ନିର୍ବାଚନ ଖବର
  • ଭୁବନେଶ୍ୱର: ଏମ୍‌ସ ନିକଟରେ ଟ୍ରକ୍‌-ବୁଲେଟ୍ ଧକ୍କାରେ ଜଣେ ମୃତ, ଡ୍ରାଇଭର ଫେରାର
  • ||
  • ସୁସ୍ଥ ହୋଇ ଘରକୁ ଫେରିଲେ ନବ ନିର୍ବାଚିତ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ
  • ||
  • ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଉଦ୍‌ଘାଟନୀ ଉତ୍ସବର ରିହାଲସଲ୍‌ ସ୍ଥଗିତ
  • ||
  • ନୟାଗଡ଼ କୁସୁମୀ ନଦୀରେ ବୁଡି ଭାଇ ଭଉଣୀ ମୃତ,
  • ||
  • ନବ ନିର୍ବାଚିତ ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକର, ପ୍ରଧାନମନ୍ତ୍ରୀଙ୍କ ଶପଥ ଉତ୍ସବରେ ହେବେ ସାମିଲ୍
  • ||
  • କଳାହାଣ୍ଡି: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ବାପା ମୃତ, ପୁଅ ଓ ଅନ୍ୟ ଜଣେ ଗୁରୁତର
  • ||
  • କାଲିମେଳାରୁ ନିଖୋଜ ଡାକ୍ତର କର୍ଣ୍ଣାଟକରେ ଠାବ, ଖୁବ୍‌ଶୀଘ୍ର ମାଲକାନଗିରି ଅଣାଯିବ
  • ||
  • ଏନ୍‌ଡିଏର ନେତା ହେଲେ ନରେନ୍ଦ୍ର ମୋଦି, ୮ରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ
  • ||
  • ଆସନ୍ତା ୩ରୁ ୪ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ, ୧୨ରୁ ପୁଣି ବଢ଼ିପାରେ ତାତି
  • ||
  • ନୂଆ ସରକାର ଆସିଲେ କ’ଣ ହେବ ? ଡରରେ ଆଗଧାଡ଼ିଆ ଅଫିସରଙ୍କ ଛାତି ଧଡ଼ଧଡ଼, ଖଣ୍ଡାଧାରରେ ଭାଗ୍ୟ
  • ||

ଓଡ଼ିଶାବାସୀଙ୍କୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ମୋଦି : 'ଆପଣଙ୍କ ଭୋଟ୍ ଆପଣଙ୍କ ସ୍ଵର, ଏହାକୁ ଦୃଢ ଓ ସ୍ପଷ୍ଟ ଭାବେ ଉତ୍ତୋଳନ କରନ୍ତୁ'

ଭୁବନେଶ୍ଵର, ୧୩/୦୫ : ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଓଡ଼ିଶାବାସୀଙ୍କୁ ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ରାଜ୍ୟବାସୀଙ୍କୁ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ଵାନ କରୁଛି। ଆପଣଙ୍କ ଭୋଟ୍, ଆପଣଙ୍କ ସ୍ଵର। ଏହାକୁ ଦୃଢ ଓ ସ୍ପଷ୍ଟ ଭାବେ ଉତ୍ତୋଳନ କରନ୍ତୁ। 

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭୋଟ୍ ଦେବାକୁ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ଆପଣମାନଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ। ବିକାଶର ଧାରାକୁ ଆଗେଇ ନେବ। ସାଧାରଣ ନିର୍ବାଚନ ୨୦୨୪ରେ ବହୁ ସଂଖାରେ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ। 

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, ଓଡ଼ିଶାରେ ଆଜି ଠାରୁ ଗଣତନ୍ତ୍ରର ପର୍ବ ଆରମ୍ଭ ହୋଇଛି ।  ଦେଶର ସମସ୍ତ ଭୋଟରଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦେବା ପାଇଁ ଅନୁରୋଧ କରୁଛି । ଆଜି ଭୋଟ୍ ଦେଉଥିବା ବନ୍ଧୁଗଣ ବିଶେଷ ଭାବରେ ମାତୃଶକ୍ତି ଏବଂ ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ଯୁବସାଥୀଙ୍କୁ ଗଣତନ୍ତ୍ରର ଏହି ମହାନ ପର୍ବରେ ସକ୍ରିୟ ଭୂମିକା ନିର୍ବାହ କରିବା ପାଇଁ ନିବେଦନ କରୁଛି । ଆପଣଙ୍କ ଗୋଟିଏ ଭୋଟ ଓଡ଼ିଶାର ଅସ୍ମିତାର ସୁରକ୍ଷା,  ପ୍ରଗତି ଓ ସମୃଦ୍ଧିର ଦିଗ ନିର୍ଦ୍ଧାରଣ କରିବ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.