PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ସ୍କୁଲ ଫି’ ଛାଡ଼ ଉପରେ ସରକାରଙ୍କ ଆଉ ଏକ ବିଜ୍ଞପ୍ତି: ୧୫% ଫି’ ଛାଡ଼ କରିବେ ଘରୋଇ ସ୍କୁଲ, ୨୦-୨୧ ବର୍ଷ ପାଇଁ ହେବ ଲାଗୁ

shethepeople.tv

ଭୁବନେଶ୍ୱର,୦୪/୦୬: ସ୍କୁଲ ଫି’ ଛାଡ଼ ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଆଉ ଏକ ବିଜ୍ଞପ୍ତି ପ୍ରକାଶ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଘରୋଇ ସ୍କୁଲ ପକ୍ଷରୁ ଫି’ ଛାଡ଼କୁ ନେଇ ହୋଇଥିବା ଏମ୍‌ଓୟୁରେ ଦସ୍ତଖତ କରିଥିବା ସ୍କୁଲ ପୂର୍ବ ବିଜ୍ଞପ୍ତି ଅନୁସାରେ ଫି ଛାଡ଼ କରିବେ । କିନ୍ତୁ ଦସ୍ତଖତ କରିନଥିବା ରାଜ୍ୟର ବଳକା ଘରୋଇ ସ୍କୁଲ ୧୫% ଫି ଛାଡ଼ କରିବେ । ୨୦୧୯-୨୦ର ସମ୍ପୂର୍ଣ୍ଣ ଫି’ ନେବା ସହ ୨୦୨୦-୨୧ ଶିକ୍ଷାବର୍ଷରେ ୧୫ ପ୍ରତିଶତ ଫି’ ହ୍ରାସ କରି ନେବେ ।

ସୁପ୍ରିମ୍‌କୋର୍ଟରେ ଫି’ ଛାଡ଼କୁ ନେଇ ମାର୍ଚ୍ଚ ମାସରେ ରାୟ ଦିଆଯାଇଥିଲା । ଏଥିରେ କୁହାଯାଇଥିଲା, ଯେଉଁ ସ୍କୁଲ୍‌ଗୁଡ଼ିକ ଏମ୍‌ଓୟୁରେ ଦସ୍ତଖତ କରିନାହାନ୍ତି, ସେମାନେ ପୂର୍ବଭଳି ଫି ଆଦାୟ କରିବେ । ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିଲା । ସରକାର ତୁରନ୍ତ ବଳକା ସ୍କୁଲ ପାଇଁ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ଦାବି କରାଯାଇଥିଲା । ଏହାକୁ ଭିତ୍ତିକରି ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି, ଏମ୍‌ଓୟୁ ସ୍ୱାକ୍ଷର କରିନଥିବା ସ୍କୁଲ ୨୦୨୦-୨୧ ଶିକ୍ଷାବର୍ଷର ଫି’ ୧୫ ପ୍ରତିଶତ କମାଇ ନେବେ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଏହା ଲାଗୁ ହେବନାହିଁ । ଯେଉଁ ଅଭିଭାବକ ସବୁ ଫି’ ଦେଇସାରିଛନ୍ତି, ସେମାନଙ୍କ ଛାଡ଼ ଟଙ୍କାକୁ ଆଗାମୀ ଇନ୍‌ଷ୍ଟଲମେଣ୍ଟରେ ହିସାବ କରାଯିବ । ଯେଉଁ ଅଭିଭାବକ ଟଙ୍କା ନଦେଇପାରିବେ, ସେମାନଙ୍କଠାରୁ ୬ଟି ଇନ୍‌ଷ୍ଟଲମେଣ୍ଟରେ ଫି’ ଆଦାୟ ହେବ । କିନ୍ତୁ ସ୍କୁଲ ପରିଚାଳନା କମିଟି ଫି’କୁ ଆଧାର କରି କୌଣସି ପିଲାଙ୍କ ନାଁ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ଅଟକ ରଖିପାରିବେ ନାହିଁ । ଯଦି କେହି ସେମିତି କରନ୍ତି, ଏଥିରେ ଅଭିଭାବକଙ୍କ ଅନୁମତି ନେବା ବାଧ୍ୟତାମୂଳକ ।

ଅନ୍ୟପକ୍ଷରେ, ଏହି ବିଜ୍ଞପ୍ତି ପୁଣି ଦ୍ୱନ୍ଦ୍ୱ ସୃଷ୍ଟି କରିଛି ବୋଲି ଓଡ଼ିଶା ଅଭିଭାବକ ମହାସଂଘ ପ୍ରକାଶ କରିଛି । ୧୫ ପ୍ରତିଶତ କେଉଁ ଫି’ ଉପରେ ଛାଡ଼ ହେବ ତାହା ନିଶ୍ଚିତ କରାଯାଉ । ଏ ସମ୍ପର୍କରେ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଏହି ବିଜ୍ଞପ୍ତି କାର୍ଯ୍ୟ କରିବା କଥା । କିନ୍ତୁ ୨୦୨୧-୨୨ରୁ ସମ୍ପୂର୍ଣ୍ଣ ଫି’ ଆଦାୟ କରିବାକୁ କହିଛନ୍ତି । ସେ ଦାବି କରିଛନ୍ତି, ସରକାର କେବଳ ଟ୍ୟୁସନ ଫି’ର ୧୫ ପ୍ରତିଶତ ଆଦାୟ କରିବାକୁ କୁହନ୍ତୁ । ଚଳିତ ବର୍ଷ ୧୯୯୬ ରିଜୋଲ୍ୟୁସନ ଅନୁସାରେ ସ୍କୁଲ ସୁବିଧା ଅନୁସାରେ ଫି’ ଘୋଷଣା କରି ତାର ୧୫ ପ୍ରତିଶତ କାଟନ୍ତୁ । ଏହା ସହ ବିଜ୍ଞପ୍ତରେ ସ୍କୁଲ କୌଣସି ଛାତ୍ରଛାତ୍ରୀଙ୍କୁ ପଢ଼ାରୁ ନିବୃୃତି ବା ପରୀକ୍ଷାରୁ ବଞ୍ଚିତ କରିପାରିବେ ନାହିଁ ବୋଲି କୁହାଯାଇଛି । କିନ୍ତୁ ଯେଉଁମାନେ ଏହାକୁ ନମାନିବେ ତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେବ ସେ ବିଷୟ ଉଲ୍ଲେଖ ନାହିଁ । ତେଣୁ ଏହାକୁ ବିଜ୍ଞପ୍ତିରେ ଲେଖିବାକୁ ଦାବି କରିଛନ୍ତି ଶ୍ରୀ ଭଟ୍ଟ ।