କଲେଜରେ କ୍ଲାସ ଚାଲିଥିବା ବେଳେ ମୋବାଇଲରେ ବ୍ୟସ୍ତ ରହୁଥିଲେ ଛାତ୍ରଛାତ୍ରୀ, ରାଗିଯାଇ ପ୍ରିନ୍ସପାଲ ହାତୁଡିରେ ପିଟି ଚୁନା କଲେ ୧୬ଟି ଫୋନ୍

ବେଙ୍ଗାଲୁର,୧୫।୯: ମୋବାଇଲ ଫୋନ୍ ଆଜିର ଯୁବପୀଢିଙ୍କୁ ସମ୍ପୂର୍ଣ୍ଣ ଭାବରେ ନିଜ ଦ୍ବାରା କବଳିତ କରିଛି। ପିଲାଙ୍କଠାରୁ ନେଇ ବଡ ଲୋକ ସମସ୍ତେ ଯେପରି ମୋବାଇଲ ଫୋନ ବିନା ଗୋଟେ ପାଦ ବାଟ ଚାଲିବାକୁ  ଇଛା କରୁନାହାନ୍ତି।  ଏହି ମୋବାଇଲ ଫୋନ ପାଇଁ  କର୍ଣ୍ଣାଟକର ଏକ କଲେଜର ଛାତ୍ର-ଛାତ୍ରୀଙ୍କୁ ହେବାକୁ ପଡିଛି ହଟହଟା। ବାରମ୍ବାର ମନା କରିବା ପରେ   କ୍ଲାସରୁମରେ ମୋବାଇଲ ବ୍ୟବହାର କରିବା ପରେ କଲେଜର ପ୍ରିନ୍ସପାଲ ରାଗିଯାଇ ୧୬ଟି   ପିଲାଙ୍କ ମୋବାଇଲ  ଏକ ହାତୁଡାରେ ପିଟି ପିଟି ଗୁଣ୍ଡ କରିଦେଇଛନ୍ତି। ଏଭଳି ଏକ ଘଟଣଶ କର୍ଣ୍ଣାଟକର ‘ଏମ୍‌ଇଏସ୍‌ ଚୈତନ୍ୟ ପିୟୁ କଲେଜ’ରେ ଦେଖିବାକୁ ମିଳିଛି।  କେବଳ ସେତିକି ନୁହେଁ ପ୍ରିନ୍ସନାଲ ଜଣକ ହାତୁଡାରେ ମୋବାଇଲ ଭାଙ୍ଗିବା ସମୟ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହେବା​ରେ ଲାଗିଛି।

ମିଳିଥିବା ଖବର ଅନୁସାରେ ପୂର୍ବରୁ ବାରମ୍ବାର ଅଭିଯୋଗ ପରେ ପ୍ରିନ୍ସପାଲ ଛାତ୍ରମାନଙ୍କୁ ଚେତାବନୀ ଦେଇଥିଲେ କ୍ଲାସରେ ପାଠପଢା ଚାଲିଥିବା ବେଳେ କୌଣସି ଛାତ୍ର-ଛାତ୍ରୀ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ଯଦି ବ୍ୟବହାର କରିବାର ଦେଖିବାକୁ ମିଳିବ ତେବେ ସେଠାରେ ହିଁ ତାଙ୍କ ମୋବାଇଲକୁ ଭାଙ୍ଗି ଦିଆଯିବ। ତେବେ କଲେଜର ପିଲାମାନେ ଏହାକୁ ଧ୍ୟାନ ନଦେଇ କ୍ଲାସ ଚାଲିଥିବା ବେଳେ ମୋବାଇଲ ବ୍ୟବହାର କରୁଥିବାର ଦେଖି ପ୍ରିନ୍ସପାଲଙ୍କୁ ଏତେ ରାଗ ଆସିଥିଲା ଯେ, ସେ ତୁରନ୍ତ ହାତୁଡା ମାଗି ଛାତ୍ର-ଛାତ୍ରୀଙ୍କ ମୋବାଇଲ ଭାଙ୍ଗି ନେଇଥିଲେ।

ପ୍ରିନ୍ସପାଲ ଏଭଳି ଭାବରେ ମୋବାଇଲ ଭାଙ୍ଗୁଥିବାର ଭିଡିଓ ଭାଇରାଲ ହେବାପରେ କଲେଜ ଅଧିକାରୀ ସଫେଇ ଦେଇ କହିଛନ୍ତି, ଛାତ୍ରମାନେ କ୍ଲାସରେ ପାଠପଢା ଚାଲିଥିବା ବେଳେ ମୋବାଇଲ ଫୋନକୁ  ଜଣେ ଅନ୍ୟ ଜଣକ ସହ ଚାଟିଂ ପାଇଁ ବ୍ୟବହାର କରୁଛନ୍ତି, ତେଣୁ ଏଭଳି ଏକ ନିଷ୍ପତ୍ତି ନେବାକୁ ପଡିଲା। ଗୁରୁବାର ଦିନ କଲେଜର ଅଧିକାରୀଙ୍କ ଅଚାନକ ଯାଞ୍ଚ ପରେ ୧୬ଟି ମୋବାଇଲ ଫୋନ୍ ଜବତ କରାଯାଇଥିଲା। ଏହାପରେ ସମସ୍ତ ଛାତ୍ର-ଛାତ୍ରୀଙ୍କୁ କଲେଜ ହଲ୍ ଭିତରେ ଏକାଠି କରାଯାଇ ଏହି ସବୁ ମୋବାଇଲ ଗୁଡିକୁ ଭାଙ୍ଗିଦିଆଯାଇଥିଲା।

   ସମ୍ବନ୍ଧିତ ଖବର


ସପିଂ ମଲରେ ଭୀଷଣ ଅଗ୍ନିକାଣ୍ଡ, ପାଖ ବିଲ୍ଡିଂରୁ ୩୫୦୦ ଲୋକଙ୍କୁ ସୁରକ୍ଷିତ ବାହାର କରାଗଲା

ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ