ଫି’ ବଢ଼ାଇ ପାରିବେନି ଘରୋଇ ସ୍କୁଲ, ଦିଲ୍ଲୀ ସରକାରଙ୍କ ଦେଲେ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ ୧୮/୪: ଲକ୍‌ଡାଉନ ମଧ୍ୟରେ ଦିଲ୍ଲୀର ଅଧିକାଂଶ ଘରୋଇ ସ୍କୁଲ ଦେୟ ବଢ଼ାଉଥିବାରୁ ଏହାକୁ ରୋକିବା ପାଇଁ ଦିଲ୍ଲୀ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । କୌଣସି ବି ସ୍କୁଲ ଇତିମଧ୍ୟରେ ଦେୟ ବଢ଼ାଇ ପାରିବେନି ଏବଂ ଦେୟ ପୈଠ କରିବାକୁ ଅଭିଭାବକଙ୍କ ଉପରେ ଚାପ ପକାଇ ପାରିବେନି ବୋଲି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିୟା ପ୍ରକାଶ କରିଛନ୍ତି । ଏହା ବ୍ୟତୀତ କୌଣସି ସ୍କୁଲ ଏକସାଙ୍ଗରେ ୩ ମାସର ଦେୟ ନେଇ ପାରିବେନି ବୋଲି ସିସୋଦିୟା ଟୁଇଟ୍‌ କରି କହିଛନ୍ତି । କେତେକ ସ୍କୁଲ ଟ୍ୟୁସନ ଦେୟ ବ୍ୟତୀତ ପରିବହନ, ରକ୍ଷଣାବେକ୍ଷଣ ଏବଂ ଅନ୍ୟନ୍ୟ ଦେୟ ବାବଦରେ ଅଧିିକ ଟଙ୍କା ନେଉଥିବା ଦେଖିବାକୁ ମିଳୁଥିଲା ।

ଏଣୁ ପ୍ରତ୍ୟେକ ସ୍କୁଲ ଟ୍ୟୁସନ ଦେୟ ବ୍ୟତୀତ ଅନ୍ୟ କୌଣସି ଦେୟ ଗ୍ରହଣ କରିବେନି ବୋଲି ସିସୋଦିୟା ଟୁଇଟରେ କହିଛନ୍ତି । ଏହି ସବୁ ନିୟମ ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲ ନିମନ୍ତେ କାର୍ଯ୍ୟକାରୀ ହେବ । ଜରୁରି ନିୟମ ୨୦୦୫, ଦିଲ୍ଲୀ ଏପିଡେମିକ ନିୟମ ଏବଂ କୋଭିଡ-୧୯ ନିୟମ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

   ସମ୍ବନ୍ଧିତ ଖବର


ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…

ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ – ନୀତୀଶ କୁମାରଙ୍କ ହେଲିକପ୍ଟରକୁ ଚପଲ ପିଙ୍ଗିବା ନେଇ ୩ ଗରିଫ

“କରୋନା ଗୋ… ଗୋ କରୋନା…” ଏମିତି ନାରା ଦେଇଥିବା ନେତା ଏବେ ହେଲେ କରୋନା ପଜିଟିଭ୍…