ନ୍ୟୁଜିଲାଣ୍ଡରେ ଅର୍ଦ୍ଧଶତକ କଲେ ପୃଥ୍ୱୀ, ତେନ୍ଦୁଲକରଙ୍କ ପରେ ଏମିତି କରିଥିବା ଦ୍ୱିତୀୟ ଭାରତୀୟ ଖେଳାଳୀ

ନୁଆଦିଲ୍ଲୀ ୨୯/୨: ନ୍ୟୁଜିଲାଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟରେ ବିଫଳ ହୋଇଥିବା ଟିମ୍ ଇଣ୍ଡିଆର ଓପନର୍ ପୃଥ୍ୱୀ ଶ ଦ୍ୱିତୀୟ ଦିନ ଟେଷ୍ଟକୁ ଫେରିଛନ୍ତି । କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଉଥିବା ୨ ମ୍ୟାଚର ଟେଷ୍ଟ ସିରିଜର ଦ୍ୱିତୀୟ ଓ ଶେଷ ମୁକାବିଲାରେ ପୃଥ୍ୱୀ ଅର୍ଦ୍ଧଶତକ ହାସଲ କରିଛନ୍ତି । ପୃଥ୍ୱୀ ୬୪ ବଲରେ ୫୪ ରନ୍ ସଂଗ୍ରହ କରିଥିଲେ । ସେ ନିଜ ପାଳରେ ୮ ଚୌକା ଓ ଗୋଟିଏ ଛକା ମାରିଥିଲେ । ଏହା ପୂର୍ବରୁ ୱେଲିଂଟନରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ପୃଥ୍ୱୀ ପ୍ରଥମ ପାଳିରେ ୧୬ ରନ୍ ସଂଗ୍ରହ କରିଥିଲେ ଯଦିଓ ଦ୍ୱିତୀୟ ପାଳରେ ସେ ୧୪ ରନ୍ କରି ଆଉଟ୍ ହୋଇଯାଇଥିଲେ ।

ପୃଥ୍ୱୀଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଦ୍ୱିତୀୟ ଟେଷ୍ଟରେ ସାମିଲ କରିବା ଦାବି ଉଠିଥିଲା କିନ୍ତୁ ପୃଥ୍ୱୀ ପ୍ଲେଇଂ ଇଲେଭନରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଏହା ପରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି । କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ପରେ ପୃଥ୍ୱୀ ଏକ ବଡ ରେକର୍ଡ ନିଜ ନାଁରେ କରିଛନ୍ତି । ସେ ନ୍ୟୁଜିଲାଣ୍ଡ ମାଟିରେ ଟେଷ୍ଟ ମ୍ୟାତରେ ଅର୍ଦ୍ଧଶତକ ହାସଲ କରିଥିବା ଦ୍ୱିତୀୟ ଯୁବ ଖେଳାଳୀ ପାଲଟି ଯାଇଛନ୍ତି ।

ଏହି ଲିଷ୍ଟରେ ପୃଥ୍ୱୀଙ୍କ ଆଗରେ ଅଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ସଚିନ୍ ତେନ୍ଦୁଲକର ୧୯୯୦ ମସିହାରେ ନେପିୟର ଟେଷ୍ଟରେ ୧୬ ବର୍ଷ ୨୯୧ ଦିନ ବୟସରେ ଟେଷ୍ଟ ଅର୍ଦ୍ଧଶତକ ଲଗାଇଥିଲେ । ପୃଥ୍ୱୀଙ୍କ କଥା କହିବା ତ ସେ ୨୦ ବର୍ଷ ୧୧୨ ଦିନ ବୟସରେ ଏହି କାରନାମା କରିଛନ୍ତି । ତୃତୀୟ ନମ୍ବରରେ ଅତୁଲ ବାସନ ଅଛନ୍ତି । ସେ ୧୯୯୦ରେ ୨୧ ବର୍ଷ ୩୩୬ ଦିନ ବୟସରେ ଅକଲ୍ୟାଣ୍ଡ ଟେଷ୍ଟରେ ଫିପ୍ଟି ଲଗାଇଥିଲେ ।

   ସମ୍ବନ୍ଧିତ ଖବର


ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

NZ vs WI: ବର୍ଷା ପାଇଁ ବାତିଲ ହେଲା ତୃତୀୟ ଟି-୨୦, ୨-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’

ବିରାଟଙ୍କ କ୍ୟାପଟେନ୍ସିକୁ ନେଇ ପୁଣି ବର୍ଷିଲେ ଗମ୍ଭୀର, କହିଲେ…

ଟେଷ୍ଟ ଚାମ୍ପିଅନସିପ୍‌ ଟୁର୍ଣ୍ଣାମେଣ୍ଟରେ ଲାଗି ପାରେ ବ୍ରେକ୍; ଆଇସିସି ଅଧ୍ୟକ୍ଷ ଦେଲେ ସଙ୍କେତ, କହିଲେ-ଫାଇଦା…

କ୍ଷମତା ବାହାରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌, ଏମିତି କାହିଁକି କହିଲେ ICCର ନୂତନ ଅଧ୍ୟକ୍ଷ