ନିର୍ବାଚନ ପ୍ରଚାର ପାଇଁ ୩ମାସ ପୂର୍ବରୁ ବିଜେପି ବୁକ୍ କରିଥିଲା ଘରୋଇ ବିମାନ ଓ ହେଲିକପ୍ଟର: ବ୍ଳୁମବର୍ଗ ରିପୋର୍ଟ

ନୂଆଦିଲ୍ଲୀ,୧୬।୪: ଲୋକସଭା ନିର୍ବାଚନରେ ୯୦ କୋଟି ଭୋଟରଙ୍କ ପାଖରେ ପହଁଞ୍ଚିବା ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ବିଭିନ୍ନ ପ୍ରକାର ରାସ୍ତା ଆପଣେଇବାରେ ଲାଗିଛନ୍ତି। ବିଜେପି ମଧ୍ୟ ଏହି ଦୌଡିରେ ଖୁବ୍ ଆଗରେ ଦେଖିବାକୁ ମିଳିଛି। ଶାସକ ବିଜେପି ଦଳ ନିଜର ପ୍ରଚାର ପାଇଁ ୫୦ଟି ପ୍ରାଇଭେଟ୍ ଜେଟ୍ ଓ ହେଲିକପ୍ଟର ବୁକ୍ କରିଛି। ବିଜେପି ୩ ମାସ ପୂର୍ବରୁ ୨୦ଟି ଘରୋଇ ବିମାନ ଏବଂ ୩୦ଟି ହେଲିକପ୍ଟର ବୁକ୍ କରି କଂଗ୍ରେସର ନିର୍ବାଚନୀ ପ୍ରଚାରକୁ ପ୍ରଭାବିତ କରିବା ପାଇଁ କରିଥିଲା ବୋଲି ବ୍ଲୁମବର୍ଗ ରିପୋର୍ଟରେ ପ୍ରକାଶ ପାଇଛି।

source: https://www.ndtv.com

ରିପୋର୍ଟ ଅନୁସାରେ ଭାରତରେ ଏତେ ପ୍ରାଇଭେଟ୍ ଜେଟ୍ ଓ ହେଲିକପ୍ଟର ନାହିଁ ଯେ ନିର୍ବାଚନ ସମୟରେ ଏହାର ଆବଶ୍ୟକତାକୁ ପୂରଣ କରିବେ। ବିଜେପି ନିର୍ବାଚନ ପ୍ରଚାରକୁ ଦୃଷ୍ଟିରେ ରଖି    ପୂର୍ବରୁ ୨୦ଟି ଘରୋଇ ବିମାନ ଏବଂ ୩୦ ହେଲିକପ୍ଟର ବୁକ୍‍ କରିଥିଲା ବେଳେ କଂଗ୍ରେସ ମାତ୍ର ୧୦ଟି ବୁକ୍‍ କରିପାରିଛି। ବିଜନେସ ଏୟାରକ୍ରାଫ୍ଟ ଅପରେଟର ଆସୋସିଏସନ ପରାମର୍ଶତାଦା ତଥା ମାର୍ଟିନ କନସଲ୍ଟାନ୍ସିର ପ୍ରତିଷ୍ଠାତା ମାର୍କ ମାର୍ଟିନ କହିଛନ୍ତି,  ସାଧାରଣ ନିର୍ବାଚନ ବେଳେ ବିରୋଧୀଙ୍କୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ସବୁପ୍ରକାର ପ୍ରୟାସ କରିଥାନ୍ତି। କିନ୍ତୁ ଏହା ପୂର୍ବରୁ ଏୟାରକ୍ରାଫ୍ଟକୁ ନେଇ ଏଭଳି କେବେ ତରବରିଆ ସ୍ଥିତି ହୋଇନି। ଅନ୍ୟ ଦଳକୁ ନିର୍ବାଚନୀ କ୍ଷେତ୍ର ପର୍ଯ୍ୟନ୍ତ ପହଁଞ୍ଚାଇବାକୁ ପ୍ରଭାବିତ କରିବା ପାଇଁ ଗୋଟିଏ ଦଳ ଘରୋଇ ବିମାନଗୁଡ଼ିକୁ ବହୁ ପୂର୍ବରୁ ବୁକ୍‍ କରିନେଇଛି।

source: https://www.bloombergquint.com

ଘରୋଇ ବିମାନଗୁଡ଼ିକୁ ୪୫ ଦିନ ପାଇଁ ବୁକ୍‍ କରାଯାଇଥାଏ। ଘରୋଇ ବିମାନର ଭଡ଼ା ୫୭୦୦୦ ଡଲାର (ପ୍ରାୟ ୪ ଲକ୍ଷ ଟଙ୍କା) ଓ ହେଲିକପ୍ଟରର ଭଡ଼ା ୭,୨୦୦ ଡଲାର (ପ୍ରାୟ ୫ ଲକ୍ଷ ଟଙ୍କା) ପ୍ରତି ଘଣ୍ଟା ରହିଥାଏ।
ବିଜନେସ ଏୟାରକ୍ରାଫ୍ଟ ଅପରେଟର ଆସୋସିଏସନର ଏମ୍‍ଡି ଆରକେ ବଲି କହିଛନ୍ତି, ଘରୋଇ ବିମାନ ବେପାର ‘ପ୍ରଥମେ ଆସ ପ୍ରଥମେ ନିଅ’ ନୀତି ଆଧାରରେ ରହିଛି। ଏଥିପାଇଁ କୌଣସି ଦଳ ସହ କିଛି ବି ବୁଝାମଣା ହୋଇନାହିଁ। ନିର୍ବାଚନୀ ସମୟରେ ହିଁ ଏୟାରକ୍ରାଫ୍ଟ କମ୍ପାନୀ ନିଜ କ୍ଷତିର ଭରଣା କରିଥାନ୍ତି। ଏଥିରେ ରାଜନୈତିକ ଦଳ ପାଇଁ କାମ କରୁଥିବା ଦଲାଲଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥାଏ। ସେମାନେ ଘରୋଇ ବିମାନ ବୁକ୍ କରିଥାନ୍ତି ଓ ରାଜନୈତିକ ଦଳକୁ ଦେଇଥାନ୍ତି। ଏଥିରେ ଗୋପନୀୟତା ରଖାଯାଇଥାଏ।