କରୋନାରେ ମହଙ୍ଗା : ଏହି ରାଜ୍ୟରେ ବଢ଼ିଲା ମଦ, ପେଟ୍ରୋଲ ଓ ଡିଜେଲ୍‌ର ଦାମ୍‌ !

ଉତ୍ତରପ୍ରଦେଶ ୦୬ /୦୫ :  କରୋନା ଭାଇରସ୍‌ ବିସ୍ତାର ଭିତରେ ଉତ୍ତର ପ୍ରଦେଶ ସରକାର କ୍ୟାବିନେଟ୍‌ ବୈଠକରେ ଅନେକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯୋଗୀ   ସରକାର  ଆଜି କରୋନା ଯୋଦ୍ଧାଙ୍କୁ ନେଇ ଏକ ଅର୍ଡିନାନ୍ସ  ଆଜି ପାସ୍‌ କରିଛନ୍ତି ।  ଏହି ସମୟରେ ପେଟ୍ରୋଲ୍‌ ଓ ଡିଜେଲ୍‌ର ଭାଟ୍‌ ମଧ୍ୟ ବଢାଇଛନ୍ତି । ଏହାସହ ଆଲକହଲର ଦାମ୍‌ରେ ମଧ୍ୟ ବୃଦ୍ଧି କରିଛନ୍ତି ।

ପେଟ୍ରୋଲ୍‌ ଓ ଆଲକହଲ ଦାମରେ ବୃଦ୍ଧି –

କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ  ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ଅର୍ଥମନ୍ତ୍ରୀ  ସୁରେଶ କୁ୍ମାର ଖାନ୍ନା ଏହି ନିଷ୍ପତ୍ତି ଉପରେ ସୂଚନା ଦେଇ କହିଥିଲେ , ଏହି ଆଲକହଲ ଦାମର ବୃଦ୍ଧିକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ।  ସେ କହିଥିଲେ ଏହି ଚଳିତ ବର୍ଷ  ସରକାର ରେଭେନ୍ୟୁ ୨୩୫୦କୋଟିକୁ ବୃଦ୍ଧି ପାଇଁ  ଆଶା ରଖିଛନ୍ତି ।

ଏହା ସହ ଖାନ୍ନା  କହିଥିଲେ , କ୍ୟାବିନେଟ୍‌ ମଦ ଦାମରେ  କେବଳ ୫ଟଙ୍କା ବଢାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ଗୋଟିଏ ୬୫ ଟଙ୍କିଆ ବୋତଲ ୭୦ଟଙ୍କାରେ ଓ ୭୫ଟଙ୍କିଆ ୮୦ ଟଙ୍କାରେ ମିଳିବ ।

ନୂଆ ମଦ ଦାମ –

ଅର୍ଥମନ୍ତ୍ରୀ କହିଥିଲେ ,  ବିଦେଶୀ ମଦର ଅର୍ଥ ବ୍ୟବସ୍ଥା ଓ ମଧ୍ୟମ ଧରଣରେ ୧୦ ଟଙ୍କାର ବଢ଼ି ୨୦ଟଙ୍କାକୁ ଓ ଏହା ୧୮୦ରୁ ୫୦୦ ml ହୋଇଛି ଏବଂ ୩୦ଟଙ୍କା ଦାମର ୫୦୦ ml ରୁ ଅଧିକ ।

ଏହା ବ୍ୟତୀତ ନିୟମିତ ଓ ପ୍ରିମିୟ଼ମ ଶ୍ରେଣୀରେ ୧୮୦ ml ପାଇଁ ୨୦ଟଙ୍କା । ୫୦୦mlରୁ ଉର୍ଦ୍ଧ୍ୱ ୫୦ଟଙ୍କାରେ ଉପଲବ୍ଧ ହେବ ।

ଖାନ୍ନା ଆହୁରି ମଧ୍ୟ କହିଛନ୍ତି , ବିଦେଶରୁ ଆସୁଥିବା ୧୮୦ ml ମଦ ବୋତଲ ପିଛା ୧୦୦ଟଙ୍କା , ୫୦୦ ml  ଯାଏ ୨୦୦ ଟଙ୍କା ଓ ୫୦୦ ml ରୁ ଅଧିକ ବୋତଲ ପିଛା ୪୦୦ ଟଙ୍କାକୁ ବୃଦ୍ଧି ହୋଇଛି ।

ଡିଜେଲ ଓ ପେଟ୍ରୋଲ ଦାମରେ ବୃଦ୍ଧି –

ବର୍ତ୍ତମାନ ଡିଜେଲ ଓ ପେଟ୍ରୋଲ ଟାସ୍କ ଅନୁପାତକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି, ଏହା ୨୬.୮୦ ପ୍ରତିଶତ  ବା ପେଟ୍ରୋଲ ଲିଟର ପିଛା ୧୬.୭୪ଟଙ୍କା ଓ  ୧୭.୪୯ ପ୍ରତିଶତ ବା ଡିଜେଲ ଲିଟର ପିଛା ୯.୪୧ଟଙ୍କା  ଥିଲା।

 ଏବେ ପେଟ୍ରୋଲ ଉପରେ ୧୬.୭୪ ଟଙ୍କା ବଦଳରେ ୧୮.୭୪ପଇସା ପ୍ରତି ଲିଟର ଭାଟ୍‌ ନିଆଯିବ । ଆଉ , ଡିଜେଲ ୯.୪୧ ବଦଳରେ  ଭାଟ୍‌ ୧୦.୪୧ ଟଙ୍କା ଲାଗିବ ।

   ସମ୍ବନ୍ଧିତ ଖବର


ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?

ମୋଦିଙ୍କ ‘ମନ କୀ ବାତ୍’ : ‘ଦୀପାବଳୀରେ ସୈନିକଙ୍କ ପାଇଁ ଲଗାନ୍ତୁ ଗୋଟିଏ ଦୀପ, ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ

ପୃଥିବୀ ପୃଷ୍ଠରୁ ୪୦୮ କିମି ଉଚ୍ଚରେ ଥାଇ ରାଷ୍ଟ୍ରପତିଙ୍କ ପାଇଁ ମତଦାନ କଲେ ମହିଳା ମହାକାଶଚାରୀ