ୟୁଏଇର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଜାୟେଦ’ରେ ସମ୍ମାନିତ ହେଲେ ମୋଦି

ଆବୁଧାବୀ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଜାୟେଦ’ ରେ ଆଜି ସମ୍ମାନିତ କରାଯାଇଛି । ଏହି ସମ୍ମାନ ହାସଲ କରିବାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ।  ମୋଦିଙ୍କୁ ଆବୁଧାବୀର କ୍ରାଉନପ୍ରିନ୍ସ ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍ଲ ନାହ ଆଜି ଏହି ସମ୍ମାନରେ ସମ୍ମାନିତ କରିଥିଲେ। ଏହା ପୂର୍ବରୁ ୟୁଏଇର ଶାସକଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ । ପିଏମ ମୋଦି ୟୁଏଇ ଗସ୍ତ ସମୟରେ କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଲଗାତାର ଭାବେ ସୁଦୃଢ ହେବାର ଲାଗିଛି । ଏହାସହ ପିଏମ ମୋଦୀ କହିଛନ୍ତି ଆତଙ୍କବାଦ ବିରୋଧରେ ଜାରି ରହିଥିବା ଲଢେଇରେ ୟୁଏଇ ସବୁବେଳେ ଭାରତ ସହ ଠିଆ ହୋଇଛି । 

ଶୁକ୍ରବାର ବିଳମ୍ବିତ ରାତିରେ ମୋଦି ୟୁଏଇରେ ପହଁଞ୍ଚିଥିଲେ ଏବେ ୟୁଏଇରୁ ଗସ୍ତ ସାରି ବାହାରିନରେ ପହଁଞ୍ଚିଛନ୍ତି। ସବୁଠାରୁ ବଡ କଥା ହେଉଛି ଯେ ମୋଦି ଯେତେବେଳେ ୟୁଏଇରେ ଗସ୍ତ ସାରି ବାହାରିନ ଅଭିମୁଖେ ବାହାରିଥିଲେ  ବିମାନବନ୍ଦରକୁ ଛାଡିବାକୁ ନିଜେ କ୍ରାଉନପ୍ରିନ୍ସ ଶେଖ ମହମ୍ମଦ ଆସିଥିଲେ। ବାହାରିନରେ ପହଁଞ୍ଚିବା ପରେ ମୋଦି ସେଠାର କିଙ୍ଗ ହମଦ ବିନ ଅଲ୍ ଖଲିପାଙ୍କ ସହିତ ଦ୍ବିପାକ୍ଷିକ ସମ୍ପର୍କ ନେଇ ଚର୍ଚ୍ଚା କରିବେ। ମୋଦିଙ୍କ ସହିତ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ ବାହାରିନରେ ପହଁଞ୍ଚିଛନ୍ତି।

ଉଲ୍ଲେଖନୀୟ ଯେ, ୟୁଏଇର ଏହି ସମ୍ମାନ ରାଷ୍ଟ୍ରର ମୁଖ୍ୟ ଏବଂ ରାଷ୍ଟ୍ରପତିଙ୍କୁ ଦିଆଯାଥାଏ । ଏହି ସମ୍ମାନ ୨୦୦୭ରେ ମସିହାରେ ଋଷ ରାଷ୍ଟ୍ରପତି ପୁତିନ,୨୦୧୬ରେ   ଇଂଲଣ୍ଡର ମହାରାଣୀ ଏଲିଜାବେଥ ଏବଂ ୨୦୧୮ରେ  ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦିଆଯାଇଥିଲା ।ମୋଦିଙ୍କୁ ଏହି ସମ୍ମାନ ମିଳିବା ନେଇ ଚଳିତ ବର୍ଷ ଅପ୍ରେଲରେ ୟୁଏଇ ପକ୍ଷରୁ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଭାବେ ମୋଦି ଦୁଇ ଥର ୟୁଏଇ ଗସ୍ତ କରିଛନ୍ତି । ସେହପରି ମୋହମ୍ମଦ ବିନ ଜାୟେଦ ତିନି ବର୍ଷ ମଧ୍ୟରେ ଦୁଇ ଥର ଭାରତ ଗସ୍ତ କରିଛନ୍ତି । ମୋଦି ୟୁଏଇରେ ଆଜି ‘ରୂପେ କାର୍ଡ’କୁ ମଧ୍ୟ ମୋଦି ଲଞ୍ଚ କରିଛନ୍ତି।

   ସମ୍ବନ୍ଧିତ ଖବର


ଭାରତ କିଣିବ ଲଢୁଆ ଡ୍ରୋନ୍‌- ଚୀନ୍‌କୁ ଦେବ ଜବାବ

ଭାରତରେ ୫୦% ଦକ୍ଷତା ଥିବା ଟିକାକୁ ମଧ୍ୟ ଅନୁମତି ମିଳିବ

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି

୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା