ଏବେ ବଡ଼ ପରଦାରେ ଏକ ଚର୍ଚ୍ଚିତ ନାଁ ପ୍ରଜ୍ଞା

ସିରିୟଲ୍‌ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ପ୍ରଜ୍ଞା ପ୍ରଧାନ ଏବେ ବଡ଼ ପରଦାରେ ଏକ ଚର୍ଚ୍ଚିତ ନାଁ । ନିଜର ଦମ୍‌ଦାର ଅଭିନୟ ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ସେ । ଅନେକ ଧାରାବାହିକରେ ତାଙ୍କୁ ବିଭିନ୍ନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଛି ।

‘ତୋ’ ପାଇଁ ମୁଁ’, ‘ଜୀବନ ସାଥୀ’, ‘ତେଜସ୍ୱିନୀ’, ‘ସାବିତ୍ରୀ’ ଭଳି ଅନେକ ଧାରାବାହିକରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଜ୍ଞା ଚଳଚିତ୍ରରେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ।

‘ହୀରାଲାଲ୍‌ ମୋତିଲାଲ୍‌’, ‘ଶିବା ନଟ୍‌ଆଉଟ୍‌’ ଏବଂ ‘ବଜରଙ୍ଗୀ’ ଭଳି ଅନେକ ସୁପର୍‌ହିଟ୍‌ ଚଳଚିତ୍ରରେ ଅଭିନୟ କରି ଜଣେ ସଫଳ ଅଭିନେତ୍ରୀ ଭାବେ ସମସ୍ତଙ୍କର ପ୍ରିୟ ପାଲଟି ପାରିଛନ୍ତି ।