କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡୋଙ୍କ କୋଳରେ ଥିବା ଏହି କୁନି ଝିଅଟି କିଏ? ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୬।୩: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡୋଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହୋଇଛି।  ଏହାକୁ ୨ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉଠାଯାଇଥିଲା। ଏଥିରେ ଟୁଡୋ ମିଟିଂ ବେଳେ କୋଳରେ ୧ ମାସର ଏକ କୁନି ଝିଅ ସ୍କଟିକୁ କୋଳରେ ଧରି ବସିଛନ୍ତି। ତେବେ ଏହି କୁନି ଝିଅଟି କିଏ ଜାଣନ୍ତି କି? ସେ ଆଉ କେହି ନୁହେଁ ଜଷ୍ଟିନ୍ ଟୁଡୋଙ୍କ ଅଫିସିଆଲ ଚିଫ୍ ଫଟୋଗ୍ରାଫରଙ୍କ ଝିଅ, ତେଣୁ ଶିଶୁଟି ପ୍ରଧାନମନ୍ତ୍ରୀଙ୍କ କୋଳରେ ବସିବାର ସୁଯୋଗ ପାଇଥିଲା।

ଟୁଡୋଙ୍କ ଅଫିସିଆଲ ଫଟୋଗ୍ରାଫର ଆଡମ ସ୍କଟି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ସେୟାର କରି ଲେଖିଛନ୍ତି, ମୋ ଝିଅ ସ୍କଟି ୪ ସପ୍ତାହ ହୋଇଥିବା ବେଳେ ନିଜର ପ୍ରଥମ ପିଏମଓ ମିଟିଂରେ।’ ଆଡମ ନିଜର ପେଜରେ ଦୁଇଟି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ ଟୁଡୋ କୁନି ଝିଅଟି ଆଡକୁ ଦେଖୁଛନ୍ତି ଏବଂ ଅନ୍ୟଟି ହେଲୋ ଟୁଡୋ ଶିଶୁ କନ୍ୟାଟିକୁ କୋଳରେ ରଖି ନିଜର ଚିଫ୍ ଅଫ୍ ଷ୍ଟାଫ୍ କେଟି ଟେଲଫୋର୍ଡଙ୍କ ସହିତ କଥା ହେଉଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଏହି ଫଟୋକୁ ୨ ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଛନ୍ତି।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ