ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବାକୁ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ- ଆପଣ ଭାରତକୁ…

ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ୯୨ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଦେବା ସହିତ ସୁସ୍ଥ ଜୀବନ କାମନା କରିଛନ୍ତି। ଏହି ଅବସରରେ ତାଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ମୋଦି ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ସାକ୍ଷତ କରିବା ପୂର୍ବରୁ ଟ୍ବିଟ୍ କରି କହିଛନ୍ତି, ବିଦ୍ବାନ, ରାଜନେତା ଓ ସମ୍ମାନିତ ନେତାଙ୍କ ଭିତରେ ଜଣେ ହେଉଛନ୍ତି ଲାଲକୃଷ୍ଣ ଆଡଭାନୀ। ଭାରତକୁ ସଶକ୍ତ କରିବା ଦିଗରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ତାଙ୍କର ଜନ୍ମଦିନରେ ମୁଁ ସମ୍ମାନ ଜଣାଇ ତାଙ୍କର ଦୀର୍ଘ ଜୀବନର ପ୍ରାର୍ଥନା କରୁଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେତେବେ​‌ଳେ କେବେ ବି ଆମର ଲୋକତନ୍ତ୍ରର ରକ୍ଷା କରିବା କଥା ଆସେ ତେବେ ସେ ସବୁବେଳେ ଆଗରେ ଠିଆ ହୋଇଥାନ୍ତି। ମନ୍ତ୍ରୀଭାବରେ ନିଜର ପ୍ରଶାସନିକ କୌଶଳ ଯୋଗୁଁ ସେ ସବୁ ସ୍ଥାନରେ ପ୍ରଶଂସା ପାଇଥାନ୍ତି। ସେ ତାଙ୍କ ବିଚାରଧାରାରେ କେବେ ସାଲିସ କରିନାହାନ୍ତି।ଦେଶର ନାଗରିକଙ୍କୁ ସଶକ୍ତ କରିବାରେ ଆଡଭାନୀଙ୍କ ଅସାଧାରଣ ଅବଦାନକୁ ମନେରଖିବ।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର