ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ବଲିୟା –  ଭାରତୀୟ ଜନତା ପାର୍ଟିର ରାଜ୍ୟ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ଏକ ବିବାଦିତ ଟିପ୍ପଣୀ ଦେଇଛନ୍ତି । କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସ୍ଥିର କରିସାରିଛନ୍ତି  ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ କେବେ ହେବ । ଶୁକ୍ରବାର ଦିନ ସେ ଏହା ନିଜର ବୟାନରେ କହିଥିଲେ ।

ଉଲ୍ଲେଖନୀୟ ଯେ, ଏଲ୍‌ଏସିରେ ଭାରତ ଓ ଚୀନ୍‌ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି । ସୀମାରେ ଦୁଇ ଦେଶର ସୈନିକ ବହୁତ ସଂଖ୍ୟାରେ ମୁତୟନ ହୋଇଛନ୍ତି ।    

ବିଜେପି ନେତା  ନିଜର ଦାବିରେ ଅଯୋଦ୍ଧାରେ ରାମ ମନ୍ଦିରର ନିର୍ମାଣ ପ୍ରାରମ୍ଭ ହେବା ଓ ଜମ୍ମୁ କଶ୍ମୀରର ବିଶେଷ ନିୟମକୁ ସମାପ୍ତ କରିବା ନେଇ କହିଥିଲେ । ବାସ୍ତବିକ୍‌ କଥା ଯେ, ସିଂହଙ୍କର ଏକ ଭିଡ଼ିଓ  ଭାଇରାଲ  ହୋଇଛି , ଯେଉଁଥିରେ ସେ କହିଛନ୍ତି , ରାମ ମନ୍ଦିର ଓ ଅନୁଚ୍ଛେଦ ୩୭୦ ର ନିର୍ଣ୍ଣୟ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିର କରିଦେଇଛନ୍ତି  ପାକିସ୍ତାନ ଓ ଚୀନ୍ ସହ ଯୁଦ୍ଧ କେବେ ହେବ ।

ସ୍ୱତନ୍ତ୍ର ଦେବ ସିଂହ ଗତ ୨୩ ଅକ୍ଟୋବରରେ ବଲିୟା ଜିଲ୍ଲାର ସିକନ୍ଦପୁରରେ  ବିଜେପି ବିଧାୟକ ସଂଜୟ ଯାଦବଙ୍କ ବାସଭବନରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧିତ କରିବା ବେଳେ ଏହି ଟିପ୍ପଣୀ ଦେଇଥିଲେ ।

   ସମ୍ବନ୍ଧିତ ଖବର


ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…

ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌