ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବାକୁ ଧମକ ! ପାକିସ୍ତାନର ଏକ ମୋବାଇଲ ନମ୍ବରରୁ ଆସିଛି ଏହିଭଳି ମେସେଜ୍

ନୂଆଦିଲ୍ଲୀ ୨୪|୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜିବନରୁ ମାରିଦେବାକୁ ମିଳିଛି ଧମକ। ସରାୟ ରୋହିଲ୍ଲାରେ ରହୁଥିବା ବିଜେପି ନେତାଙ୍କ ଓ୍ବାଟସଆପ୍ ନମ୍ବରରୁ ଗୁରୁବାର ରାତିରେ କେହି ଜଣେ ନରେନ୍ଦ୍ର ମୋଦିଙ୍କୁ ଜିବନରୁ ମାରିଦେବାକୁ ଧମକ ଦେଇଛି। ଏହି ଧମକପୂର୍ଣ୍ଣ ମେସେଜ ପାକିସ୍ତାନର ଏକ ମୋବାଇଲ ନମ୍ବରରୁ ଆସିଥିବା ଜଣାପଡିଛି ।

ଏହାର ସୂଚନା ମିଳିବା ପରେ ହିଁ ଦିଲ୍ଲୀ ପୋଲିସ ତନାଘନା ଆରମ୍ଭ କରିଛି । ଏହି ଘଟଣାରେ ମାମଲା ରୁଜୁ କରାଯାଇ ସ୍ପେଶାସ ସେଲକୁ ଯାଞ୍ଚ ଦାୟିତ୍ବ ଦିଆଯାଇଛି । ପୋଲିସର ସୂଚନା ଅନୁସାରେ ସରାୟ ରୋହିଲ୍ଲାର ନିବାସୀ ବିଜେପି ନେତା ପ୍ରାୟ କାମରେ କାଶ୍ମୀର ଯିବା ଆସିବା କରିଥାନ୍ତି ।  

ଗୁରୁବାର ରାତିରେ ତାଙ୍କ ହ୍ବାଟସଆପ୍ ନମ୍ବରରେ ଏକ ଅଚିହ୍ନା ନମ୍ବରରୁ ମେସେଜ ଆସିଥିଲା। ଏହି ମେସେଜରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାକୁ ନେଇ ପ୍ରତିବାଦ କରାଯିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି ।

ସଂପୃକ୍ତ ଭାଜପା ନେତା ହ୍ବାଟସଆପ୍ ରେ ଆସିଥିବା ମେସେଜର ସ୍କ୍ରିନଶଟ୍ ନେବା ସହ ସରାୟ ରୋହିଲ୍ଲା ଥାନାରେ ମାମଲା ରୁଜୁ କରିଥିଲେ ।  ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡିଛି ଯେ, ମେସେଜଟି ପାକିସ୍ତାନର ଏକ ମୋବାଇଲ ନମ୍ବରରୁ ଆସିଛି । ସ୍ପେଶାଲ ସେଲ୍ ଏହି ମୋବାଇଲ ନମ୍ବର ବିଷୟରେ ପୁରା ଖୋଳତାଡ ଜାରି ରଖିଛି ।

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…