ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ: ଶାରୀରିକ ସମ୍ପର୍କ ରଖିବା ପାଇଁ ଶିକ୍ଷୟିତ୍ରୀଙ୍କୁ କରୁଥିଲେ ବ୍ଲାକମେଲ୍

ଫିରୋଜାବାଦ୍ ୧୯।୯: ଏକ ବେସରକାରୀ ବିଦ୍ୟାଳୟରେ ପାଠ ପଢ଼ାଉଥିବା ଶିକ୍ଷୟିତ୍ରୀଙ୍କ ସହ ହୋଇଛି ଗଣଦୁଷ୍କର୍ମ। ଘଟଣାଟି ଘଟିଛି ଫିରୋଜାବାଦରେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଏକାଠି ମିଶି ଗଣଦୁଷ୍କର୍ମ କରିଥିଲେ। ଏହା ସହିତ ଏକ ଭିଡ଼ିଓ ମଧ୍ୟ ତିଆରି କରିଥିଲେ।

ତେବେ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ପ୍ରକାର ବ୍ଲାକମେଲ୍ କରି ତା ସହିତ ପ୍ରଥମେ ଶାରୀରିକ ସମ୍ପର୍କ ରଖିଥିଲେ। କିଛି ଦିନ ପରେ ପୀଡ଼ିତା ଜଣକ ଗର୍ଭବତୀ ବୋଲି ଜାଣିବାକୁ ମିଳିଥିଲା। ଏହି ସମ୍ପର୍କରେ ପୀଡ଼ିତାର ମା ଜାଣିବା ପରେ ଅଭିଯୁକ୍ତଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ କ୍ରମେ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟସ ଅନୁସାରେ, ୨୦୦୮ ମସିହାରୁ ଶିକ୍ଷୟିତ୍ରୀ ଜଣକ ବିଦ୍ୟାଳୟକୁ ପାଠ ପଢ଼ାଇବା ପାଇଁ ଯାଉଥିଲେ। ଶିକ୍ଷୟିତ୍ରୀଙ୍କ ଅଭିଯୋଗକ୍ରମେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଏକାଠି ତାଙ୍କୁ ପ୍ରଥମେ ରୁମକୁ ଡାକିଥିଲେ। ପରେ ଉଭୟେ ମିଶି ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ତା ସହିତ ଏକ ଭିଡ଼ିଓ ମଧ୍ୟ ତିଆରି କରିଥିଲେ। ଅଧିକାଂଶ ସମୟରେ ଭିଡ଼ିଓ ଦେଖାଇ ବ୍ଲାକମେଲ୍ କରିବା ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ ପୀଡ଼ିତା ଜଣକ କହିଛି। ପୁଲିସର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।



   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ

ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ