ଏହି ଦେଶରେ ୫୯ ପଇସାରେ ମିଳୁଛି ୧ ଲିଟର ପେଟ୍ରୋଲ, ଜାଣନ୍ତୁ ବିଶ୍ବର ଏଭଳି କିଛି ଦେଶ ସମ୍ପର୍କରେ…

ନୂଆଦିଲ୍ଲୀ,୨୨।୪: ଦେଶରେ ପେଟ୍ରୋଲ ଓ ଡିଜେଲର ଦରଦାମ ଆକାଶ ଛୁଆଁ ହୋଇଯାଇଛି। ଦରଦାମ ବୃଦ୍ଧି ହେବାଦ୍ବାରା ଲୋକ ନିଜର ଯାନବାହାନରେ ମଧ୍ୟ ଯିବାକୁ ଇଛା କରୁନାହାଁନ୍ତି। ଦେଶର ରାଜଧାନୀ ଦିଲ୍ଳୀରେ ପେଟ୍ରୋଲ ୧ ଲିଟରକୁ ୭୩ଟଙ୍କା ରହିଥିବା ବେଳେ ଡିଜେଲ ରହିଚି ୬୬ଟଙ୍କା ୩୯ ପଇସା। କିନ୍ତୁ ଆମେ ଆପଣଙ୍କୁ ଏଭଳି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠି ପେଟ୍ରୋଲ ଲିଟର ପିଛା ମାତ୍ର ୧ଟଙ୍କା ରହିଛି। ଏହା ସହ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏଭଳି କିଛି ଦେଶ ସମ୍ପର୍କରେ, ଯେଉଁଠି ବିଶ୍ବର ସବୁଠାରୁ ଶସ୍ତା ପେଟ୍ରୋଲ ମିଳେ।

ଭେନେଜୁଏଲା: ଦକ୍ଷିଣ ଆମେରିକାର ଏକ ମହାଦ୍ବୀପ ଦେଶ ହେଉଛି ଭେନେଜୁଏଲା। ଏହାର ରାଜଧାନୀ ହେଉଛି କାରାକସ୍। ଭେନେଜୁଏଲାରେ ବିଶ୍ବର ଅନ୍ୟ ଦେଶ ଗୁଡିକ ତୁଳନାରେ ଶସ୍ତାରେ ପେଟ୍ରୋଲ ମିଳିଥାଏ। ଭେନେଜୁଏଲାରେ ୧ ଲିଟର ପେଟ୍ରୋଲର ଦାମ ମାତ୍ର ୫୯ ପଇସା। ଏହି ତଥ୍ୟ ଗ୍ଲୋବାଲ ପେଟ୍ରୋଲ ପ୍ରାଇସ ଡଟ୍ କମରୁ ମିଳିଛି।

ସୁଡାନ: ଭେନେଜୁଏଲା ପରେ ବିଶ୍ବର ସବୁଠାରୁ ଶସ୍ତା ପେଟ୍ରୋଲ ସୁଡାନରେ ମିଳିଥାଏ। ସୁଡାନ ଉତ୍ତର-ପୂର୍ବ ଆଫ୍ରିକାରେ ରହିଥିବା ବେଳେ ଏହାର ରାଜଧାନୀ ହେଉଛି ଜୁବା। ସୁଡାନର ଲୋକ ଏକ ଲିଟର ପେଟ୍ରୋଲ ପାଇଁ ମାତ୍ର ୯ଟଙ୍କା ୧୯ ପଇସା ଦେବାକୁ ପଡିଥାଏ।

ଇରାନ: ଇରାନ ଏସିଆର ଦକ୍ଷିଣ ପଶ୍ଚିମ ଭୂଖଣ୍ଡରେ ଥିବା ଏକ ଦେଶ। ଇରାନରେ ପେଟ୍ରୋଲ ମୂଲ୍ୟ ୨୦ଟଙ୍କା ୨୧ ପଇସା ପ୍ରତି ଲିଟର ରହିଚି। ଉଲ୍ଲେଖନୀୟ ଯେ ଇରାନରେ ତୈଳ ଉତ୍ପାଦନ ହୋଇଥାଏ। ଇରାନ ଠାରୁ ଭାରତ ସହିତ ବହୁ ଦେଶ ତୈଳ ଆମଦାନୀ କରିଥାନ୍ତି।

କୁଏତ: ଭେନେଜୁଏଲା, ସୁଡାନ ଓ ଇରାନ ପରେ କୁଏତରେ ବିଶ୍ବର ସବୁଠାରୁ ଶସ୍ତା ପେଟ୍ରୋଲ ମିଳିଥାଏ। କୁଏତରେ ପେଟ୍ରୋଲର ମୂଲ୍ୟ ୨୪ଟଙ୍କା ୪୬ ପଇସା​ ରହିଛି। ଇରାନ ଭଳି କୁଏତରେ ମଧ୍ୟ ତୈଳ ଉତ୍ପାଦନ ହୋଇଥାଏ ଏବଂ କୁଏତ ଠାରୁ ମଧ୍ୟ ବହୁ ଦେଶ ତୈଳ କିଣିଥାନ୍ତି।

ଅଲଜେରିଆ: ବିଶ୍ବର ସବୁଠାରୁ ଶସ୍ତା ପେଟ୍ରୋଲ ମାମଲାରେ ୫ମ ସ୍ଥାନରେ ରହିଛି ଆଲଜେରିଆ। ଏଠାରେ ଏକ ଲିଟର ପେଟ୍ରୋଲ ମୂଲ୍ୟ ରହିଛି ୨୫.୦୪ ପଇସା।

ନାଇଜେରିଆ: ଭାରତରେ ଯେଉଁଠି ପେଟ୍ରୋଲ ଦର ଆକାଶ ଛୁଁଆ ହୋଇଯାଇଛି ସେଠାରେ ନାଇଜେରିଆରେ ପେଟ୍ରୋଲ ଦାମ ୨୮.୩୪ ପଇସା ପ୍ରତି ଲିଟର ରହିଛି। ନାଇଜେରିଆ ପଶ୍ଚିମ ଆଫ୍ରିକାର ଏକ ପ୍ରମୁଖ ଦେଶ। ସାରା ଆଫ୍ରିକା ମହାଦ୍ବୀପରେ ଏହି ଦେଶର ଜନସଂଖ୍ୟା ସବୁଠାରୁ ଅଧିକ।

ତୁର୍କମେନିସ୍ଥାନ: ଅନ୍ତଃର୍ଜାତୀୟ ବଜାର ଅନୁସାରେ ତୈଳ ଦାମ ହ୍ରାସ ପାଇଥାଏ।  ଭାରତରେ ଏହାର ଦର ଆକାଶ ଛୁଆଁ କିନ୍ତୁ ତୁର୍କମେନିସ୍ଥାନରେ ଏକ ଲିଟର ପେଟ୍ରୋଲ ୩୦.୪୧ ଟଙ୍କାରେ ବିକ୍ରି ହେଉଛି। ତୁର୍କମେନିସ୍ଥାନ ମଧ୍ୟ ଏସିଆରେ ଥିବା ଏକ ତୁର୍କିସ ଦେଶ।

ଇଜିପ୍ଟ: ଏହା ହେଉଛି ଏକ ପ୍ରାଚୀନ ଦେଶ। ଇଜିପ୍ଟରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୩୦ଟଙ୍କା ୬୪ ପଇସା ରହିଛି। ଯାହାକି ଭାରତ ତୁଳନାରେ ଅଧା ଠାରୁ କମ୍।

କଜାକିସ୍ତାନ:ୟୁରୋଶିୟା ସ୍ଥିତ ଏକ ଦେଶ ହେଉଛି କଜାକିସ୍ତାନ। କ୍ଷେତ୍ରଫଳ ଅନୁସାରେ ଏହା ବିଶ୍ବର ୯ମ ସବୁଠାରୁ ବଡ ଦେଶ। କଜାକିସ୍ତାନରେ ୧ ଲିଟର ପେଟ୍ରୋଲ ମୂଲ୍ୟ ୩୩.୦୯ରେ ବିକ୍ରି କରାଯାଉଛି।

   ସମ୍ବନ୍ଧିତ ଖବର


ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ

ଚାଲବାଜ ଚୀନ୍ ରଚୁଛି ଚକ୍ରବ୍ୟୁହ,ସାଟେଲାଇଟ୍ ଚିତ୍ରରୁ ଧରାପଡ଼ିଲା ଷଡଯନ୍ତ୍ର: ଡୋକଲାମରେ ଅସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ଡ୍ରାଗନ୍

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…

BMWରେ ଅଳିଆ ଉଠାଉଛନ୍ତି ଯୁବକ, କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ…

କରୋନା : ସମସ୍ତଙ୍କ ଓଠରେ ଏବେ ହସ ଫୁଟିବା ସମୟ ଆସିଗଲା ! ଅକ୍ସଫୋର୍ଡ ବୈଜ୍ଞାନିକଙ୍କ ସୂଚନା