଳ

ଭୁବନେଶ୍ୱର ୨୮/୮:  ମୁଖ୍ୟ ଶାସନ ସଚିବଙ୍କ ଅସିତ୍ ତ୍ରିପାଠୀଙ୍କ ପ୍ରେସମିଟ୍ । ଏନଇଇଟି, ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧା କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେପ୍ଟେମ୍ବର ୧ ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ହେବ । ସେପ୍ଟେମ୍ବର ୧୩ ତାରିଖରେ ଏନଇଇଟ ପରୀକ୍ଷା ହେବ ।  ଓଡିଶାରେ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ପରୀକ୍ଷାର୍ଥୀ ଯେପରି ସୁବିଧାରୁ ବଞ୍ଚିତ ନହୁଅନ୍ତି ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ । ବିନା ପଇସାରେ ଛାତ୍ରଛାତ୍ରଙ୍କ ପରୀକ୍ଷା ସେଣ୍ଟରକୁ ଯିବା ଆସିବା ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ କୋଭିଡ୍ କଟକଣା କୋହଳ କରାଯିବ । ଛାତ୍ରଛାତ୍ରୀଙ୍କ ପାଇଁ ବସ୍ ଗଡିବ । ଯିବା ଆସିବା ସହ ହଷ୍ଟେଲରେ ରହିବା ନେଇ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପଇସା ଦେବାକୁ ପଡିବନି । ଆଡମିଟ୍ କାର୍ଡ ଦେଖାଇଲେ ଯାତାୟତରେ ଅସୁବିଧା ହେବ ନାହିଁ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରାୟ ୩୭୦୦୦ ପରୀକ୍ଷାର୍ଥୀ ଓଡିଶାରେ ଏନଇଇଟି ଜେଇଇ ପରୀକ୍ଷା ଦେବେ । ବର୍ତ୍ତମାନର ପରିସ୍ଥିତି ସତ୍ୱେ ଏହି ପରୀକ୍ଷା ହେଉଛି । ଏହି ପରିସ୍ଥିତିରେ ଯେଉଁମାନଙ୍କୁ ଗମନାଗମନା ପାଇଁ ସାହାଯ୍ୟ ଦରକାର ସରକାର ଯୋଗାଇଦେବେ । ଯେଉଁମାନେ ନିଜେ ଯିବା ଆସିବା କରିବେ ସେଥିରେ ଯେପରି ଅସୁବିଧା ନହୁଏ ସରକାର ଦୃଷ୍ଟି ଦେବେ । ଏପରିକି ଗାଇଡଲାଇନରେ କିଛିଟା କୋହଳ କରାଯିବ । ଯାହାର କୌଣସି ଆବଶ୍ୟକ ଅଛି ସେମାନଙ୍କୁ ସରକାର ବିନା ଅର୍ଥରେ ଗମନାଗମନର ସୁବିଧା ଯୋଗାଇ ଦେବେ । ଏହସହ ପରୀକ୍ଷାର୍ଥୀଙ୍କୁ ନୋଡାଲ ସେଣ୍ଟର ଅଧିକାରୀଙ୍କୁ ଫୋନ୍ କରି ଜଣାଇବାକୁ ସେ ଅନୁରୋଧ କରିଛନ୍ତି । ଯେପରି ପରୀକ୍ଷାର୍ଥୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯିବ । ସରକାର ପର୍ଯ୍ୟାପ୍ତ ପରିମାଣରେ ବସ୍ ଯୋଗାଇବେ । କୌଣସି ଦେୟ ଦେବାକୁ ପଡିବନି । ଏପରିକି ରହିବା ପାଇଁ ମଧ୍ୟ କୌଣସି ଦେୟ ଦେବାକୁ ପଡିବ ନାହିଁ ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା