ଦୁବାଇରେ ବ୍ୟବହାର କରିପାରିବେ ଭାରତୀୟ ଏଟିମ୍ କାର୍ଡ, ମିଳୁଛି ଏହି ସୁବିଧା…

ନୂଆଦିଲ୍ଲୀ ୨୫/୮:-  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନାଇଟେଡ୍ ଆରବ ଏମିରାଟ୍‌ (UAE) ବଜାରରେ ଶନିବାର ଦିନ ରୁପେ କାର୍ଡର ଲଞ୍ଚ କରିଛନ୍ତି। ଏହି ଡିଜିଟାଲ୍ କାର୍ଡରେ ଟଙ୍କା ଉଠାଇବା ସହଜ ହୋଇଯିବ । ରୁପେ କାର୍ଡ ଲଞ୍ଚ ହେବା ପରେ ଭରତର ସର୍ମ୍ପକ ଦୃଢ଼ ହେବା ସହ ବ୍ୟବସାୟ, ପର୍ଯ୍ୟଟନ  କ୍ଷେତ୍ରରେ ପ୍ରଗତି ହୋଇପାରିବ।ଦୁବାଇରେ ରୁପେ କାର୍ଡକୁ ବ୍ୟବହାର କରି ବଡ ବଡ ସୋରୁମମାନଙ୍କରେ ଡିଜିଟାଲ୍ ପେମେଣ୍ଟ କରି କିଣା କିଣି  କରିବାରେ ସହଜ ହେବା। ୟୁନାଇଟେଡ୍ ଆରବ ଏମିରାଟ୍‌ ପଶ୍ଚିମ ଏସିଆର ପ୍ରଥମ ଦେଶ ଭାବେ ଇଲେଟ୍ରୋନିକ୍ ଅର୍ଥ କାରାବାର  ପାଇଁ ଭାରତୀୟ ଡିଜିଟାଲ ଏଟିଏମ୍ କାର୍ଡ ଭାବେ ରୁପେ କାର୍ଡକୁ ଆପଣେଇଛି। ଭାରତୀୟ ରୁପେ କାର୍ଡ ଏହା ପୂର୍ବରୁ ସିଙ୍ଗାପୁର ଏବଂ ଭୁଟାନରେ ପ୍ରଚଳନ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଜିନିଷ କିଣିବା ପାଇଁ ରୁପେ କାର୍ଡ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ କରି ଏହି ସୁବିଧାର ଆରମ୍ଭ କରିଛନ୍ତି। କିଣା ଯାଇଥିବା ଜିନିଷଟିକୁ ମୋଦି ରବିବାର ଦିନ ବାହରିନ୍‌ର ଶ୍ରୀନାଥନଜି ମନ୍ଦିରରେ ଦାନ ରୁପେ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଭାରତକୁ କ୍ୟାଶ୍ ମୁକ୍ତ ଅର୍ଥନୀତିର ଅଭିବୃଦ୍ଧି କରିବା ପାଇଁ ଡିଜିଟାଲ ଅର୍ଥ ପ୍ରଧାନ ପାଇଁ ରୁପେ କାର୍ଡ ଭାରତରେ ଲଞ୍ଚ କରିଥିଲେ।

ୟୁଏଇ ବ୍ୟବସାୟ କରୁଥିବା ବଡ ବଡ କମ୍ପାନି ଗୁଡିକ ରୁପେ କାର୍ଡକୁ ସ୍ବାଗତ କରିଛନ୍ତି।ରୁପେ କାର୍ଡ ମାଧ୍ୟମରେ କାରବାର କରିହେବ। ଲୁଲୁ ବ୍ୟବସାୟ ସମୂହ, ପେଟ୍ରୋକେମ୍ ମିଡଲ ଇଣ୍ଟନ୍, ଏନଏମସି ହେଲଥ୍‌କେୟାର ଏବଂ ଲେଡ୍‌ମାର୍କ ଭଳି ୨୧ଟି ୟୁଏଇରେ ବ୍ୟବସାୟ କରୁଥିବା ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନମାନେ ରୁପେ କାର୍ଡ ପ୍ରଚଳନ କରିବାପାଇଁ ଚୁକ୍ତି କରିଛନ୍ତି। ରୁପେ କାର୍ଡ ଲଞ୍ଚ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଭାରତୀୟ ରାଷ୍ଟ୍ରୀୟ ଅର୍ଥ ପ୍ରଦାନ କରି ସଂସ୍ଥା ଏବଂ ୟୁଏଇର ମରକ୍ୟୁୟ ପେମେଣ୍ଟ ସେବା ସହ ଦୁଇ ଦେଶର ପେମେଣ୍ଟ ଟେକ୍ନୋଲଜି ପରିଚାଳନା କରିବା ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ୟୁଏଇକୁ ବୁଲିବା ପାଇଁ ଭାରତରୁ ପ୍ରତି ବର୍ଷ ୩୦ଲକ୍ଷରୁ ଅଧିକ ପର୍ଯ୍ୟଟକ ଯାଇଥାନ୍ତି। ୟୁଏଇରେ ରୁପେ କାର୍ଡ ପ୍ରଚଳନ ହେବା ପରେ ୧,୭୫୦୦୦ ବ୍ୟବସାୟିକ ସଂସ୍ଥାରେ ରୁପେ କାର୍ଡ ବ୍ୟବହାର କରି ଅର୍ଥ ପ୍ରଦାନ କରିହେବ ଏହା ବ୍ୟତିତ ପାଞ୍ଚ ହଜାରରୁ ଅଧିକ ଏଟିଏମ୍ମାନଙ୍କରୁ ଟଙ୍କା ଉଠାଇ ପାରିବେ। ରୁପେ କାର୍ଡରେ ଏଟିଏରୁ ଟଙ୍କା ଉଠାଣ କଲେ କାର୍ଡ ଚାର୍ଜ ଦେବାକୁ ପଡିବ ନାହିଁ।

ଆସନ୍ତୁ ଜାଣିବା ରୁପେ କାର୍ଡର ବ୍ୟବହାର ଉପରେ କଣ ରହିଛି ସୁବିଧା

୧.ରୁପେ କାର୍ଡ ସ୍ୱଦେଶୀ ପ୍ଲାଷ୍ଟିକ କାର୍ଡ ଅଟେ ଏହାକୁ ନ୍ୟାସନାଲ ପେମେଣ୍ଟ  କମ୍ପାନୀମାଧ୍ୟମରେ ଭାରତରେ ଲଞ୍ଚ କରାଯାଇଛି। ଭାରତରେ ରୁପେ କାର୍ଡ ବ୍ୟବହାର କରି ଅର୍ଥ କାରବାର  କରିବା ସହ ଦୁଇ ଦେଶରେ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ କରାଯାଇ ପାରିବେ ।

୨.ଏସ୍‌ବିଆଇ ଭଳି ବଡ ବ୍ୟାଙ୍କ ଠାରୁ ଆରମ୍ଭ କରି ଦେଶ ପ୍ରମୁଖ ବଡ ବ୍ୟାଙ୍କ ମାନେ ରୁପେ କାର୍ଡ ପ୍ରଚଳନ ଆରମ୍ଭ କରିଛିନ୍ତି। ପ୍ରଧାନମନ୍ତ୍ରୀ ଜନ-ଧନ-ଯୋଜନା ମାଧ୍ୟମରେ ବ୍ୟାଙ୍କମାନଙ୍କରେ ଖୋଲା ଯାଇଥିବା ଆକାଣ୍ଟ ଧାରି ମାନଙ୍କୁ ରୁପେ କାର୍ଡ ଦିଆଯାଇଛି।

୩. ରୁପେ କାର୍ଡ ଅନ୍ୟ କାର୍ଡ ଭଳି ବ୍ୟବହାର କରାଯାଇ ପାରିବ ଭାରତୀୟ ଏଟିଏମ୍, ପିଓଏସ୍,ଟ୍ରମିନାଲ କିମ୍ବା ଇ- କମର୍ସ ସାଇଟରେ ବ୍ୟବହାର କରାଯାଇ ପାରିବ।

୪. ରୁପେ କାର୍ଡରେ ହାଇ ଏଣ୍ଡ ଟେକ୍ନୋଲଜି ଚିପ୍ ଇଏମ୍‌ବି ସହିତ ଆସିଥାଏ। ଏହି ଚିପ୍ ଥିବା କାର୍ଡରେ ଅଧିକ ପେମେଣ୍ଟ କରିବାରେ ସୁବିଧା ମିଳିବା ସହ କାର୍ଡ ତଥ୍ୟ ସୁରକ୍ଷିତ ରହିଥାଏ। ଏହା ବ୍ୟତୀତ ରୁପେ କାର୍ଡ ଉପଭୋକ୍ତାଙ୍କ ତଥ୍ୟକୁ ସୁରକ୍ଷିତ କରିବା ପାଇଁ ମାଇକ୍ରୋ ପ୍ରୋସେସ୍ ବାଲା ସର୍କିଟ୍ ଲଗାଯାଇଛି ।

୫. ରୁପେ କାର୍ଡରେ ଅର୍ଥ କାରବାର ପାଇଁ କମ୍ ଦେୟ ଦେବାକୁ ପଡୁଥିବାରୁ ରୁପେ କାର୍ଡରେ ଅର୍ଥ ପ୍ରଦାନ କରିବା ଶ୍ରୀଘ୍ର ହୋଇପାରିଥାଏ। କାହିଁକି ନାଁ କାର୍ଡ ରେ ଅର୍ଥ କାରବାର  ଦେଶ ମଧ୍ୟରେ ହୋଇଥାଏ।

   ସମ୍ବନ୍ଧିତ ଖବର


ହିମାଳୟର ଉଚ୍ଚ ଚଟ୍ଟାଣରେ ‘ଭୀଷ୍ମ’ – ଚୀନକୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତର ଟ୍ୟାଙ୍କ୍

କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଏଠାରେ ସେକ୍ସ ୱାର୍କର ହେବା ପାଇଁ ଅଛି ପ୍ରଥା – ଯୁବତୀମାନଙ୍କ ପସନ୍ଦକୁ ନେଇ କୋର୍ଟ କହିଲେ …

ଜିନ୍‌ଗତ ତ୍ରୁଟି ଥିଲେ କରୋନା ମୁକାବିଲା ମୁସ୍କିଲ ହେବ-ଗବେଷଣା

କରୋନା ଭୂତାଣୁ ବିରୋଧରେ ଅତି ପ୍ରଭାବୀ ଆଣ୍ଟିବଡି ଠାବ କଲେ ଜର୍ମାନ୍‌ ବୈଜ୍ଞାନିକ

ଏବେ ଆଉ ପୁରୁଣା ମିଠା ବିକି ପାରିବେ ନାହିଁ ଦୋକାନୀ !୧ଅକ୍ଟୋବରରୁ ଗ୍ରାହକଙ୍କୁ ଏହି କଥା ଜଣାଇବେ ବ୍ୟବସାୟୀ