ଆଜି ଅପରାହ୍ନ ୪ଟାରେ ବସିବ ବୈଠକ: କାଶ୍ମୀର ପାଇଁ ବଡ଼ ପ୍ୟାକେଜ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ ୨୮।୮: ଧାରା ୩୭୦ ହଟିବା ପରେ ଆଜି ଜମ୍ମୁ-କାଶ୍ମୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ। ଏନେଇ ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଏହି ବୈଠକ ଅପରାହ୍ନ ୪ଟାରେ ବସିବ ।

ତେବେ ଏଥିରେ କାଶ୍ମୀର ପାଇଁ ଏକ ବଡ଼ ପ୍ୟାକେଜ୍ ଘୋଷଣା ହୋଇପାରେ । ସରକାର କିଛି ବଛାବଛା ସେକ୍ଟରରେ ବିଦେଶୀ ନିବେଶ ନେଇ ସର୍ତକୁ କୋହଳ କରିବା ପାଇଁ ନିଷ୍ପତି ନେଇପାରନ୍ତି । ଏଥିରେ ସିଙ୍ଗଲ ବ୍ରାଣ୍ଡ, ରିଟେଲ ସେକ୍ଟର, କୋଲ ସେକ୍ଟର ଏବଂ ଡିଜିଟାଲ ମିଡିଆ ଆଦି ସାମିଲ ଅଛି ।

ପ୍ରଦେଶରେ କେନ୍ଦ୍ରୀୟ ଆଇନ ଲାଗୁ କରିବା ପାଇଁ ଢ଼ାଞ୍ଚାଗତ ବିକାଶ ଯୋଜନା ଏବଂ ଲୋକଙ୍କୁ ବିତ୍ତୀୟ ଲାଭ ଦେବା ପାଇଁ ଆଧାର ଯୋଜନା ଲାଗୁ କରାଯିବ। ମିଳିଥିବା ସୂଚନାନୁସାରେ, କେନ୍ଦ୍ର ସରକାର ଜମମୁ କଶ୍ମୀରରେ ବିଶେଷ ପ୍ୟାକେଜ ଉପରେ କାମ କରୁଛନ୍ତି। ବିଦେଶୀ ନିବେଶ ନେଇ ସର୍ତକୁ କୋହଳ କରିବା ପାଇଁ ନିଷ୍ପତି ନେଇପାରନ୍ତି। ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରମୁଖ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଥିଲେ।

ମନ୍ତ୍ରାଳୟ ଦ୍ବାରା ଦିଆଯାଇଥିବା ପ୍ରସ୍ତାବ ଆଧାରରେ ପ୍ୟାକେଜ୍ ଆକଳନ ପ୍ରାୟ ପୁରା ହୋଇଗଲାଣି। ରାଜ୍ୟରେ ୩୧ ଅକ୍ଟୋବରରୁ ୧୦୬ କେନ୍ଦ୍ରୀୟ  ଆଇନ ପୁରା ପୁରି ଭାବେ ଲାଗୁ ହୋଇଯିବ। ଏହି କାରଣରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ପ୍ରଦେଶରେ କେନ୍ଦ୍ରୀୟ ଏବଂ ରାଜ୍ୟ ଦୁଇଟି ଆଇନ ଲାଗୁ ରହିବ। ସୁତ୍ର ଅନୁସାରେ, ସାର୍ବଜନୀନ ଘୋଷଣା ପୂର୍ବରୁ ପ୍ରଥମେ ଏହି ପ୍ରସ୍ତାବକୁ କେନ୍ଦ୍ରୀୟ କ୍ୟାବିନେଟ ପାଖକୁ ପଠାଯିବ।

   ସମ୍ବନ୍ଧିତ ଖବର


ଧମକ ଦେଉଛନ୍ତି ବେସରକାରୀ ସ୍କୁଲ : ଫି’ ଦେବା ପାଇଁ ଅଳଙ୍କାର ବିକିବାକୁ ବାଧ୍ୟ ହେଲେ ଅଭିଭାବକ

ସାବଧାନ ! ଚୀନ୍‌କୁ ଚେତାବନୀ ଦେଲା ଭାରତ – ନିଜର ଆତ୍ମରକ୍ଷା କରିବାକୁ ପଛଘୁଞ୍ଚା ଦେବନି ଭାରତୀୟ ସୈନିକ

ବାଲକୋନୀର ପ୍ରେମରୁ ସାତ ଜନମର ସାଥୀ ….ଚର୍ଚ୍ଚାରେ ଏହି ରୋମିଓ-ଜୁଲିଏଟ୍

ଗଙ୍ଗା ନଦୀରୁ ମିଳିଲା ଦକ୍ଷିଣ ଆମେରିକାର ମାଛ, ବୈଜ୍ଞାନିକଙ୍କୁ ଘାରିଲା ଏହି ଭୟ

ରିୟାଙ୍କ ଉପରେ ସବୁ ଦୋଷ ଲଦିଲେ ରକୁଲ: କହିଲେ-ମୁଁ କେବେ ଡ୍ରଗ୍ସ ନେଇନି…

ବିହାର ନିର୍ବାଚନ : କରୋନା ସାଥିରେ ଚାଲିବ ମତଦାନ , ନିର୍ବାଚନ ଆୟୋଗ କରିବେ ସ୍ୱତନ୍ତ୍ର ବ୍ୟବସ୍ଥା