ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଭାରତ ଆସିବେ ସାଉଦି ରାଜକୁମାର

ନୂଆଦିଲ୍ଲୀ,୧୮।୨: ପାକିସ୍ତାନ ପରେ ଏବେ ଦୁଇଦିନିଆ ଭାରତ ଗ୍ରସ୍ତରେ ମଙ୍ଗଳବାର ଆସୁଛନ୍ତି ସାଉଦି ଆରବର ରାଜକୁମାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ସେ ଭାରତ ଆସୁଛନ୍ତି। ଏହି ଗସ୍ତ ସମୟରେ ଆତଙ୍କବାଦ ଓ ପୁଞ୍ଜିନିବେଶ ସମ୍ପର୍କିତ ବହୁ ଚୁକ୍ତି ହୋଇପାରେ। ସାଉଦି ରାଜକୁମାର ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲ ଅଜିଜ୍ ଅଲ୍ ସଉଦ ନିଜର ଏହି ଗସ୍ତରେ ମୋଦିଙ୍କ ସହିତ ବହୁ ନେତା ଓ ମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ସୀମା ପାର ଆତଙ୍କବାଦ ନେଇ ସେ କିଛି କହିବେ କିମ୍ବା ଭାରତ ସହ ମିଶି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହାର ଆଶା ବିଶେ​ଷ ନାହିଁ। କାରଣ ସେ ପାକିସ୍ତାନର ନିକଟତମ ବନ୍ଧୁ।

ଗତ ସପ୍ତାହରେ ସାଉଦି ସରକାର କହିଥିଲେ ସେ ଆତଙ୍କବାଦ ଓ ଚରମପନ୍ଥୀଙ୍କ ସହ  ଲଢେଇରେ ଭାରତ ସହ ଅଛନ୍ତି।  କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣକୁ ସେ ନିନ୍ଦା ମଧ୍ୟ କରିଥିଲେ। ସାଉଦି ରାଜକୁମାରଙ୍କ ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା, ପୁଞ୍ଜିନିବେଶ, ଆତଙ୍କବାଦ ନିରୋଧ ଆଦି ପ୍ରସଙ୍ଗ ରହିବ। ପାକିସ୍ତାନ ପ୍ରତି ସାଉଦି ଆରବର ନରମ ମନୋଭାବ ରହିଛି। ଗତ ରବିବାର ୨୦ ଆରବ ଡଲାରର ମୋଟ ୭ ଟି ଚୁକ୍ତି ହୋଇଛି।  ଆର୍ଥିକ ରୂପରେ ଦୁର୍ବଳ ହୋଇପଡିଥିବା ପାକିସ୍ତାନ ପାଇଁ ସାଉଦି ଆରବ ଏବେ ବଡ ସାହାରା ପାଲଟିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.