୭୦ବର୍ଷ ପର୍ଯ୍ୟନ୍ତ ନାଲି ବତୀର ଅନୁଭୂତି ବଖାଣିଲେ ମୋଦୀ; ଏବେ ଯାହା ହେଉଛି ଚୈାକିଦାର କରୁଛି

ଭାଗଲପୁର ୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଭାଗଲପୁର ନିର୍ବାଚନୀ ସଭାରେ କହିଲେ, ୭୦ ବର୍ଷ ପର୍ଯ୍ୟନ୍ତ ନାଲି ବତୀର ଅନୁଭୂତି କଣ ମୁଁ ଜାଣିଛି। ଏବେ ଗରିବଙ୍କ ଘରେ କେମିତି ବତୀ ଜଳିବ ଏହାର ଚିନ୍ତା କରାଗଲା ନାହିଁ। ଆପଣଙ୍କ ଏହି ଚୈାକିଦାର ନାଲି ବତୀକୁ ହଟାଇ ଗରିବଙ୍କ ଘରେ ଧଳା ବତୀ ଜଳାଇଛି। ମୋଦି ଏହି ସଭାରେ ଏନଡିଏର ପ୍ରାର୍ଥୀଙ୍କ ପକ୍ଷରେ କହିଥିଲେ।
ବିମାନବନ୍ଦର ପଡ଼ିଆରେ କରାଯାଉଥିବା ଏହି ସଭାରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର, ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ରାଲୋଦ ପ୍ରମୁଖ ରାମବିଳାସ ପାସବାନ୍ ମଞ୍ଚ ଉପସ୍ଥିତ ଥିଲେ।
ମୋଦି କହିଛନ୍ତି, ନେତାମାନଙ୍କୁ ନିଜ ଦୁଆର ମୁହଁ ପର୍ଯ୍ୟନ୍ତ ଚକାଚକ ସଡକ ପହଞ୍ଚାଇଦେବ ତ ତାଙ୍କ ପାଇଁ ବହୁତ। ବିହାରର ଗାଁ-ଗାଁରେ ସଡ଼କ ପହଞ୍ଚାଇବାର ବନ୍ଦୋବସ୍ତ ଏହି ଚୈାକିବାର ଏବଂ ତାର ସାଥୀମାନେ କରିଛନ୍ତି। ବଡ଼ ବଡ଼ ଫାର୍ମ ହାଉସବାଲା, ମହଲା ପରି କୋଠା ବନେଇବା ଲୋକ, ନାମୀଦାମୀ ସମ୍ପତ୍ତି ଥିବା ଲୋକ ବି ବହୁତ ଦେଖିଛନ୍ତି। ମାତ୍ର ସେମାନଙ୍କ ଠାରୁ ଅଲଗା ଏହି ଚୈାକିଦାର ଆପଣଙ୍କ ଚୁଲି ପର୍ଯ୍ୟନ୍ତ ଧ୍ୟାନ ଦେଇଛି। ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ଭଗଲପୁରର ଦ୍ବିତୀୟ ଥର ପାଇଁ ଆସିଛନ୍ତି। ଏହା ପୂର୍ବରୁ ୨୦୧୫ରେ ଭାଗଲପୁର ଆସିଥିଲେ। ସେତେବେଳେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିଲା।