କରୋନା ସଂକ୍ରାମଣ ଭାୟ, ଜେଲରୁ ମକ୍ତ ହେଲେ ୧୭୭ କଏଦୀ

ଭୁବନେଶ୍ୱର ୦୩/୦୪: କରୋନ ପ୍ରତିଷେଧକ ପାଇଁ ସବୁଠି ତତ୍ପରତା ଦେଖା ଦେଇଛି । ସୁରକ୍ଷାକୁ ନଜରରେ ରଖି ଜେଲ ବିଭାଗ ୧୭୭ ଜଣ କଏଦୀଙ୍କୁ ସ୍ୱତନ୍ତ୍ର କ୍ଷମା ପ୍ରଦାନ କରି ଛାଡ଼ି ଦେଇଛନ୍ତି । ତା’ଛଡା ୨୦ ଜଣ କଏଦୀଙ୍କ ପାରୋଲ ଅବଧିକୁ ମଧ୍ୟ ଜେଲ୍‌ ବିଭାଗ ବଢ଼ାଇ ଦେଇଛନ୍ତି । ଆଗକୁ ମଧ୍ୟ ଆଉ କିଛି କଏଦୀଙ୍କୁ ମୁକ୍ତ କରି ଦିଆଯିବ ବୋଲି ଜେଲ୍‌ ବିଭାଗ ସୂଚନା ଦେଇଛି ।

କରୋନା ସଂକ୍ରମଣ ଭୟରେ ଇଟାଲୀ ଜେଲ୍‌ରେ ଥିବା କଏଦୀମାନଙ୍କୁ ସରକାର ମୁକ୍ତ କରି ଦେଇଛନ୍ତି । ସେହିଦୃଷ୍ଟିରୁ ଗତ କିଛି ଦିନ ତଳେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେଉଁ ମାମଲାରେ କଏଦୀକୁ ୭ ବର୍ଷ ଜେଲଦଣ୍ଡ ମିଳିଥିବା କିମ୍ବା ବିଚାରାଧୀନ ଥିବେ, ସେ କ୍ଷେତ୍ରରେ କମିଟି ବିଚାର କରି ତାଙ୍କୁ ଜେଲ୍‌ରୁ ଛଡ଼ା ଯାଇପାରିବ । ଏହି କ୍ଷେତ୍ରରେ ବିଚାର କରି ଜେଲ୍‌ ବିଭାଗ ୧୭୭ ଜଣଙ୍କୁ ଛାଡିଛି । ବର୍ତ୍ତମାନ ରାଜ୍ୟର ସବୁ ଜେଲ୍‌ରେ ୧୭,୫୧୯ ଜଣ କଏଦୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩,୭୫୩ ଜଣ ଦୋଷୀ ଓ ୧୩,୭୬୬ ଜଣ ବିଚାରାଧୀନ କଏଦୀ ଅଛନ୍ତି । ଗତ ମାର୍ଚ୍ଚ ୨୦ ତାରିଖରୁ ଚଳିତ ଏପ୍ରିଲ୍‌ ୧ ତାରିଖ ମଧ୍ୟରେ ୧,୮୭୩ ଜଣ ବିଭିନ୍ନ କୋର୍ଟରୁ ଜେଲ୍‌ ଯାଇଛନ୍ତି । ତା’ଛଡ଼ା ଯେଉଁ ଜେଲ୍‌ରେ ଅଧିକ କଏଦୀ ଅଛନ୍ତି ସେମାନଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତରିତ କରାଯାଇଛି ।

ଗତ ୫ ଦିନ ମଧ୍ୟରେ ୯୮୯ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଜେଲ୍‌ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଶ୍ରୀ ଉପାଧ୍ୟାୟ କହିଛନ୍ତି, କଏଦୀଙ୍କୁ ଯଥା ସମ୍ଭବ ଭିଡ଼ିଓ କନ୍‌ଫରେନ୍ସି ମାଧ୍ୟମରେ କୋର୍ଟରେ ହାଜର କରାଯାଉଛି । ଜେଲ୍‌ ଭିତରେ ପାଇଖାନା, ରୋଷେଇ ସ୍ଥାନ ଓ ଚଟାଣ ଭଲ ଭାବେ ସଫା କରିବା ସହିତ କଏଦୀଙ୍କ ସଫା ସୁତୁରା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

   ସମ୍ବନ୍ଧିତ ଖବର


‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା

ରାଜଧାନୀରେ ଶସ୍ତା ହେବ ମଦ, ଲାଗିବନି ୭୦ ପ୍ରତିଶତ କରୋନା ଟ୍ୟାକ୍ସ

ମା’ର ମମତା ପାଖରେ ସବୁ ତୁଛ: ୫ ଦିନ ହେଲା ମଲା ଛୁଆକୁ ଧରି ବୁଲୁଛି

ବିଦେଶ ଫେରନ୍ତା ଫୋନ୍‌ ନଉଠାଇଲେ କାର୍ଯ୍ୟାନୁଷ୍ଠାନ

କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

ଏ ବର୍ଷ ବନ୍ଦ ହେବନି କୌଣସି ସ୍କୁଲ, ସୋମବାରଠୁ ସବୁ ସ୍କୁଲରେ ଆରମ୍ଭ ହେବ ନାମଲେଖା