ଫ୍ରାନ୍ସରେ ନମୋ: ଧାରା ୩୭୦ ପ୍ରସଙ୍ଗରେ କହିଲେ ‘ଟେମ୍ପରାରୀକୁ ହଟାଇବା ପାଇଁ ୭୦ ବର୍ଷ ଲାଗିଗଲା, ଏଥିରେ ହସିବା ନା କାନ୍ଦିବା…’

ନୁଆଦିଲ୍ଲୀ ୨୩/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଫ୍ରାନ୍ସରେ ଭାରତୀୟ ସମୁଦାୟଙ୍କୁ ଭାଷଣ ଦେଇଛନ୍ତି । ମୋଦି ଅନୁଛେଦ ୩୭୦ ସମ୍ବନ୍ଧରେ ପରୋକ୍ଷରେ କହିଲେ ଯେ ‘ଏହି ଟେମ୍ପରରୀକୁ ହଟାଇବା ପାଇଁ ୭୦ ବର୍ଷ ଲାଗିଗଲା । ମୁଁ ବୁଝି ପାରୁନି ଏହା ଉପରେ ହସିବା ନା କାନ୍ଦିବା ।’

ମୋଦି କହିଛନ୍ତି ଯେ ଯେତେବେଳେ ମୁଁ ୪ ବର୍ଷ ତଳେ ଫ୍ରାନ୍ସ ଆସିଥିଲି ସେତେବେଳେ ମୋତେ ହଜାର ହଜାର ଭାରତୀୟଙ୍କ ସହ ଆଲୋଚନା ପାଇଁ ସୁଯୋଗ ମିଳିଥିଲା । ସେତେବେଳେ ମୁଁ ଆପଣମାନଙ୍କୁ କଥା ଦେଇଥିଲି । ସାଧାରଣତଃ ନେତାମାନେ କଥା ଦେଇ ଭୁଲି ଯିବାରେ ମଜା ପାଆନ୍ତି । କିନ୍ତୁ ମୁଁ ସେଭଳି ଧରଣର ନୁହେଁ ।

ସେ ଆହୁରି କହିଛନ୍ତି ଯେ ମୁଁ କହିଥିଲି ଭାରତ ନୂଆ ଆଶା ଓ ଆକାକ୍ଷାଂର ଯାତ୍ରାରେ ବାହାରିଛି । ଏବେ ମୁଁ ନମ୍ରତା ଓ ବିଶ୍ୱାସର ସହ କହିପାରିବି ଯେ ୧୩୦ କୋଟି ଭାରତୀୟଙ୍କ ଚେଷ୍ଟାରେ ଭାରତ ତୀବ୍ର ଗତିରେ ବିକାଶ ରାସ୍ତାରେ ଆଗକୁ ବଢୁଛି ।

ସେ ଆହୁରି କହିଛନ୍ତି ଯେ ଭଲବନ୍ଧୁମାନେ ଭଲ ଓ ଖରାପ ସମୟରେ ସାହାଯ୍ୟ କରିଥାଆନ୍ତି । ଫ୍ରାନ୍ସ କିମ୍ବା ଭାରତରେ କିଛି ଭଲ ହେଲେ ଉଭୟ ଦେଶର ଲୋକ ଖୁସୀ ହୁଅନ୍ତି । ଆମେ ଉଭୟ ଉଭୟଙ୍କ ପାଇଁ ଖୁସୀ ଅନୁଭବ କରିଥାଉ । ଭାରତରେ ଅନେକ ଲୋକ ଫ୍ରେଞ୍ଚ ଫୁଟ୍‌ବଲ୍‌ ଟିମ୍‌କୁ ସମର୍ଥନ କରିଥାଆନ୍ତି ।

ମୁଁ ସମସ୍ତ ମହାନ ପରମାଣୁ ବୈଜ୍ଞାନିକମାନଙ୍କୁ  ସ୍ୟାଲୁଟ୍‌ କରୁଛି  ତାଙ୍କ ମଧ୍ୟରେ ଭାରତର ମହାନ ପରମାଣୁ ବୈଜ୍ଞାନିକ ହୋମି ଜାହାଙ୍ଗିର ଭାବା ଅଛନ୍ତି । । ଏମାନେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଭାରତର ଲୋକମାନେ ସରକାରଙ୍କୁ ଦ୍ୱିତୀୟଥର କ୍ଷମତାକୁ ଆଣିବା ପାଇଁ ଏକ ଐତିହାସିକ ଜନମତ ପ୍ରଦାନ କରିଛନ୍ତି  ।  ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଭାରତ ଏବେ ଆଗକୁ ବଢିବାରେ ଲାଗିଛି । ଆମେ ଏହା କେବଳ ସରକାର ଗଢିବା ପାଇଁ ନୁହେଁ  ଏକ ନୂଆ ଭାରତ ନିର୍ମାଣ କରିବା ପାଇଁ ପାଇଛୁ ।

ମୁଁ ଏକ ଫୁଟବଲକୁ ଭଲ ପାଉଥିବା ଦେଶକୁ ଆସିଛି । ଆପଣମାନେ ଏକ ଗୋଲର କେତେଦୂର ଆବଶ୍ୟକତା ରହିଛି ସେ ବିଷୟରେ ଜାଣିଛନ୍ତି । ଏହା ହେଉଛି ଉପଲବ୍ଧି । ଗତ ୫ ବର୍ଷ ମଧ୍ୟରେ ଆମେ ଲକ୍ଷ୍ୟ ସ୍ଥିର କରିଛୁ । ଏହାକୁ ପୂର୍ବରୁ ଅସମ୍ଭବ ବୋଲି କୁହାଯାଉଥିଲା ।

ନୂଆ ଭାରତରେ ଏବେ ରହିଯିବାର କୌଣସି ପ୍ରଶ୍ନ ନାହିଁ ।ଏବେ ଭ୍ରଷ୍ଟାଚାର ଦୁର୍ନୀତି, ପାରିବାରିକ ରାଜନୀତି ଲୋକଙ୍କ ଧନ ଲୁଟିବା , ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସରକାର ଆସିବାର ୭୫ ଦିନ ମଧ୍ୟରେ ଅନେକ ଶକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

ନୂଆ ଭାରତରେ ଏବେ ରହିଯିବାର କୌଣସି ପ୍ରଶ୍ନ ନାହିଁ ।ଏବେ ଭ୍ରଷ୍ଟାଚାର ଦୁର୍ନୀତି, ପାରିବାରିକ ରାଜନୀତି ଲୋକଙ୍କ ଧନ ଲୁଟିବା , ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସରକାର ଆସିବାର ୭୫ ଦିନ ମଧ୍ୟରେ ଅନେକ ଶକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

ଭାରତ ଓ ଫ୍ରେଞ୍ଚ ମଧ୍ୟରେ ବନ୍ଧୁତା ସମ୍ପର୍କରେ ମଧ୍ଯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି । କେବଳ ଭାରତରେ ନୁହଁ ଫ୍ରାନ୍ସରେ ମଧ୍ୟ ଆମେ ସମ୍ରାଜ୍ୟବାଦ, ଫାସିବାଦ ଓ ଉଗ୍ରବାଦର ମୁକାବିଲା କରିଛୁ । ଆମର ବନ୍ଧୁତା ଶକ୍ତ ମୂଲ୍ୟବୋଧ ଉପରେ ନିର୍ମାଣ ହୋଇଛି ।

ସାଧାରଣତଃ ରାଜନେତାମାନେ ଦେଇଥିବା ପ୍ରତିଶ୍ରୁତିକୁ  ଭୁଲିଯାଇଥାଆନ୍ତି । ହେଲେ ମୁଁ ସେହି ପ୍ରଜାତିର ନୁହେଁ  , ମୁଁ ଲୋକଙ୍କୁ ମୋ ପ୍ରତିଶ୍ରୁତି ବିଷୟରେ ମନେ ପକାଇଥାଏ । ଆମେ ଗତ ୫ ବର୍ଷ ମଧ୍ୟରେ ଯେଉଁ ଲକ୍ଷ୍ୟ ସ୍ଥିର କରିଥିଲୁ ଏକାଠି ହୋଇ ଏହାକୁ ହାସଲ କରିଛୁ ।

ଭିତ୍ତିଭୂମିର ବିକାଶ ପାଇଁ ଫ୍ରାନସ୍‌ ଓ ଭାରତ ଏକାଠି ହୋଇ କାମ କରୁଛନ୍ତି । ସୌରଶକ୍ତି ଉପଯୋଗ ଓ ବିକାଶଠାରୁ ଆରମ୍ଭ କରି ସାମାଜିକ ବିକାଶ ପର୍ଯ୍ୟନ୍ତ ଆମେ ଏକାଠି ହୋଇ କାମ କରୁଛୁ ।  ଆମ ମଧ୍ୟରେ ଥିବା ମିତ୍ରତା ଏବେ ଆହୁରି ନିବିଡ ହେବା ସହ ଆଗକୁ ବଢୁଛି ।

ଧାରା ୩୭୦ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ପରୋକ୍ଷରେ ସୂଚନା ଦେଇଥିଲେ  ।  ଭାରତ ଗାନ୍ଧୀ ଓ ବୁଦ୍ଧଙ୍କର ଦେଶ ଏକ ପ୍ରାଚୀନ ପରମ୍ପରା ବହନ କରୁଥିବା ଦେଶ ।ମାତ୍ର ଗତ ୭୦ ବର୍ଷ ଧରି ଏକ ଅସ୍ଥାୟୀ ଜିନିଷରେ ଅଟକି ରହିଥିଲା ।ଏହା ସେହି ଅସ୍ଥାୟୀ ନିଷ୍ପତ୍ତିରୁ ବାହାରିବା ପାଇଁ ଏତେ ବର୍ଷ ଲାଗିଗଲା ।

   ସମ୍ବନ୍ଧିତ ଖବର


ଆଜି ବାବ୍ରି ମାମଲାର ରାୟ

‘ଜିସିଟିସି ଉର୍ଜ୍ଜା ସୁରକ୍ଷା ସମ୍ମିଳନୀ-୨୦୨୦’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉଦ୍‌ବୋଧନ,ଉର୍ଜ୍ଜା ସୁରକ୍ଷା ସ୍ଥାପତ୍ୟ ବିକାଶରେ ‘ଆତ୍ମନିର୍ଭର ଭାରତ’ର ଭୂମିକା ରହିବ

ୟୁନିସେଫ୍‌ ଓ ଏମସ୍‌ର ମିଳିତ ୱେବିନାର, ‘ସୁସ୍ଥ ଶିଶୁ ସୁସ୍ଥ ସମ୍ପ୍ରଦାୟ ଗଠନ କରିଥାଏ’

ମାନସିକ ଚାପ ୫୦ ପ୍ରତିଶତ କମିଯିବ ଦେଖନ୍ତୁ ଏହି ସୁଖୀ ପଶୁର ଭିଡିଓ

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କରୋନା ପଜିଟିଭ୍

ଯୁବତୀଙ୍କୁ ବିବାହ ପାଇଁ ପ୍ରପୋଜ୍ କରୁଥିଲେ , ଗୋଇଠା ମାଡ଼ ଖାଇ ପାଣିରେ ପଡ଼ିଗଲେ ଯୁବକ ! ଭିଡ଼ିଓ ଭାଇରାଲ